୧୮ ମାସରେ ବଦଳିବ ସରକାରୀ କୋଠାର ରୂପରେଖ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଉଚ୍ଛେଦ ଓ ନିର୍ମାଣ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜଧାନୀରେ ଥିବା ସରକାରୀ କୋଠା ଏବଂ କ୍ୱାର୍ଟର୍ସଗୁଡିକ ନବୀକରଣ କରାଯିବ। ଏନେଇ ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି। ପୂର୍ତ୍ତ ବିଭାଗ ମଧ୍ୟ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଚଳିତ ନଭେମ୍ବରରେ ପୁରାତନ କୋଠା ଭାଙ୍ଗିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ସେହିପରି ନୂତନ ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ ମାସ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ଆବାସ ଉନ୍ନୟନ କାର୍ଯ୍ୟକ୍ରମ(ଜିଏଡିପି) ଅନ୍ତର୍ଗତ ଏହି ସମସ୍ତ କାର୍ଯ୍ୟ କରାଯିବ। ପୁରୀସ୍ଥିତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନୟନ ଭଳି ରାଜଧାନୀରେ ନୂଆ ସରକାରୀ କୋଠାର ନିର୍ମାଣକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସାରିଛି। କମିଟି ଦ୍ୱାରା ପୂର୍ବରୁ କରାଯାଇଥିବା ୩ଟି ବୈଠକରେ ପୁରୁଣା କୋଠା ଭଙ୍ଗାଯିବା ସହ ନୂତନ ନିର୍ମାଣ ନେଇ ଆଲୋଚନା ହୋଇଛି।
କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ , ଅର୍ଥ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ସଦସ୍ୟ ଏବଂ ପୂର୍ତ୍ତ ବିଭାଗର କମିଶନର ତଥା ସଚିବ ଆବାହକ ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ବିଧାନ ସୌଧ ସମ୍ମୁଖ ଭାଗ ଭଙ୍ଗାଯିବା ସହ ସେଠାରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯିବ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସେହି ସ୍ଥାନରେ ଟାଇପ-୭ ଆବାସ ଯୋଗାଇ ଦିଆଯିବ। ଏହା ବ୍ୟତୀତ ଜନ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ରଭାବେ ବ୍ୟାୟାମଶାଳା(ଜିମ୍‌), ଫୁଡ୍‌ କୋର୍ଟ, ଚାଲିବା ପାଇଁ ସ୍ଥାନ ଏବଂ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ରହିବ। ବିଧାୟକମାନଙ୍କ ପାଇଁ ନିର୍ମାଣ ପରେ କେତେ ମାତ୍ରାର ସ୍ଥାନ ବଳକା ରହୁଛି, ତାହାକୁ ଦୃଷ୍ଟିରେ ରଖି ବିଧାନସଭା କର୍ମଚାରୀଙ୍କ ପାଇଁ ଆବାସସ୍ଥଳୀ ନିର୍ମାଣ କରାଯିବ ବୋଲି ଜଣାପଡିଛି। ସେହିପରି ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା ସିଙ୍ଗଲ୍‌ ଷ୍ଟୋରେଜ୍‌ କ୍ୱାର୍ଟର୍ସକୁ ଭଙ୍ଗାଯାଇ ବହୁମୁଖୀ ପ୍ରାସାଦ କେବଳ ବରିଷ୍ଠ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ୟୁନିଟ୍‌ ୧, ୨, ୩ରେ ଥିବା ସିଙ୍ଗଲ୍‌ ଷ୍ଟୋରେଜ୍‌ କ୍ୱାର୍ଟର୍ସକୁ ଭଙ୍ଗାଯିବ ବୋଲି ଜଣାପଡିଛି। ଏହି ସ୍ଥାନରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ପାଇଁ ଫ୍ଲାଟ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।
ସରକାର ଏପରି ନିଷ୍ପତ୍ତି ନେଇ ଥିବାରୁ କର୍ମଚାରୀଙ୍କ ମହଲରେ ସ୍ବାଗତ କରାଯାଇଛି। ହେଲେ ‘ଲୋକସେବା ଭବନ’ ତଥା ସଚିବାଳୟ କର୍ମଚାରୀମାନେ ସ୍ବତନ୍ତ୍ର ଭାବେ ଆବାସିକ କଲୋନୀ ପାଇଁ ପ୍ରସ୍ତାବ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଏଜି, ଓଡ଼ିଶା ଖଣି ନିଗମ, ଇଡ୍‌କଲ୍‌ , ଡିପିଆଇ, ଓସିସି, ଆରବିଆଇ ଏବଂ ଏସ୍‌ବିଆଇର ସ୍ବତନ୍ତ୍ର କର୍ମଚାରୀ କଲୋନୀ ରହିଛି। ଏହି ଢାଞ୍ଚାରେ ସଚିବାଳୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କଲୋନୀ କରିବା ପାଇଁ ଦାବି କରାଯାଇଛି। ବର୍ତ୍ତମାନ କର୍ମଚାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନ ଯଥା-ରେଣ୍ଟାଲ କଲୋନୀ, ସୈନିକ ସ୍କୁଲ, କଳ୍ପକା ଛକ ଅଞ୍ଚଳ ଏବଂ ବିଜେବି ନଗର ପ୍ରଭୃତିରେ ରହୁଛନ୍ତି। ତେଣୁ ଲୋକସେବା ଭବନ ନିକଟବର୍ତ୍ତୀ ୟୁନିଟ୍‌-୨ କିମ୍ବା ୩ରେ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର କଲୋନୀ ପାଇଁ ଦାବି କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖସଡ଼ା ଅନୁଯାୟୀ ୨୨୦ ରୁ ୨୪୦ କୋଟି ମଧ୍ୟରେ ପ୍ରସ୍ତାବିତ କାର୍ଯ୍ୟକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୧ ଅଗଷ୍ଟ ମାସ ପୂର୍ବରୁ ପ୍ରସ୍ତାବିତ ନିର୍ମାଣ ଯେପରି ବ୍ୟବହୃତ ହୋଇପାରୁଥିବା ସେଥିପ୍ରତି ଦୃଷ୍ଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri