Posted inଫୁରସତ

ହୀରା ଖଚ୍ଚିତ ରେଜିଷ୍ଟ୍ରେସନ୍‌ ପେପର୍‌

ଗୁଜରାଟର ସବୁଠୁ ଧନୀ ସହର ଭିତରେ ଗଣାହୁଏ ସୁରତ୍‌। ଶାଢ଼ି ଏବଂ ହୀରା ବ୍ୟବସାୟ ପାଇଁ ଏହା ବିଶ୍ୱସ୍ତରରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛି। ଏବେ କିନ୍ତୁ ଏକ ଅଦ୍ଭୁତ କାର୍‌ନାମା କରି ରେକର୍ଡ ସୃଷ୍ଟି କରିଛି ସୁରତ୍‌। ଶୁଣିବାକୁ ମିଳିଛି, ଏଠାକାର ଏକ ଦୋକାନରେ ଏଭଳି ରେଜିଷ୍ଟ୍ରି କାଗଜ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରତିଟି ଲେଖାରେ ସୁନା, ରୂପା ଏବଂ ହୀରାର ଉପଯୋଗ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଦୋକାନର ରେଜିଷ୍ଟ୍ରି କାଗଜରେ ଅଢ଼େଇ କିଲୋର ରୂପା, ୧୦ ଗ୍ରାମ୍‌ର ସୁନା ଏବଂ ଆର୍ଟିଫିଶିଆଲ୍‌ ହୀରା ବ୍ୟବହୃତ ହୋଇଛି। ଦୋକାନ ମାଲିକ ରୀତା ରାଜେନ୍ଦ୍ର କୁମାର ଚାଣ୍ଡକ୍‌ ଏଭଳି କାର୍‌ନାମା କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି। ଦୀପାବଳି ଅବସରରେ ସହରର ବିଭିନ୍ନ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରଠୁ ନେଇ ଗାଡ଼ି ପର୍ଯ୍ୟନ୍ତ ଉପହାର ଦେଇଥିଲେ। ଏମିତିରେ ସମ୍ପିକୁ ନେଇ ହୋଇଥିବା ଏହି ନିଆରା ରେଜିଷ୍ଟ୍ରେସନ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ରେଜିଷ୍ଟ୍ରେସନ୍‌ କରିଥିବା ଓକିଲଙ୍କ ମତରେ, ଏଭଳି ପ୍ରକାରର ରେଜିଷ୍ଟ୍ରେସନ୍‌ ଦେଶର ପ୍ରଥମ ସମ୍ପି ଦସ୍ତାବିଜ୍‌। ୮ ଲକ୍ଷ ମୂଲ୍ୟର ଦୋକାନ ପାଇଁ କରାଯାଇଥିବା ଏହି ରେଜିଷ୍ଟ୍ରେସନ୍‌ ଏବେ ଇଣ୍ଡିଆ ବୁକ୍‌ ରେକର୍ଡ ଟାଇଟଲ୍‌ ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri