୧୧୬୫ ମୂଲ୍ୟବାନ ଗଛକଟାରେ ସୀମିତ ରାସ୍ତା ନିର୍ମାଣ

ସୋନପୁର,୧୩।୨(ନି.ପ୍ର.) – ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲାର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ନିର୍ଦ୍ଧାରିତ ସମୟରେ କୌଣସି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି। ବର୍ଷ ବର୍ଷ ଧରି ପ୍ରକଳ୍ପଗୁଡିକ ଅଧାପନ୍ତରିଆ ଅବସ୍ଥାରେ ପଡି ରହୁଛି। କେଉଁଠି ଜମି ଅଧିଗ୍ରହଣ ହେଉନି ତ ଆଉ କେଉଁଠି ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦରେ ଅହେତୁକ ବିଳମ୍ବ। କେଉଁଠି ଠିକାଦାରଙ୍କ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଛି। କିନ୍ତୁ ଏ ସବୁର ଆଦୌ ସମୀକ୍ଷା ହେଉନି। ଓଲଟି ଜବରଦଖଲକାରୀଙ୍କୁ ଉଚ୍ଛେଦ ନ କରିବା ପାଇଁ ପରୋକ୍ଷ ନିର୍ଦ୍ଦେଶ ଆସୁଛି । ଜିଲା ସଦର ମହକୁମାର ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି କାମ ପାଇଁ ୨୦୧୯ ଫେବୃୟାରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୨୦୧୯ ଅଗଷ୍ଟ ୧୨ ତାରିଖରେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତ ବିଭାଗ ସହିତ ଟେଣ୍ଡର ପାଇଥିବା ସୁପର କ୍ଲାସ କଣ୍ଟ୍ରାକ୍ଟର ନନ୍ଦୁଲାଲ ପୁରୋହିତଙ୍କର ଚୁକ୍ତିନାମା ହୋଇଛି। ଡିଭାଇଡର ଓ ଉଭୟ ପାର୍ଶ୍ୱରେ ଡ୍ରେନ ସହିତ ୨୦ମିଟର ଓସାରର ୩.୨୬୦କି.ମି. ଲମ୍ବା ୪ ଥାକିଆ ରାସ୍ତା ନିର୍ମାଣ ପାଇଁ ୬କୋଟି ୭୯ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଜମି କ୍ଲିୟରାନ୍ସ ନଥିବାରୁ ଠିକାଦାର କାମ କରି ପାରୁନାହାନ୍ତି । ବେସରକାରୀ, ସରକାରୀ ଓ ଦୋବୋତ୍ତର ଜମି ଅଧିଗ୍ରହଣ ହୋଇପାରୁନି। କେତେକ ସରକାରୀ ଜମି ଜବରଦଖଲରେ ରହିଛି। କୁଞ୍ଜ ଛକ, ପଟାଭାଡି ଛକ, ବ୍ଲକ ଛକ ଓ ବୁଢାରାଜା ଛକରେ ରାସ୍ତା ଅଧିକ ଚଉଡା ହେବାକୁ ଥିବା ବେଳେ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଛଘୁଞ୍ଚା ଦେଉଛି। ବିଦ୍ୟୁତ୍‌ ଖୁଣ୍ଟ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟଗୁଡିକ ସ୍ଥାନାନ୍ତର କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ରୀତିମତ ଷଡଯନ୍ତ୍ର ଚାଲିଛି। ହେଲେ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ୧୧୬୫ଟି ମୂଲ୍ୟବାନ ଗଛକୁ ପ୍ରଶାସନ ଖୁବ୍‌ ସହଜରେ କାଟି ଦେଇ ପାରିଲା । କିନ୍ତୁ ଅସଲ କାମ ଜବରଦଖଲ ଉଚ୍ଛେଦ ବେଳକୁ ରାଜସ୍ବ ଓ ପୌର ପରିଷଦ ଭିତରେ ଟଣାଓଟରା ଚାଲିଥିବା ଦେଖିବାକୁ ମିଳୁଛି। ରାସ୍ତା ନିର୍ମାଣ ଏଭଳି ଭାବେ ଲାଗି ରହିଲେ ଏହା ସମ୍ପୂର୍ଣ୍ଣ ପାଇଁ କେତେ ବର୍ଷ ଲାଗିବ ସହରର ବୁଦ୍ଧିଜୀବୀ ଅନୁମାନ ଲଗାଇ ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri