Posted inଜାତୀୟ

ହୋଟେଲରେ ହାଇଡ୍ରାମା: ୧୪୪ ଧାରା

ବେଙ୍ଗାଲୁରୁ/ମୁମ୍ବାଇ,୧୧ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନେ ରହିଥିବା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ବିଧାୟକଙ୍କ ସହ ସାକ୍ଷାତ୍‌ କରାଇ ଦିଆ ନ ଯାଇ ଅଟକ ରଖାଯାଇଛି। ସେହିପରି ବେଙ୍ଗାଲୁରୁରେ ରାଜଭବନ ବାହାରେ ବିକ୍ଷୋଭ ବେଳେ କଂଗ୍ରେସ-ଜେଡିଏସ୍‌ ନେତାମାନଙ୍କୁ ଅଟକ ରଖାଯାଇଛି। ଏସବୁ ଭିତରେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ତାଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥିବା ଦାବିକରି ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ଇସ୍ତଫା ଦାବି କରିଛନ୍ତି। କର୍ନାଟକରେ କ୍ଷମତାଯୁଦ୍ଧ ପାଇଁ ଚାଲିଥିବା ଏହି କସରତ ମହାରାଷ୍ଟ୍ର ଓ ଦିଲ୍ଲୀକୁ ମଧ୍ୟ ସରଗରମ କରିଛି।
୭, ଜେଡିଏସ୍‌ର ୩ ଓ ଦୁଇ ସ୍ବାଧୀନ ବିଧାୟକ ଶନିବାର ଇସ୍ତଫା ଦେବା ପରଠୁ ପୋଓ୍ବାଇ ଅଞ୍ଚଳର ହୋଟେଲ ରିନେସାଁରେ ଅଛନ୍ତି। କର୍ନାଟକର ମନ୍ତ୍ରୀ ଡି.କେ. ଶିବକୁମାର, କଂଗ୍ରେସ ନେତା ମିଲିନ୍ଦ ଦେଓରା ଓ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନସମ୍‌ ଖାନ୍‌ ଉକ୍ତ ହୋଟେଲକୁ ବିଧାୟକମାନଙ୍କୁ ଭେଟିବା ପାଇଁ ସକାଳ ୮ଟା ୨୦ରେ ଯାଇଥିବାବେଳେ ବାହାରେ ସେମାନଙ୍କୁ ରୋକାଯାଇଥିଲା। ଶିବକୁମାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଉଥିବାବେଳେ ପୋଲିସ ତାଙ୍କୁ ଜବରଦସ୍ତ ଟାଣିନେଇ ଏକ ଭ୍ୟାନ୍‌ରେ ବସାଇଥିଲା। ପରେ ଏହି ୩ ନେତାଙ୍କୁ ବିକେସି ପୋଲିସ ଗେଷ୍ଟ ହାଉସ୍‌କୁ ନିଆଯାଇଥିଲା। ଅସନ୍ତୁଷ୍ଟ ବିଧାୟକମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ମୁମ୍ବାଇ ପୋଲିସକୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେମାନେ ‘ଶିବକୁମାର ଗୋ ବ୍ୟାକ୍‌’ ବୋଲି ସ୍ଲୋଗାନ ଦେବା ପରେ ହୋଟେଲ ବାହାରେ ୧୪୪ ଧାରା ଜାରି କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବେଙ୍ଗାଲୁରୁସ୍ଥିତ ରାଜଭବନ ବାହାରେ ବିକ୍ଷୋଭ କରୁଥିବାବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ା ମଧ୍ୟ ସେଠାକୁ ଯାଇ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇ କହିଥିଲେ, ମୁମ୍ବାଇ ହୋଟେଲରେ ୧୨ ବିଦ୍ରୋହୀ ବିଧାୟକଙ୍କୁ ଶିବକୁମାର ଭେଟିବାକୁ ଯାଇଥିବାବେଳେ ତାଙ୍କୁ ରୁମ୍‌ ବୁକ୍‌ କରିବାକୁ ନ ଦେଇ ଅଟକ ରଖିବା ଦୁର୍ଭାଗ୍ୟଜନକ। ଦେଶରେ ଏବେ ଜରୁରିକାଳୀନ ପରିସ୍ଥିତିଠାରୁ ମଧ୍ୟ ଖରାପ ସ୍ଥିତି ସୃଷ୍ଟି ହୋଇଛି, ଯାହାକି ସେ ତାଙ୍କର ୬୦ ବର୍ଷର ରାଜନୈତିକ ଜୀବନରେ କେବେ ଦେଖି ନ ଥିଲେ। ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜନୈତିକ ଦଳଗୁଡ଼ିକ ଭେଦଭାବ ଭୁଲି ଏକାଠି ହେବା ଜରୁରୀ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ଅସନ୍ତୁଷ୍ଟ ବିଧାୟକମାନେ ଇସ୍ତଫା ଦେବା ପୂର୍ବରୁ ଜନମତ ଲୋଡ଼ିନାହାନ୍ତି। ସେମାନେ ଟଙ୍କା ଓ କ୍ଷମତା ଲୋଭରେ ମୁମ୍ବାଇ ଯାଇଛନ୍ତି। ସେମାନଙ୍କୁ କଂଗ୍ରେସ ଏବଂ ଜେଡିଏସ୍‌ କର୍ମୀମାନେ ରାଜ୍ୟରେ ଯାତ୍ରା କରିବାକୁ ଦେବେନାହିଁ। ଏଭଳି ସ୍ଥିତି ସୃଷ୍ଟି କରାଯିବ ସେପରିକି ବିଧାୟକମାନେ ଲୋକଙ୍କୁ ଭେଟିପାରିବେ ନାହିଁ। ପ୍ରକାଶ ଯେ, ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri