୧୫୦ ଟ୍ରେନର ଘରୋଇକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୧-୧୦: ରେଲଓ୍ବେ ପକ୍ଷରୁ ୧୫୦ ଟ୍ରେନର ଘରୋଇକରଣ ନେଇ ଯୋଜନା ରଖାଯାଇଛି। ଏହାବାଦ ଦେଶର ୫୦ ରେଳ ଷ୍ଟେଶନକୁ ବିଶ୍ୱ ସ୍ତରୀୟ କରି ଗଢି ତୋଳିବା ଲାଗି ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଏହି ଧାରାକୁ ଆଗେଇ ନେବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଥିବା ଜଣାପଡିଛି। ରେଳ ଷ୍ଟେଶନ ଆଧିନିକୀକରଣ ଏବଂ ୧୫୦ ଟ୍ରେନ ପରିଚାଳନା ଲାଗି ଘରୋଇ ଯାତ୍ରୀବାହୀ ଟ୍ରେନ ଅପରେଟରଙ୍କୁ ଅନୁମତି ଦେବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି କାର୍ଯ୍ୟକୁ ଆଗେଇ ନେବା ଲାଗି ଏକ ଏମ୍ପାଓ୍ବାର୍ଡ ଗ୍ରୁପ ଗଠନ ନେଇ ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବଙ୍କୁ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଚିଠି ଲେଖିଛନ୍ତି। ଏହି ଗ୍ରୁପରେ ଯାଦବଙ୍କ ବ୍ୟତୀତ ନୀତି ଆୟୋଗ ସିଇଓ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ, ବାସଗୃହ ଏବଂ ସହର ବ୍ୟାପାର ସଚିବ ଏବଂ ରେଲଓ୍ବେର ଫାଇନାସିଆଲ କମିଶନର ରହିବେ।
ଏହାବାଦ ରେଳ ବୋର୍ଡର ଇଞ୍ଜିନୟରିଂ ସଦସ୍ୟ, ଟ୍ରାଫିକ ସଦସ୍ୟ ମଧ୍ୟ ଉକ୍ତ ଗ୍ରୁପରେ ସାମିଲ ରହିବେ। ବିଡିଂ ଧାରାକୁ ଏହି ଗ୍ରୁପ ମଞ୍ଜୁରୀ ପ୍ରଦାନ କରିବ। ଏହା ମଧ୍ୟରେ ଆର୍‌ଏଫ୍‌ପି, ଆର୍‌ଏଫ୍‌କ୍ୟୁ ଏବଂ କନସେସନ ଚୁକ୍ତି ଭଳି ବିଡ୍‌ ହସ୍ତାବିଜ ରହିବ। ବିଡିଂ ଧାରାକୁ ଦେଖା ଶୁଣା, ଠିକ୍‌ ସମୟରେ ପ୍ରକଳ୍ପ ପ୍ରଦାନ କରାଗଲା କି ନାହିଁ ସେ ନେଇ ଗ୍ରୁପ ନିଶ୍ଚିତ କରିବ। ପ୍ରାଥମିକତା ଭିତ୍ତିରେ ୧୫୦ ଟ୍ରେନର ଘରୋଇକରଣ ହେବାର ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ଚଳିତ ମାସ ୪ରୁ ଚାଲୁଥିବା ତେଜସ ଏକ୍ସପ୍ରେସ ଅଣରେଳ ଅପରେଟରଙ୍କ ଦ୍ୱାରା ପରିଚାଳିତ ପ୍ରଥମ ଟ୍ରେନ। ଏହା ରେଲଓ୍ବେର ନିଜସ୍ବ ସହଯୋଗୀ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri