୧୯ରେ ମାଟ୍ରିକ ପରୀକ୍ଷା: ଚାପ ଯୋଗୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ, ୧୭ା୨: ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଚାପଗ୍ରସ୍ତ ହେଉଛନ୍ତି। ଏପରି କି କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। ଜିଲାରେ ୧୫ ଦିନ ମଧ୍ୟରେ ୩ଜଣ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରି ସାରିଲେଣି। ଏହା ପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ମାସରେ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଥିଲେ। ସୌଭାଗ୍ୟ ପୋଲିସ ତାଙ୍କୁ ଉଦ୍ଧାର କରିଛି। ସମ୍ପୃକ୍ତ ନାବାଳିକା ତାଙ୍କ ପ୍ରେମିକଙ୍କ ସହ କୁଆଡେ ଚାଲି ଯାଇଥିବା ପୋଲିସ ଅନୁଧ୍ୟାନରୁ ଜଣାଯାଇଛି। କହିବାକୁ ଗଲେ ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କ ମନରେ ବିଭିନ୍ନ ଆଡୁ ଭୟ ରହୁଛି। ଭଲ ମାର୍କ ରଖିବାକୁ କଠିନ ପରିଶ୍ରମ ପାଇଁ ଅଭିଭାବକଙ୍କ ତାଗିଦ୍‌, ଟ୍ୟୁଶନ୍‌ ବା କୋଚିଂ ସେଷ୍ଟରର ଚାପ, ପ୍ରେମ ଉପରେ ଭରସା ନ ରହିବା ଆଦି କାରଣରୁ ଜିଲାର ୩ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ଗତମାସ ୩୧ ତାରିଖରେ ସ୍ଥାନୀୟ ଚାଟରା ଗନ୍ତବସ୍ତିର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ। ଛାତ୍ରୀଙ୍କ ମା’ଙ୍କ ୧୦ ବର୍ଷ ପୂର୍ବରୁ ଓ ବାପାଙ୍କ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଛି। ଦାରିଦ୍ର୍ୟତାର କଷାକାଠିରେ ପ୍ରତି ମୁହୂର୍ତ୍ତ ଛଟଛଟ ହେଉଥିବା ନାବାଳିକାଙ୍କ ଉପରେ ଅନେକ ଚାପ ଥିଲା। ପ୍ରେମ ଯେଉଁଠି ଥିଲା ବିବାହ ଉପରେ ଭରସା ନ ଥିଲା। ସାନ ଭାଇର ଯନତ୍ଠାରୁ ଘରର ସମସ୍ତ ଦାହିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ମାଟ୍ରିକ ପରୀକ୍ଷାର ଚାପ ମଧ୍ୟ ତାଙ୍କ ମାନସିକସ୍ଥିତିକୁ ଦୋହଲାଇ ଦେଇଥିଲା। ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ସେହିପରି ଗତ ୧୧ ତାରିଖରେ ବାଲିକୁଦା ଥାନା ଚଷାପଡ଼ାର ଜଣେ ୧୪ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ମାମଲାରେ ଜଣାଯାଇଥିଲା ଯେ, ନାବାଳିକା ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କର କିଛି ଦିନ ମୋବାଇଲ କଥାବାର୍ତ୍ତାରେ ବାଧା ସୃଷ୍ଟି ହୋଇଥିଲା। ଯୁବକଜଣକ ଶେଷକୁ ଆତ୍ମହତ୍ୟା କରି ଦେଇଥିଲେ। ଏହି ଖବର ପାଇ ନାବାଳିକା ଆତ୍ମହତ୍ୟା କରି ଦେଇଥିବା ପୋଲିସ ଜାଣିପାରିଛି। ଅନୁରୂପ ଭାବେ ଗତ ୧୫ ତାରିଖରେ ଜୟବଡ଼ରେ ଭଡାରେ ରହୁଥିବା ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ୧୦ମ ଶ୍ରେଣୀର ଝିଅ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଓ ମାଙ୍କ ମଧ୍ୟରେ ସମ୍ପର୍କ ସେଭଳି ନ ଥିଲା। ପ୍ରେମ ଓ ମାଟ୍ରିକ ପରୀକ୍ଷା ଚାପ ସମ୍ପୃକ୍ତ ଛାତ୍ରୀଙ୍କ ମାନସିକସ୍ଥିତିକୁ ଅସନ୍ତୁଳନ କରି ଦେବାରୁ ସେ ଆତ୍ମହତ୍ୟା କରି ଦେଇଥିବା ପୋଲିସ ତଦନ୍ତରୁ ଜାଣିପାରିଥିବା ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri