୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ ଭୁବନେଶ୍ୱର ବାଣିଜ୍ୟ ଓ ପରିବହନ ବିଭାଗକୁ ନିଯୁକ୍ତ ଦିଆଯିବା ସହ ରୋଡ୍‌ ସେଫ୍ଟି ସେଲ୍‌ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ସୋନପୁର ଡିଆଇବିରେ ଡିଏସ୍‌ପି ଥିବା ମନୋରଞ୍ଜନ ପ୍ରଧାନଙ୍କୁ ବଲାଙ୍ଗୀର ଅତିରିକ୍ତ ଏସ୍‌ପି, ବୌଦ୍ଧ ଡିଆଇବି ଡିଏସ୍‌ପି ଥିବା ବିପିନ ବିହାରୀ ବେହେରାଙ୍କୁ କନ୍ଧମାଳ ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। କମିଶନରେଟ ପୋଲିସରେ ଏସିପି ଥିବା ପ୍ରମୋଦ କୁମାର ରଥଙ୍କୁ ଅତିରକ୍ତ ଡିସିପିଭାବେ କମିଶନରେଟ ପୋଲିସରେ ଅବସ୍ଥାପିତ କରାଯାଇଛି। କଟକ ପିସିଆର ସେଲ୍‌ରେ ଥିବା ଇତିକାନ୍ତ ମହାପାତ୍ରଙ୍କୁ କଟକ ଏଚ୍‌ଆରପିସିକୁ ଅତିରିକ୍ତ ଏସ୍‌ପିଭାବେ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଡିଆଇବିରେ ଥିବା ସୁଦାମ ଚରଣ ସାହୁଙ୍କୁ ମୟୂରଭଞ୍ଜ ଜିଲାର ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ସୋନପୁର ଆଇୟୁସିଏଡବ୍ଲ୍ୟୁରେ ଥିବା ସୟଦ ମୁଜିବୁର ରହମାନଙ୍କୁ ବଣାଇକୁ ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀଙ୍କୁ ଇଓଡବ୍ଲ୍ୟୁକୁ ପୂର୍ବରୁ ବଦଳି ହୋଇଥିଲା। ତାହାକୁ ବାତିଲ କରାଯାଇ କମିଶନରେଟ ପୋଲିସରେ ଅତିରିକ୍ତ ଡିସିପିଭାବେ ଅବସ୍ଥାପିିତ କରାଯାଇଛି। ସେହି ପଦବୀରେ ଥିବା ଅମରେଶ କୁମାର ପଣ୍ଡାଙ୍କୁ ବଦଳି କରାଯାଇଛି। ଇଣ୍ଟେଲିଜେନ୍ସରେ ଥିବା ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ପଦୋନ୍ନତି ମିଳିବା ପରେ ଇଣ୍ଟେଲିଜେନ୍ସର ଅତିରିକ୍ତ ଏସ୍‌ପିଭାବେ ଅବସ୍ଥାପିତ କରାଯାଇଛି। ଇଣ୍ଟେଲିଜେନ୍ସିରେ ଥିବା ଡିଏସ୍‌ପି ରଶ୍ମିକାନ୍ତ ମିଶ୍ରଙ୍କୁ ଇଣ୍ଟେଲିଜେନ୍ସର ଅତିରିକ୍ତ ଏସ୍‌ପିଭାବେ ନିଯୁକ୍ତି ମିଳିଛି। ବଣାଇ ଏସ୍‌ଡିପିଓ ଥିବା ଅବକାଶ ରାଉତରାୟଙ୍କୁ ରାଉରକେଲା ଅତିରିକ୍ତ ଏସ୍‌ପି, ସୁନ୍ଦରଗଡ ଡିଆଇବିରେ ଥିବା ରାମପ୍ରସାଦ ସାହୁଙ୍କୁ ରାୟଗଡା ଆଇୟୁସିଏଡବ୍ଲ୍ୟୁକୁ ଅତିରିକ୍ତ ଏସ୍‌ପିଭାବେ ବଦଳି କରାଯାଇଛି। ଇଣ୍ଟେଲିଜେନ୍ସରେ ଡିଏସ୍‌ପି ଥିବା ଭବାନୀକାନ୍ତ ପଟ୍ଟନାୟକଙ୍କୁ ଯାଜପୁର ଅତିରିକ୍ତ ଏସ୍‌ପି, କମିଶନରେଟ ପୋଲିସରେ ଅତିରିକ୍ତ ଡିସିପି ଥିବା ଅମରେଶ କୁମାର ପଣ୍ଡାଙ୍କୁ ଅତିରିକ୍ତ ଏସ୍‌ପି ଭାବେ ସମ୍ବଲପୁରକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri