୧୬ ନଂ. ଜାତୀୟ ରାଜପଥରେ ସ୍କୁଟି ପଛକୁ ପିଟିଲା କାର୍‌: ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଯଁ।ଳା/ଜଟଣୀ,୨୫।୭(ଡି.ଏନ.ଏ.): ୧୬ ନଂ. ଜାତୀୟ ରାଜପଥର ଯଁ।ଳା ଫାଣ୍ଡି ଅନ୍ତର୍ଗତ ମହୁରା ଛକ ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ସ୍କୁଟି ପଛକୁ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମତକଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୃତ ଶିକ୍ଷୟିତ୍ରୀଙ୍କ ନାମ ବିନୋଦିନୀ ନାୟକ। ଜଟଣୀ ବ୍ଲକ କନ୍ତିଆ ଗ୍ରାମସ୍ଥିତ ଭାଗବତ ବାସୁଦେବ ବିଦ୍ୟାପୀଠରେ ସେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ ଗୋକୁଳାନନ୍ଦ ମହାନ୍ତି। ଜଟଣୀ ମଧୁସୂଦନନଗର ଅଞ୍ଚଳରେ ତାଙ୍କ ଘର।
ଜଟଣୀ ବ୍ଲକ ବ୍ରହ୍ମକୁଣ୍ଡଳ ଗ୍ରାମ ସ୍କୁଲରେ ଥିବା ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବାକୁ ଗୋକୁଳାନନ୍ଦଙ୍କ ସହ ବିନୋଦିନୀ ସ୍କୁଟିରେ ଯାଉଥିଲେ। ଦ୍ରୁତଗତିରେ ଆସୁଥିବା କାର (ନଂ. ଓଡି୦୩ଜି୬୬୩୯) ପଛ ପଟରୁ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିନୋଦିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମ୍‌ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଗୋକୁଳାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଧକ୍କା ଦେଇଥିବା କାର୍‌ଟିକୁ ପୋଲିସ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଥିଲେ। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସନ୍ଧ୍ୟା ହୋଇ ଯାଇଥିବାରୁ ଗୁରୁବାର ବ୍ୟବଚ୍ଛେଦ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ। ହେଲେ ସେମାନଙ୍କ ମୃତ୍ୟୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବକୁ ଫିକା ପକାଇ ଦେଇଥିଲା। ଉଭୟଙ୍କ ମୃତ୍ୟୁରେ ଶିକ୍ଷକ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବିନୋଦିନୀ ବିଭିନ୍ନ ଶିକ୍ଷକ ସଂଘ ସହିତ ଜଡ଼ିତ ରହିବା ସହ ଜଟଣୀ ପୁସ୍ତକ ମେଳା, ଜଟଣୀ ସାହିତ୍ୟ ସଂସଦ, ବିପିନ ବିହାରୀ ପାଠାଗାର, ରେଲୱେ ସ୍କୁଲ ପୁରାତନ ବିଦ୍ୟାର୍ଥୀ ସଙ୍ଗଠନର ସକ୍ରିୟ ସଦସ୍ୟା ଥିଲେ। ସେ ଜଣେ ଲେଖିକା ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ପରିଚିତ ଥିଲେ। ଏହାଛଡ଼ା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଲାଗି ଏମ୍‌ସକୁ ପୂର୍ବରୁ ବିନୋଦିନୀ ତାଙ୍କ ଶରୀର ଦାନ କରିଥିଲେ। ଏ ସମ୍ପର୍କରେ ଏମ୍‌ସର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଥିଲେ, ଶିକ୍ଷୟିତ୍ରୀ ବିନୋଦିନୀଙ୍କ ମୃତ୍ୟୁଖବର ଆମ ପାଖରେ ପହଞ୍ଚତ୍ଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକ ଆମକୁ ମୃତଦେହ ଦାନ ସମ୍ପର୍କରେ ଜଣାଇଲେ ଏମ୍‌ସର ଆମ୍ବୁଲାନ୍ସ ଯାଇ ଶରୀରକୁ ଆଣିବ। ସେହିପରି ଗୋକୁଳାନନ୍ଦ ଶିକ୍ଷକ ନେତା ଓ ଛାତ୍ରବତ୍ସଳ ଭାବେ ଏଠାରେ ବେଶ୍‌ ପରିଚିତ ଥିଲେ। ସେ ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ଏମାନଙ୍କ ମୃତ୍ୟୁରେ ଏଲିମେଣ୍ଟାରୀ ଶିକ୍ଷକ ସଂଘ ଜଟଣୀ ବ୍ଲକ ସଭାପତି କୈଳାସ ରାଉତ, ରବୀନ୍ଦ୍ର ମହାନ୍ତି, ତ୍ରିନାଥ ସାମନ୍ତରାୟ, ଗଗନ ଚନ୍ଦ୍ର ମଙ୍ଗରାଜ, ଓଡ଼ିଶା ପ୍ରାଥମିକ ଶିକ୍ଷକ ବିଦ୍ୟାଳୟ ସଂଘର ରାଜ୍ୟ ମହାସଚିବ ଜିତ୍‌ରଞ୍ଜନ ମହାପାତ୍ର, ଜଟଣୀ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରସାଦ ମିଶ୍ର, ଜଟଣୀ ସାହିତ୍ୟ ସଂସଦର ସଭାପତି ଶ୍ୟାମସୁନ୍ଦର ତ୍ରିପାଠୀ, ବିପିନ ବିହାରୀ ପାଠାଗାରର ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଓଷ୍ଟାର ଜଟଣୀ ବ୍ଲକ ପକ୍ଷରୁ କିଶୋର ସୁବୁଦ୍ଧି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri