Posted inଖେଳ

୧୦୦ ଗ୍ରାଣ୍ଡସ୍ଲାମ ପୂରଣ ଆଶାରେ ଲିଆଣ୍ଡର

ନୂଆଦିଲ୍ଲୀ, ୬।୬(ପି.ଟି.)-
ଗ୍ରାଣ୍ଡସ୍ଲାମ ଖେଳି ଶତକ ପୂରଣ କରିବାରେ ୩ ପାଦ ଦୂରରେ ଅଛନ୍ତି ଭାରତର ତାରକା ଟେନିସ ଖେଳାଳି ଲିଆଣ୍ଡର ପେସ୍‌। ୧୦୦ ଗ୍ରାଣ୍ଡସ୍ଲାମ ପୂରଣ କରିବା ଆଶାରେ ଥିବା ଏହି ଭେଟେରାନ ଖେଳାଳି କୋଭିଡ-୧୯ ପାଇଁ ନିଜ ଲକ୍ଷ୍ୟ ପଥରେ ପହଞ୍ଚତ୍ବାନେଇ ଆଶଙ୍କାରେ ରହିଛନ୍ତି। ୨୦୨୦ରେ ଅଲିମ୍ପିକ୍ସ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ଥିଲେ ଏହି ଟେନିସ ତାରକା। ଏହା ତାଙ୍କ କ୍ୟାରିୟରର ୮ମ ଅଲିମ୍ପିକ୍ସ ହୋଇଥାନ୍ତା। ମାତ୍ର କରୋନା ଭାଇରସ ସଂକ୍ରମଣ ଯୋଗୁ କ୍ରୀଡ଼ା ମହାକୁମ୍ଭ ୨୦୨୧କୁ ଘୁଞ୍ଚତ୍ୟିବାରୁ ଆସନ୍ତା ବର୍ଷ ଏହି ପ୍ରତିଯୋଗିତାରେ ଖେଳିବା ନେଇ ମଧ୍ୟ ସେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ୨୦୨୦ ତାଙ୍କ କ୍ୟାରିୟରର ଶେଷ ସିଜନ ବୋଲି ପୂର୍ବରୁ ଘୋଷଣା କରିଥିଲେ ଲିଆଣ୍ଡର। ଏହି ବର୍ଷ ସେ ଗ୍ରାଣ୍ଡସ୍ଲାମ ଖେଳିବାରେ ଶତକ ପୂରଣ ସହ ୮ ଅଲିମ୍ପିକ୍ସ ଖେଳିବାର ମଧ୍ୟ ଗୌରବ ପାଇଥାନ୍ତେ। ମାତ୍ର କୋଭିଡ-୧୯ ଯୋଗୁ ସେ ଏହି ମାଇଲଖୁଣ୍ଟଠାରୁ ଦୂରରେ ରହି ଯାଇଛନ୍ତି। ”ଅଲିମ୍ପିକ୍ସ ଏବେ ବହୁ ଦୂରରେ ରହିଛି। ଏପରିକି ଖେଳ ଜୁଲାଇ, ଅଗଷ୍ଟ କିମ୍ବା ଅକ୍ଟୋବର-ନଭେମ୍ବରରେ ଆରମ୍ଭ ହେବାନେଇ ମୁଁ ଆଶଙ୍କାରେ ରହିଛି। ମାତ୍ର ଲକ୍‌ଡାଉନ୍‌ ପରେ ଯେତେବେଳେ ବି ଟୁର୍ନାମେଣ୍ଟ ହେବ ସେଥିପାଇଁ ମୁଁ ପ୍ରସ୍ତୁତ ଅଛି। ସ୍ଥିତି ସ୍ବାଭାବିକ ହେଲେ ମୁଁ ୨୦୨୧ ପର୍ଯ୍ୟନ୍ତ ଖେଳ ଜାରି ରଖିବି କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବି“ ବୋଲି ଏକ ଚାଟ୍‌ ଶୋ’ରେ ଲିଆଣ୍ଡର ପ୍ରକାଶ କରିଛନ୍ତି। ମୁଁ ୯୭ଟି ଗ୍ରାଣ୍ଡସ୍ଲାମ ଖେଳି ସାରିଛି। ଆଉ ୩ଟି ଖେଳିଲେ ୧୦୦ ପୂରଣ ହେବ। ସେହିପରି ଆଉ ଗୋଟିଏ ଅଲିମ୍ପିକ୍ସ ଖେଳିଲେ ଜଣେ ଟେନିସ ଖେଳାଳି ସର୍ବାଧିକ ଅଲିମ୍ପିକ୍ସ ଖେଳିବା ତାଲିକାର ଶୀର୍ଷରେ ଭାରତ ରହିବ। ମୋର ଏହିସବୁ ସ୍ଥାନରେ ପହଞ୍ଚତ୍ବାକୁ ଇଚ୍ଛା ଅଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହାକିଛି ହାସଲ କରିଛି ସେଥିରେ ବହୁତ ଖୁସିଅଛି ବୋଲି ପେସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri