ହୋଲିରେ ବର୍ଷା: ୧୦ରୁ ୧୨ପର୍ଯ୍ୟନ୍ତ ବର୍ଷା ସହ ଝଡ଼ତୋଫାନ

ଭୁବନେଶ୍ୱର,୯।୩(ବ୍ୟୁରୋ): ହୋଲିକୁ ଫିକା କରିଦେବ ବର୍ଷା। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୧୦ରେ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ନବରଙ୍ଗପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିଦିନ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ବରଗଡ଼ ଓ ମୟୂରଭଞ୍ଜ ଆଦି ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ତେଣୁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ାରେ ବର୍ଷା ହେବ। ଉକ୍ତଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସୋନପୁର, ବଲାଙ୍ଗୀର, କନ୍ଧମାଳ ଓ ବାଲେଶ୍ୱରରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହିତ ବଜ୍ରପାତ ହେବ। ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୨ତାରିଖ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, ବାଲେଶ୍ୱର ଓ ରାଜ୍ୟର ଆଉକିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ଏସବୁ ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବ। ସେଥିପାଇଁ ଏ ସମସ୍ତ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ଅନ୍ୟପଟେ ସୋମବାର ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି ସରକାରଙ୍କ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri