Posted inଖେଳ

୧୦୦ ଗ୍ରାଣ୍ଡସ୍ଲାମ ପୂରଣ ଆଶାରେ ଲିଆଣ୍ଡର

ନୂଆଦିଲ୍ଲୀ, ୬।୬(ପି.ଟି.)-
ଗ୍ରାଣ୍ଡସ୍ଲାମ ଖେଳି ଶତକ ପୂରଣ କରିବାରେ ୩ ପାଦ ଦୂରରେ ଅଛନ୍ତି ଭାରତର ତାରକା ଟେନିସ ଖେଳାଳି ଲିଆଣ୍ଡର ପେସ୍‌। ୧୦୦ ଗ୍ରାଣ୍ଡସ୍ଲାମ ପୂରଣ କରିବା ଆଶାରେ ଥିବା ଏହି ଭେଟେରାନ ଖେଳାଳି କୋଭିଡ-୧୯ ପାଇଁ ନିଜ ଲକ୍ଷ୍ୟ ପଥରେ ପହଞ୍ଚତ୍ବାନେଇ ଆଶଙ୍କାରେ ରହିଛନ୍ତି। ୨୦୨୦ରେ ଅଲିମ୍ପିକ୍ସ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ଥିଲେ ଏହି ଟେନିସ ତାରକା। ଏହା ତାଙ୍କ କ୍ୟାରିୟରର ୮ମ ଅଲିମ୍ପିକ୍ସ ହୋଇଥାନ୍ତା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ମହାକୁମ୍ଭ ୨୦୨୧କୁ ଘୁଞ୍ଚତ୍ୟିବାରୁ ଆସନ୍ତା ବର୍ଷ ଏହି ପ୍ରତିଯୋଗିତାରେ ଖେଳିବା ନେଇ ମଧ୍ୟ ସେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ୨୦୨୦ ତାଙ୍କ କ୍ୟାରିୟରର ଶେଷ ସିଜନ ବୋଲି ପୂର୍ବରୁ ଘୋଷଣା କରିଥିଲେ ଲିଆଣ୍ଡର। ଏହି ବର୍ଷ ସେ ଗ୍ରାଣ୍ଡସ୍ଲାମ ଖେଳିବାରେ ଶତକ ପୂରଣ ସହ ୮ ଅଲିମ୍ପିକ୍ସ ଖେଳିବାର ମଧ୍ୟ ଗୌରବ ପାଇଥାନ୍ତେ। ମାତ୍ର କୋଭିଡ-୧୯ ଯୋଗୁ ସେ ଏହି ମାଇଲଖୁଣ୍ଟଠାରୁ ଦୂରରେ ରହି ଯାଇଛନ୍ତି। ”ଅଲିମ୍ପିକ୍ସ ଏବେ ବହୁ ଦୂରରେ ରହିଛି। ଏପରିକି ଖେଳ ଜୁଲାଇ, ଅଗଷ୍ଟ କିମ୍ବା ଅକ୍ଟୋବର-ନଭେମ୍ବରରେ ଆରମ୍ଭ ହେବାନେଇ ମୁଁ ଆଶଙ୍କାରେ ରହିଛି। ମାତ୍ର ଲକ୍‌ଡାଉନ୍‌ ପରେ ଯେତେବେଳେ ବି ଟୁର୍ନାମେଣ୍ଟ ହେବ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। ସ୍ଥିତି ସ୍ବାଭାବିକ ହେଲେ ମୁଁ ୨୦୨୧ ପର୍ଯ୍ୟନ୍ତ ଖେଳ ଜାରି ରଖିବି କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବି“ ବୋଲି ଏକ ଚାଟ୍‌ ଶୋ’ରେ ଲିଆଣ୍ଡର ପ୍ରକାଶ କରିଛନ୍ତି। ମୁଁ ୯୭ଟି ଗ୍ରାଣ୍ଡସ୍ଲାମ ଖେଳି ସାରିଛି। ଆଉ ୩ଟି ଖେଳିଲେ ୧୦୦ ପୂରଣ ହେବ। ସେହିପରି ଆଉ ଗୋଟିଏ ଅଲିମ୍ପିକ୍ସ ଖେଳିଲେ ଜଣେ ଟେନିସ ଖେଳାଳି ସର୍ବାଧିକ ଅଲିମ୍ପିକ୍ସ ଖେଳିବା ତାଲିକାର ଶୀର୍ଷରେ ଭାରତ ରହିବ। ମୋର ଏହିସବୁ ସ୍ଥାନରେ ପହଞ୍ଚତ୍ବାକୁ ଇଚ୍ଛା ଅଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହାକିଛି ହାସଲ କରିଛି ସେଥିରେ ବହୁତ ଖୁସିଅଛି ବୋଲି ପେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri