୧୦୪ନଂରୁ ନିର୍ଦ୍ଦେଶ ନ ଆସିବା ଯାଏ ଘରର ସୀମାରେଖା ଡିଅଁନ୍ତୁ ନାହିଁ, ହୁଅନ୍ତୁ ନାହିଁ ‘ସୁପର୍‌ ସ୍ପ୍ରେଡର ବା ରୋଗୀ ନଂ-୩୧’: ବାଗ୍‌ଚୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଘାତକ କରୋନା ସଂକ୍ରମଣ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏକଦା ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଭାବେ ଚାଲୁଥିବା ବେଳେ ହଠାତ୍‌ ଜଣେ ୬୧ ବର୍ଷ ବୟସ୍କା ମହିଳା ଏହାକୁ ବଦଳାଇଥିଲେ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଥିଲା। କାରଣ ମହିଳା ତଥା ରୋଗୀ ନଂ-୩୧ଜଣଙ୍କ ୧୧୬୦ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଥିଲା। ତାଙ୍କୁ ‘ସୁପର ସ୍ପେଡର୍‌’ କୁହାଯାଇଥିଲା। ଏବେ ରାଜ୍ୟରେ ୩ୟ କରୋନା ରୋଗୀ ୩ଟି ହସ୍‌ପିଟାଲ ବୁଲି ଯାଇଛନ୍ତି। ଫଳରେ ତାଙ୍କ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦେଖିବାକୁ ଗଲେ ଜଣେ ସଂକ୍ରମିତ ବ୍ୟକ୍ତି ପାଖାପାଖି ୨.୨୪ରୁ ୩.୫୮ଜଣଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ। ଏହି ଚେନ୍‌ ଆଗକୁ ଆଗକୁ ଚାଲିଥାଏ। ଏଣୁ ନିଜ ଦାୟିତ୍ୱ ଜ୍ଞାନ ରଖନ୍ତୁ। ଏହାକୁ ବୁଝନ୍ତୁ। କରୋନା ସହ ଲଢ଼ିବା ଯୁଦ୍ଧ ସହ ସମାନ। ଯେପର୍ଯ୍ୟନ୍ତ ୧୦୪ ନଂରୁ ନିର୍ଦ୍ଦେଶ ନ ଆସିଛି ସେପର୍ଯ୍ୟନ୍ତ ଘରର ସୀମାରେଖା ଡେଇଁ ଯିବା ଉଚିତ ନୁହେଁ। ଯେଉଁଠି ଅଛନ୍ତି ସେଇଠି ରହିବାକୁ ପଡ଼ିବ। ମନଇଚ୍ଛା ଡେଇଁ ଯାଆନ୍ତୁ ନାହିଁ। ଦକ୍ଷିଣ କୋରିଆର ରୋଗୀ ନଂ-୩୧ ହୁଅନ୍ତୁ ନାହିଁ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri