Posted inଖେଳ

ହେଭିଓ୍ବେଟ୍‌ ଚାମ୍ପିୟନ

୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ ବାଜି ମାରିଛନ୍ତି। ଏଥି ସହିତ ଫ୍ୟୁରି ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ, ଆଇବିଓ, ଡବ୍ଲ୍ୟୁବିସି ଓ ଦି ରିଙ୍ଗ୍‌ ମାଗାଜିନ୍‌ ଟାଇଟଲ ଜିତିଥିବା ବକ୍ସର ବନିଯାଇଛନ୍ତି…

ପୁଣି ଥରେ ବ୍ରିଟେନର ପେସାଦାର ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନଶିପ୍‌ ହାସଲ କରିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ ବାଜି ମାରିଛନ୍ତି। ଏଥି ସହିତ ବକ୍ସିଂ ଇତିହାସରେ ଫ୍ୟୁରି ଜଣେ ବ୍ରିଟିଶ ବକ୍ସର ଭାବେ ବିଦେଶରେ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ବକ୍ସିଂ ଇତିହାସରେ ଯେକୌଣସି ବ୍ରିଟେନ ବକ୍ସରଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଆମେରିକାର ଲାସ୍‌ ଭେଗାସରେ ଅନୁଷ୍ଠିତ ଏହି ମୁକାବିଲାରେ ଫ୍ୟୁରି ଦମ୍‌ଦାର ପ୍ରଦର୍ଶନ କରି ଓ୍ବାଇଲ୍ଡରଙ୍କୁ ହରାଇଥିଲେ। ଦୁଇ ତାରକା ବକ୍ସରଙ୍କ ମଧ୍ୟରେ ଅନୁଷ୍ଠିତ ଏହି ବହୁ ପ୍ରତୀକ୍ଷିତ ମୁକାବିଲା ବେଶ୍‌ ଉପଭୋଗ୍ୟ ହୋଇଥିଲା। ଏଥି ସହିତ ଦୀର୍ଘଦିନ ପରେ ଫ୍ୟୁରୀ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଫ୍ୟୁରିଙ୍କ ସମ୍ମୁଖରେ ୬ ଫୁଟ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଓ୍ବାଇଲ୍ଡର ବେଶ୍‌ ଛୋଟ ଜଣାପଡୁଥିଲେ। ହେଭିଓ୍ବେଟ୍‌ ଚାମ୍ପିୟନଶିପ ରିମ୍ୟାଚ୍‌ର ମଜା ନେଇଥିଲେ ୧୫, ୮୧୬ଜଣ ଦର୍ଶକ। ଏଥି ସହିତ ଫ୍ୟୁରି ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ, ଆଇବିଓ, ଡବ୍ଲ୍ୟୁବିସି ଓ ଦି ରିଙ୍ଗ୍‌ ମାଗାଜିନ୍‌ ଟାଇଟଲ ଜିତିଥିବା ବକ୍ସର ବନିଯାଇଛନ୍ତି। ଜିତିବା ଅପେକ୍ଷା ରିଙ୍ଗ୍‌ରେ ଫ୍ୟୁରି ତାଙ୍କ ଆଚରଣ ନେଇ ବେଶ୍‌ ଚର୍ଚ୍ଚିତ ଥିଲେ। ବାରମ୍ବାର ପଞ୍ଚ୍‌ ମାରି ସେ ଓ୍ବ୍‌ାଇଲ୍ଡରଙ୍କୁ ଅଧାମରା କରିଦେଇଥିଲେ। ଓ୍ବାଇଲ୍ଡର ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ମାଞ୍ଚେଷ୍ଟରରେ ଜନ୍ମିତ ୩୧ ବର୍ଷୟ ପ୍ୟୁରି କ୍ୟାରିୟରରେ ଏପର୍ଯ୍ୟନ୍ତ ୩୧ଟି ମୁକାବିଲରେ ଅବତୀର୍ଣ୍ଣ ହୋଇଛିନ୍ତି। ସେଥି ମଧ୍ୟରୁ ସେ ୩୦ଟିରେ ବିଜୟୀ ହୋଇଛନ୍ତି। ଏଥିମଧ୍ୟରୁ ୨୧ଟି ନକ୍‌ଆଉଟ ବିଜୟ ସାବ୍ୟସ୍ତ ହୋଇଥିବା ବେଳେ ୯ଟି ଡିସିସନ ମାଧ୍ୟମରେ ସେ ବିଜୟୀ ଘୋଷିତ ହୋଇଥିଲେ। ଏହି ବିଜୟ ସହ ଫ୍ୟୁରି ୨୮ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି। ଫ୍ୟୁରିଙ୍କ ପ୍ରଦର୍ଶନରେ ତାଙ୍କ ପିତା ଜନ୍‌ ଫ୍ୟୁରି ବେଶ୍‌ ଖୁସି ଜାହିର କରିଛନ୍ତି। ଆଗକୁ ଫ୍ୟୁରି ଆହୁରି ବଡ଼ ଧରଣର ସଫଳତା ହାସଲ କରିବେ ବୋଲି ଜନ ଆଶା ପ୍ରକାଶ କରିଛନ୍ତି।
ଦୁଇଥର ହେଭିଓ୍ବେଟ ଚାମ୍ପିୟନଶିପ୍‌ ହାସଲ କରିଥିବା ଫ୍ୟୁରି କ୍ୟାରିୟରରେ ସବୁ ପ୍ରକାର ସଫଳତା ଅର୍ଜନ କରିଛନ୍ତି। ଓ୍ବାଇଲ୍ଡରଙ୍କୁ ହରାଇବା ପରେ ସେ ଫ୍ଲଏଡ ପାଟରସନ ଓ ମହମ୍ମଦ ଅଲିଙ୍କ ପରେ ତୃତୀୟ ହେଭିଓ୍ବେଟ ବିବେଚିତ ହେଉଛନ୍ତି।
ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ୨୦୦୬ରେ ସେ ସୁପର ହେଭିଓ୍ବେଟ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୟୁରୋପିଆନ ଜୁନିୟର ଚାମ୍ପିୟନଶିପ୍‌ରେ ସେ ୨୦୦୭ରେ ରୌପ୍ୟପଦକ ଜିତିଥିଲେ। ୟୁରୋପିଆନ ୟୁନିୟନର ଜୁନିୟର ଚାମ୍ପିୟନଶିପ୍‌ରେ ସେ ୨୦୦୭ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଇଂଲିଶ ନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଫ୍ୟୁରି ୨୦୦୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପେସାଦାର ବକ୍ସିଂ ଭଳି ଆମେଚର ବକ୍ସିଂରେ ମଧ୍ୟ ସେ ବେଶ୍‌ ସଫଳ ରହିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?