୧୪ରୁ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ପହଞ୍ଚତ୍ଲେ ହବିଷିଆଳି

ପୁରୀ ଅଫିସ, ୧୨।୧୦: ଆସନ୍ତା ୧୩ ତାରିଖରେ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଏହା ପରଦିନ ଅର୍ଥାତ୍‌ ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ପୂଣ୍ୟ ଭୂମି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହଜାର ହଜାର ହବିଷିଆଳି। ଏଥିଲାଗି ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ଆସିବା ଆରମ୍ଭ ହୋଇଛି। ଟ୍ରେନ ଏବଂ ବସ୍‌ ଯୋଗେ କିଛି ହବିଷିଆଳି ଆସି ପୁରୀରେ ପହଞ୍ଚତ୍ଛନ୍ତି। ସେମାନେ ପୂର୍ବରୁ ସ୍ଥିର କରିଥିବା ଧର୍ମଶାଳା, ମଠକୁ ଟେମ୍ପୋ, ରିକ୍ସା ଓ ଟାଉନ ବସ୍‌ରେ ଯାଇଥିଲେ। ଫଳରେ ବିଭିନ୍ନ ମଠ ଓ ଧର୍ମଶାଳାରେ ଧୀରେ ଧୀରେ ଗହଳି ଆରମ୍ଭ ହେଲାଣି। ଆସନ୍ତା ୩ ଦିନ ମଧ୍ୟରେ ଅଧିକ ହବିଷିଆଳି ପହଞ୍ଚତ୍ବେ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନାରେ ଯେଉଁମାନେ ଆସିବେ ସେମାନଙ୍କୁ ୧୨ ତାରିଖରୁ ଆଶ୍ରୟସ୍ଥଳୀରେ ରଖାଯିବ। ତେଣୁ ଆଗକୁ ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଆଶ୍ରୟସ୍ଥଳୀରେ ରହୁଥିବା ହବିଷିଆଳିଙ୍କ ଲାଗି ମାଗଣାରେ ରହିବା, ଖାଇବା ସହିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ଅପରାହ୍ନରେ ଟ୍ରେନରେ ଆସି ଷ୍ଟେଶନରେ ପହଞ୍ଚତ୍ଥିଲେ ବାଲେଶ୍ୱର ନୀଳଗିରି ଅଞ୍ଚଳର ୩ ଜଣ ମହିଳା। ସେମାନେ ପ୍ରଥମେ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସକୁ ଯାଇ ବିଶ୍ରାମ ନେଇଥିଲେ। ଏହାପରେ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ରାତିଟା ସମ୍ପର୍କୀୟଙ୍କ ଘରେ ବିତାଇବା ପରେ ଶନିବାରଠାରୁ ହବିଷିଆଳି ଆଶ୍ରୟସ୍ଥଳରେ ରହିବେ ବୋଲି ସେମାନେ କହିଥିଲେ। ଗତ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। କିନ୍ତୁ ପରମ୍ପରା ଅନୁଯାୟୀ, ହବିଷିଆଳିମାନେ କାର୍ତ୍ତିକ ମାସ ପ୍ରଥମ ଦିନରୁ କାର୍ତ୍ତିକ ବ୍ରତ ଆରମ୍ଭ କରଥାନ୍ତି। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ୍ନ ଆଦି ବିଭିନ୍ନ ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରନ୍ତି। ଦର୍ଶନ ପରେ ରହୁଥିବା ବିଭିନ୍ନ ମଠ, ଧର୍ମଶାଳା ଏବଂ ଆଶ୍ରୟସ୍ଥଳୀର ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି। ଦିନରେ ଗୋଟିଏ ଥର ମହାପ୍ରସାଦ ସେବନ ଅର୍ଥାତ୍‌ ହବିଷାନ୍ନ କରି କାର୍ତ୍ତିକ ବ୍ରତ ପାଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri