୧୫୦ ଟ୍ରେନର ଘରୋଇକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୧-୧୦: ରେଲଓ୍ବେ ପକ୍ଷରୁ ୧୫୦ ଟ୍ରେନର ଘରୋଇକରଣ ନେଇ ଯୋଜନା ରଖାଯାଇଛି। ଏହାବାଦ ଦେଶର ୫୦ ରେଳ ଷ୍ଟେଶନକୁ ବିଶ୍ୱ ସ୍ତରୀୟ କରି ଗଢି ତୋଳିବା ଲାଗି ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଏହି ଧାରାକୁ ଆଗେଇ ନେବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଥିବା ଜଣାପଡିଛି। ରେଳ ଷ୍ଟେଶନ ଆଧିନିକୀକରଣ ଏବଂ ୧୫୦ ଟ୍ରେନ ପରିଚାଳନା ଲାଗି ଘରୋଇ ଯାତ୍ରୀବାହୀ ଟ୍ରେନ ଅପରେଟରଙ୍କୁ ଅନୁମତି ଦେବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହି କାର୍ଯ୍ୟକୁ ଆଗେଇ ନେବା ଲାଗି ଏକ ଏମ୍ପାଓ୍ବାର୍ଡ ଗ୍ରୁପ ଗଠନ ନେଇ ରେଳ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବଙ୍କୁ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଚିଠି ଲେଖିଛନ୍ତି। ଏହି ଗ୍ରୁପରେ ଯାଦବଙ୍କ ବ୍ୟତୀତ ନୀତି ଆୟୋଗ ସିଇଓ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ, ବାସଗୃହ ଏବଂ ସହର ବ୍ୟାପାର ସଚିବ ଏବଂ ରେଲଓ୍ବେର ଫାଇନାସିଆଲ କମିଶନର ରହିବେ।
ଏହାବାଦ ରେଳ ବୋର୍ଡର ଇଞ୍ଜିନୟରିଂ ସଦସ୍ୟ, ଟ୍ରାଫିକ ସଦସ୍ୟ ମଧ୍ୟ ଉକ୍ତ ଗ୍ରୁପରେ ସାମିଲ ରହିବେ। ବିଡିଂ ଧାରାକୁ ଏହି ଗ୍ରୁପ ମଞ୍ଜୁରୀ ପ୍ରଦାନ କରିବ। ଏହା ମଧ୍ୟରେ ଆର୍‌ଏଫ୍‌ପି, ଆର୍‌ଏଫ୍‌କ୍ୟୁ ଏବଂ କନସେସନ ଚୁକ୍ତି ଭଳି ବିଡ୍‌ ହସ୍ତାବିଜ ରହିବ। ବିଡିଂ ଧାରାକୁ ଦେଖା ଶୁଣା, ଠିକ୍‌ ସମୟରେ ପ୍ରକଳ୍ପ ପ୍ରଦାନ କରାଗଲା କି ନାହିଁ ସେ ନେଇ ଗ୍ରୁପ ନିଶ୍ଚିତ କରିବ। ପ୍ରାଥମିକତା ଭିତ୍ତିରେ ୧୫୦ ଟ୍ରେନର ଘରୋଇକରଣ ହେବାର ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ଚଳିତ ମାସ ୪ରୁ ଚାଲୁଥିବା ତେଜସ ଏକ୍ସପ୍ରେସ ଅଣରେଳ ଅପରେଟରଙ୍କ ଦ୍ୱାରା ପରିଚାଳିତ ପ୍ରଥମ ଟ୍ରେନ। ଏହା ରେଲଓ୍ବେର ନିଜସ୍ବ ସହଯୋଗୀ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri