୧୦ଥର ଆବେଦନ କରି ନିରାଶ ଘଟ୍‌ନା: ଭତା ପାଏଲେ ବୁରୁଧ୍‌ ଦମ୍ପତି

ଗଣ୍ଡତୁରୁମ, ୨୩।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାକର ମାଏକିନା ସାଲିଣି(୮୫)। ଦମ୍ପତି ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିଲେ। ଇ ବାବ୍‌ଦେ ଗଲା ୨୦୧୯ ଡିସେମ୍ବର ୫ ତାରିଖଥି ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘୧୦ଥର ଆବେଦନ କରି ନିରାଶ, ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ବୁରୁଧ୍‌ ଦମ୍ପତିକୁଁ ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନେବାକେ ଜିଲା ସାମାଜିକ ସୁରକ୍ଷା ଅଧ୍‌କାରୀ ନବକୃଷ୍ଣ ଦାଶକୁଁ ନିରଦେଶ ଦେଇଥିଲେ। ଜିଲାପାଳକଁର ନିରଦେଶ ଅନ୍‌ସାରେ ଡିଏସ୍‌ଏସ୍‌ଓ ଆର ଉନିଅଁା କରମଚାରୀମାନେ ମହୁଲପାଲି ଗଁାରେ ପୁହୁଁଚି ଘନକୁଁ ଭେଟି ସବୁକଥା ପଚାରି ବୁଝିଥିଲେ। ସରକାରୀ ଅଧ୍‌କାରୀମାନେ ତାକରନୁ ଦରକାରୀ କାଗଜପତର, ଫଟୋ ନେଇଥିଲେ। ଶେଷେ ପରଶାସନ ବୁରୁଧ୍‌ ଦମ୍ପତିକଁର ଭତା ମଂଜୁର କରିଥିଲେ। ଥାନୀଅ ସରପଁଚ୍‌ ପିଙ୍କି ବଢ଼େଇ, ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ବୁରୁଧ୍‌ ଦମ୍ପତିକୁଁ ପଚେତ୍‌କେ ଡକେଇ ଦୁଇ ମାସର ଲେଖେଁ ଭତା ଟଁକା ଦେଇଛନ୍‌। ଦମ୍ପତି ଭତା ପାଏଲା ଉତାରୁ ଖୁସିରେ ଗଦ୍‌ ଗଦ୍‌ ହେଇ ଧରିତ୍ରୀ ଖବର କାଗଜକେ ଗୁର୍‌ଦୁ ପରଶଁସା କରବାର ସଂଗେ ଧରିତ୍ରୀ ପରିବାରକେ ଧଏନ୍‌ବାଦ ଦେଇଛନ୍‌। ପୂରବର ସୂଚନା ହିସାବେ ମହୁଲପାଲି ଗାଁର ଘନ ଦେହେରୀକଁର ପରିବାର କହେଲେ ମାଏକିନା ସାଲିଣି, ୩ ପୁଓ ଆର ଗୁଟେ ଝି’କେ ନେଇ ସଁସାର। ଘନ ଝନେ ନିହାତି ଗରିବ୍‌ ଆର ଭୂମିହୀନ ଲୋକ ଆଏ। ୧୯୬୯ ସାଲେ ହେଇଥିବାର ବଡ଼ଭାରି ମର୍‌ଡିରେ ପେଟ୍‌ପାଟନାର ଲାଗି କୁଟୁମବସିଆ ନିଜର ମୂଲ ଗାଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କୁଞ୍ଜାମହୁଲରୁ ବରଗଡ଼ ଜିଲା ମହୁଲପାଲିକେ ପଲେଇ ଆସିଥିଲେ। ମହୁଲପାଲିରେ କୁଲିମଜୁରି କରି ଘନ ନିଜର ଛୁଆପିଲା ବଡ଼ କରି ବିହାଚୁରା କରି ସାରିଛନ୍‌। ଏହେଦେ ପିଲାଛୁଆ ଭିନେ ହେଇ ରହୁଥିଲାବେଲେ ବୁରୁଧ୍‌ ଦମ୍ପତି ବଡ଼ାଦୁଖେ ଚଲୁଛନ୍‌। ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ପାଉଥିଲାବେଲେ ତେଲ୍‌ନୁନ୍‌, କପଡ଼ାଲତା, ଉଷୋକଷା କରବାକେ ସେମାନେ ବହୁତ୍‌ ହଇରାନ ହେଉଥିଲେ। ଏହେଦେ ଭତା ପାଏଲା ଉତାରୁ ଆମେ ଆରାମରେ ଚଲିପାରମୁ ବଲି ବୁରୁଧ୍‌ ଦମ୍ପତି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri