୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର କରାମତି କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଦାସୀନ ରହୁଥିବାରୁ କୋଟିଏ ଟଙ୍କାର ପ୍ରକଳ୍ପ କୌଣସି କାମରେ ଆସୁ ନ ଥିବାରୁ ଲୋକେ ପୂର୍ବଭଳି ଜଳକଷ୍ଟର ଶିକାର ହେଉଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ପିଇବା ପାଣି ଟୋପାଏ ପାଇଁ ଗ୍ରାମର ୫ଶହରୁ ଊର୍ଦ୍ଧ୍ୱ ଲୋକ ୫ବର୍ଷ ହେଲା ଚାତକ ପରି ଚାହିଁ ରହିଛନ୍ତି ା ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରା ନ ଗଲେ ସେମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଗ୍ରାମର କମଳାକାନ୍ତ ରଣା,ପ୍ରଶାନ୍ତ ସାହୁ, ରମାକାନ୍ତ ବେହେରା,ଅକ୍ଷୟ ସାହୁ,ନରେନ୍ଦ୍ର ସାହୁ,ବାବାଜୀ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପ ଅଚଳ ହେବା ଘଟଣାର ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ୨୦୧୫-୧୬ ମସିହାରେ ସରସ୍ବତିଆ ସମେତ ସାହାପୁର ବାରିକସାହି ଗ୍ରାମର ହାରାହାରି ୨ଶହ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧କୋଟି ୧୧ଲକ୍ଷ ଟଙ୍କା ବ୍ୟୟରେ ସରସତିଆ ଗ୍ରାମରେ ଏହି ପ୍ରକଳ୍ପ କରାଯାଇଥିଲା ା ଏଥିରେ ୧ଲକ୍ଷ ଲିଟର ପାଣି ସଂରକ୍ଷଣ ଲାଗି ଟାଙ୍କି ନିର୍ମାଣ ନିର୍ମାଣ ଆରମ୍ଭ କରାଯାଇଥିଲା। ଗ୍ରାମବାସୀ ଜଳକଷ୍ଟରୁ ରକ୍ଷା ପାଇବେ ବୋଲି ଆଶା ବାନ୍ଧିଥିଲେ। ପ୍ରକଳ୍ପ ନିର୍ମାଣ କାମ ବିଳମ୍ବିତ ହୋଇ ୨ବର୍ଷରୁ ଅଧିକ ସମୟ ଲାଗିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି କିଛି ଦିନପାଇଁ କାର୍ଯ୍ୟବନ୍ଦ ରଖିଥିଲେ ା ପରେ ଯନ୍ତ୍ରୀମାନଙ୍କ ହସ୍ତକ୍ଷେପରେ ଠିକାଦାର ତୁରନ୍ତ କାର୍ଯ୍ୟସାରିବାର ପ୍ରତିଶ୍ରୁତି ଦେବାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧ମାସ ନ ପୂରୁଣୁ ପାଇପ ଫାଟି ନଷ୍ଟ ହେବା ସହ ପ୍ରକଳ୍ପ ମେଶିନ ଅକାମୀ ହୋଇ ପଡିଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ଭୋଟ ବର୍ଜନପାଇଁ ଚେତାବନୀ ଦେବାରୁ ଭୋଟ ଶେଷ ହେବାଯାଏଁ ଠିକଠାକ ପାଣି ଆସିଥିଲା । ମାତ୍ର ୧୦ଦିନ ଯାଇନି ପ୍ରକଳ୍ପ ପୁଣି ଅଚଳ ହୋଇ ପଡିିଲା ା ସେବେଠାରୁ ପାଇପ ପାଣି ମିଳିବା ଆଶା ଦିନକୁ ଦିନ ମଉଳିବାରେ ଲାଗିଛି ା ପ୍ରକଳ୍ପ କାର୍ଯ୍ୟ ସରିବାର ଅବଧି ଠାରୁ ୫ବର୍ଷ ଯାଏଁ ମରାମତି କାମ ଠିକା ସଂସ୍ଥା ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠି କାହାରି ଦେଖାଦର୍ଶନ ମିଳୁ ନ ଥିବା ଗ୍ରାମର ପ୍ରଶାନ୍ତ ସାହୁ ଅଭିଯୋଗ କରିଛନ୍ତି ା ଠିକାସଂସ୍ଥା ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନ ଥିବା କମଳାକାନ୍ତ ରଣା କହିଛନ୍ତି ା ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କୁ ପଚାରିବାରୁ ଘଯଣା ଅନୁଧ୍ୟାନ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri