୧୦୮ ଆମ୍ବୁଲାନ୍ସ ସେବାରେ ବାଧକ ଫେକ୍‌ କଲ୍‌: ଦିନକୁ ଆସୁଛି ୭୦୦ ମିଥ୍ୟା କଲ୍‌, ପ୍ରକୃତ ହିତାଧିକାରୀଙ୍କୁ ଅସୁବିଧା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ନିଜର ମହତ୍‌ କାର୍ଯ୍ୟ ପାଇଁ ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ ଏହି ସେବା ପରିଚାଳନାରେ ବର୍ତ୍ତମାନ ମୁଖ୍ୟ ବାଧକ ସାଜିଛି ଫେକ୍‌ କଲ୍‌। ଜରୁରିକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ଫୋନ୍‌ ନମ୍ବର ଏବେ କେତେକଙ୍କ ପାଇଁ ଟାଇମପାସ୍‌ ଏବଂ ଥଟ୍ଟାମଜାର ମାଧ୍ୟମ ପାଲଟିଛି। ଦିନକୁ ଦିନ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମକୁ ଆସୁଥିବା ଫେକ୍‌ କଲ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। କେତେଜଣ ଅସାଧୁ ବ୍ୟକ୍ତିଙ୍କ ଯୋଗୁ ପ୍ରକୃତ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଜଣେ ଅସାଧୁ ବ୍ୟକ୍ତି ୩ ହଜାରରୁ ଅଧିକ ଥର ଫୋନ୍‌ କରିଥିବା ମଧ୍ୟ ନଜିର ରହିଛି। ଅନାବଶ୍ୟକ କଲ୍‌ରେ ଲାଇନ୍‌ ବ୍ୟସ୍ତ ରହିବା ଦ୍ୱାରା ଅନେକ ଜରୁରୀ କଲ୍‌ ଗ୍ରହଣ ହୋଇପାରୁ ନାହିଁ।
ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ୨୦୧୩ରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଜିକିତ୍ସା ହେଲଥ୍‌ କେୟାର ଲିଃ ନାମକ ଏକ ଘରୋଇ କମ୍ପାନୀ ଏହି ସେବା ପ୍ରଦାନ କରୁଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଇଡ଼କୋ ଟାୱାରରେ ଅବସ୍ଥିତ। ରାଜ୍ୟର ଯେକୌଣସି ଜିଲାରୁ ୧୦୮ କିମ୍ବା ୧୦୨ ପାଇଁ କଲ୍‌ ଆସିଲେ, ତାହା ଭୁବନେଶ୍ୱରର ନିୟନ୍ତ୍ରଣ କକ୍ଷକୁ ପ୍ରଥମେ ଆସିଥାଏ ଏବଂ ସେହିଠାରୁ ହିଁ ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ପଠାଇବାର ବ୍ୟବସ୍ଥା କରାଯାଇଥାଏ। ଏହି ଦୁଇଟିଯାକ ଦେୟମୁକ୍ତ ନମ୍ବରରେ ଫେକ୍‌ କଲ୍‌ ସଂଖ୍ୟା ବଢ଼ିଚାଲିଥିବାରୁ ସେବା ଅନେକାଂଶରେ ପ୍ରଭାବିତ ହେଉଛି। ଏନେଇ ୧୦୮ କଲ୍‌ ସେଣ୍ଟରର ମ୍ୟାନେଜର କହିଛନ୍ତି ଯେ, ‘ଆମେ ଦୈନନ୍ଦିନ ୧୦,୦୦୦ କଲ୍‌ ଗ୍ରହଣ କରୁଥିବାବେଳେ ସେଥିରୁ ୭୦୦ଟି ମିଥ୍ୟା କଲ୍‌ ରହୁଛି। ଏଭଳି କଲ୍‌ ସାଧାରଣତଃ ସକାଳ ୭ ରୁ ଅପରାହ୍ନ ୩ଟା ମଧ୍ୟରେ ଆସିଥାଏ। ବିଶେଷକରି ଯେଉଁ ସମୟରେ ମହିଳା କର୍ମଚାରୀମାନେ ଫୋନ୍‌ ଧରନ୍ତି, ସେହି ସମୟରେ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଫୋନ କରି ଅଶାଳୀନ ଭାଷାରେ କଥାବାର୍ତ୍ତା କରିଥାଆନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଏପରି ମିଥ୍ୟା କଲ୍‌ ଯୋଗୁ ଅନେକ କ୍ଷେତ୍ରରେ ଘଟଣାସ୍ଥଳରୁ ଖାଲି ହାତରେ ଫେରୁଛି ଆମ୍ବୁଲାନ୍ସ। ଏପରି କି ରାସ୍ତାରେ ବୁଲା ପଶୁଙ୍କ ଦେହ ଖରାପ ଅଛି ବୋଲି ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ ଆସୁଛି। ଏ ସମ୍ପର୍କରେ ୧୦୮ ନିୟନ୍ତ୍ରଣ କକ୍ଷର ଜଣେ କର୍ମଚାରୀ କହିଛନ୍ତି ଯେ, ମିଥ୍ୟା କଲ୍‌ ଆସୁଥିବା ନମ୍ବରରୁ ଏକାଧିକ ଥର ଫୋନ୍‌ ଆସିଲେ, ତାକୁ ସିଷ୍ଟମରେ ଫେକ୍‌ କଲର୍‌ ତାଲିକାରେ ପକାଇ ଦେଉଛୁ ଏବଂ ସମୟ ସମୟରେ ଏପରି ଜରୁରିକାଳୀନ ସେବାକୁ ବ୍ୟସ୍ତ ନ ରଖିବାକୁ ପରାମର୍ଶ ମଧ୍ୟ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri