୧୦ ମାସରେ ଜବତ ହୋଇଛି ୧୦ ମୃତଦେହ : ମୃତକଙ୍କ ପରିଚୟ ପାଉନି ପୋଲିସ

କଟକ ଅଫିସ,୮।୭ : ଗତ ୧୦ ମାସ ମଧ୍ୟରେ କଟକରେ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ଜବତ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି। ହେଲେ ଏହି ସବୁ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ତ ଦୂରର କଥା, ହତ୍ୟାର କାରଣ ଖୋଜି ପାଉନି ପୋଲିସ। ଏପରି କି ମୃତ ବ୍ୟକ୍ତିଙ୍କର ପରିଚୟ ଠାବ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଅଭିଯୁକ୍ତମାନେ ପୋଲିସ ଆଖିରେ ଧୂଳି ଦେଇ ଖୁଲମଖୋଲା ବାହାରେ ବୁଲୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କୌଣସି ମୃତଦେହ ଜବତ କରାଯାଉଛି କିନ୍ତୁ ତାଙ୍କର ପରିଚୟ ମିଳୁନାହିଁ, ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ପୋଲିସ ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେବା କଥା। ହେଲେ ପୋଲିସ କ୍ରାଇମ୍‌ବ୍ରାଞ୍ଚକୁ ଏ ସମ୍ପର୍କରେ ସୂଚନା ଦେଉନାହିଁ। ଅନ୍ୟପକ୍ଷରେ କଟକ ଜିଆର୍‌ପି ଥାନା ଅଞ୍ଚଳରୁ ଯେଉଁ ଅଚିହ୍ନା ମୃତଦେହ ଜବତ କରାଯାଉଛି, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଉଛି। ହେଲେ କମିଶନରେଟ୍‌ ପୋଲିସ ଅଧୀନ ବିଭିନ୍ନ ଥାନା ଅଞ୍ଚଳରୁ ଜବତ ହେଉଥିବା ଅଚିହ୍ନା ମୃତଦେହ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଓ୍ବେବ୍‌ସାଇଟ୍‌ରେ ତଥ୍ୟ ପ୍ରକାଶ ପାଉନାହିଁ। ଫଳରେ ମୃତକଙ୍କ ପରିଚୟ ପାଇବାରେ ପୋଲିସ ସଫଳ ହେଉନାହିଁ। ସୂଚନାଯୋଗ୍ୟ, ୨୦୧୬ରେ ଶେଷଥର ପାଇଁ ଜଣେ ମୃତବ୍ୟକ୍ତିଙ୍କ ପରିଚୟ ମିଳୁ ନ ଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ୱେବ୍‌ ସାଇଟ୍‌ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏଭଳି ବହୁ ଘଟଣା ଘଟିଥିଲେ ମଧ୍ୟ ୱେବ୍‌ସାଇଟ୍‌ରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇନାହିଁ।
୨୦୧୮ ଅକ୍ଟୋବର ୬ରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଅଞ୍ଚଳର ଏକ ହୋଟେଲ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଥିଲା। ମୃତକ ଜଣଙ୍କ ସେଠାରେ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇଥିଲା। ହେଲେ ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ବୃଦ୍ଧଙ୍କ ପରିଚୟ ପାଇପାରିନାହିଁ।
ଗତ ଅକ୍ଟୋବର ୧୭ରେ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍‌ନଗର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ବେଳେ ତାଙ୍କୁ କେହି ହତ୍ୟା କରି ସେଠାରେ ପକାଇଥିବା ଅନୁମାନ କରାଯାଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ପାଇବାରେ ବିଫଳ ହୋଇଛି।ଗତ ଅକ୍ଟୋବରରେ ବାଦାମବାଡି ପୋଲିସ କାଠଯୋଡି ନଦୀରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଥିଲା। ତାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିଲା। ମାତ୍ର ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ମୃତକଙ୍କ ପରିଚୟ ପାଇନାହିଁ।
୨୦୧୮ ନଭେମ୍ବରରେ ମଙ୍ଗଳାବାଗ ଥାନା ନୂଆପାଟଣା ଅଞ୍ଚଳରେ ଥିବା ଏକ ଅଳିଆ ଗଦାରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ତାଙ୍କୁ ହତ୍ୟା କରାଯାଇ ସେଠାରେ ପକାଇ ଦିଆଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ। ପୋଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ପୋଲିସ ପାଇପାରିନାହିଁ।
ଗତ ଏପ୍ରିଲ ୧ରେ ଜଗତ୍‌ପୁର ପୋଲିସ ମହାଦନୀ ପଠାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଜବତ କରିଥିଲା। କେହି ତାଙ୍କୁ ହତ୍ୟା କରି ନଦୀରେ ପକାଇ ଦେଇଥିବା ପୋଲିସ ସନ୍ଦେହ କରିଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଟେର୍‌ ପାଇପାରିନାହିଁ।
ଗତ ୧ ତାରିଖରେ ବାଦାମବାଡି ପୋଲିସ ଖାନ୍‌ନଗର ଏମ୍‌ଭି ପଡିଆରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଥିଲା। ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡୁଥିଲା। ପରେ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା, ମୃତକଙ୍କ ପରିଚୟ ପାଇପାରିନାହିଁ। କେବଳ ଏହି ଘଟଣା ନୁହେଁ, ଗତ ୧ ବର୍ଷ ମଧ୍ୟରେ କଟକରେ ଏଭଳି ଭାବେ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ପୋଲିସ ଜବତ କରିଛି। ଉପରୋକ୍ତ ଘଟଣାଗୁଡିକରେ କିପରି ମୃତ୍ୟୁ ଘଟିଲା, କିଭଳି ଭାବେ ମୃତଦେହ ଏଠାକୁ ଆସିଲା, ଏହା ପଛରେ କୌଣସି ଅଭିଯୁକ୍ତ ଅଛନ୍ତି କି ନାହାନ୍ତି, ତାହା ଉପରେ ପୋଲିସର ତଦନ୍ତରେ ଶିଥିଳତା ଦେଖାଦେଇଛି, ଯାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ବାରିହୋଇପଡୁଛି। ଏପରି କି ମୃତକଙ୍କ ପରିଚୟ ଖୋଜି ପାଇବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ଦିନଗୁଡିକରେ ଏଭଳି କେତେକ ଘଟଣା ଘଟିଯାଇଛି। ପୋଲିସ ହାତରୁ ଖସିବା ପାଇଁ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ହତ୍ୟା କରି ମୃତଦେହକୁ ଅନ୍ୟ ସ୍ଥାନରେ ପକାଇ ଦେଇଥିବା ନଜିର ରହିଛି। ହେଲେ ପୋଲିସ ଏଭଳି ମାମଲାରେ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିପଡୁଛି। ଠିକ୍‌ ଭାବେ ତଦନ୍ତ ନ ହେବାରୁ ଅଭିଯୁକ୍ତମାନେ ଅପରାଧ କରି ଖସି ଯାଉଛନ୍ତି। ଏହି ସବୁ ମାମଲାରେ କୌଣସି ଅଭିଯୋଗକାରୀ ନ ଥିବାରୁ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri