୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଜିଲାରେ ମୋଟ୍‌ ୧ ଲକ୍ଷ ୨ ହଜାର ୬୫୦ ଜଣ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ ବୁନ୍ଦା ଦିଆଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି।
ପୂର୍ବାହ୍ନ ୮ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ମନୋଜ କୁମାର ମହାନ୍ତି ପଲସ ପୋଲିଓ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଏଡିପିଏଚ୍‌ଓ (ଏଫ୍‌ଡବ୍ଲ୍ୟୁ) ଡାକ୍ତର ଲାଉଚନ୍ଦ୍ର ତନ୍ତୀ, ଏନ୍‌ଏଚ୍‌ଏମ୍‌ର ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଜିଲାରେ ଥିବା ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୫ ହଜାର ୧୮୯ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। ସେହିପରି ଦୁଇଟି ପ୍ରସବତ୍ତର କେନ୍ଦ୍ର (ପିପିସି)ରେ ୭ ହଜାର ୪୬୧ ଜଣଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ ହଜାର ୧୭୭ ଜଣଙ୍କୁ ପୋଲିଓ ବୁନ୍ଦା ଖୁଆଯାଇଥିବା ବେଳେ ବଅଁରପାଳରେ ୧୫ ହଜାର ୩୪୧ ଶିଶୁ, କୋଶଳାରେ ୧୨ ହଜାର ୮୧, କଣିହଁାରେ ୧୩ ହଜାର ୭୫୫, ଗୋଡ଼ିବନ୍ଧରେ ୧୦ ହଜାର ୪୩୭, ଖମାରରେ ୧୨ ହଜାର ୭୯, ମାଧପୁରରେ ୧୦ ହଜାର ୩୬୮, ଆର୍‌.କେ. ନଗରରେ ୭ ହଜାର ୯୫୧ ଜଣଙ୍କୁ ପୋଲିଓ ପ୍ରତିଷେଧକ ପ୍ରଦାନ କରାଯାଇଥିଲା। ସେହିପରି ଅନୁଗୋଳ ପିପିସିରେ ୩ ହଜାର ୭୪୨ ଓ ତାଳଚେର ପିପିସିରେ ୩ ହଜାର ୭୧୯ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

ବିରଳ ଅସ୍ତ୍ରୋପଚାର: ଶିଶୁ ମୁଣ୍ଡରୁ କଢ଼ାଗଲା କାଠଖଣ୍ଡ, ଶିଶୁଙ୍କୁ ବଞ୍ଚାଇଦେଲେ…

ବ୍ରହ୍ମପୁର/ଦିଗପହଣ୍ଡି, ୮।୫(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ନବରଙ୍ଗପୁର ଜିଲା ଉମରକୋଟ ଗ୍ରାମର ସଞ୍ଜିତ ହରିଜନଙ୍କ ପୁଅ ଓମ (୩) ଗତ ୨୮ ତାରିଖ ଅପରାହ୍ନରେ ଘର…

କାରୁଆନାଙ୍କୁ ହରାଇଲେ ଗୁକେଶ

ଓ୍ବାର୍‌ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍‌ ଟୁର୍ନାମେଣ୍ଟର ରାପିଡ୍‌ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର…

ଆଇପିଏଲ୍‌: ଖେଳାଳିଙ୍କ ପ୍ରକୋଷ୍ଠରେ ଲାଗିଲା ପ୍ରବେଶ କଟକଣା

ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ହନି ଟ୍ରାପ୍‌, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ…

ମା’ ବାମଦେଇ ଠାକୁରାଣୀ ଯାତ୍ରା ଆରମ୍ଭ ଉତ୍ସବମୁଖର ବମକୋଇ

ଦିଗପହଣ୍ଡି,୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନିଆ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri