ହାତୀ ସହ ମୁହାଁମୁହିଁ ଏଡ଼ାଇବ ମୋବାଇଲ ଆପ୍‌

ଅନୁଗୋଳ ଅଫିସ, ୧୨।୬ – ଜଙ୍ଗଲ ମଧ୍ୟରେ କ’ଣ ଘଟୁଛି, କେଉଁ ହିଂସ୍ରଜନ୍ତୁ ଜନବସତିର କେତେ ନିକଟରେ ଅଛନ୍ତି, କେଉଁଠି କାହା ପାଇଁ କିଛି ବିପଦ ଆଶଙ୍କା ରହିଛି କି ନାହିଁ, ଏହା ଏବେ ସିଧାସଳଖ ଜାଣିପାରିବେ ବନ ବିଭାଗ ଅଧିକାରୀ ଓ ଜନସାଧାରଣ। ବିକାଶ ହୋଇଥିବା ଏକ ମୋବାଇଲ ଆପ୍‌ ବନ ବିଭାଗ ସହ ସ୍ଥାନୀୟ ଲୋକଙ୍କୁ ଏଭଳି ଯୋଡ଼ିବ ଯେ ଜଙ୍ଗଲ ସମ୍ପର୍କିତ ଟିକିନିଖି ଖବର ସମ୍ପର୍କରେ ସେମାନେ ପରସ୍ପରକୁ ତୁରନ୍ତ ଅବଗତ କରାଇପାରିବେ। ଏହାଦ୍ୱାରା ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷିତ ରହିବା ସହ ଅନେକ ସମୟରେ ହେଉଥିବା ହାତୀ-ମଣିଷ ମୁହଁାମୁହିଁ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ। ହାତୀ ଓ ଅନ୍ୟ ଜଙ୍ଗଲ ଜନ୍ତୁଙ୍କ ଦ୍ୱାରା ହେଉଥିବା ଫସଲ କ୍ଷତିକୁ ମଧ୍ୟ ହ୍ରାସ କରାଯାଇପାରିବ। ସେହିପରି ନିଜ କ୍ଷୟକ୍ଷତି ସମ୍ପର୍କରେ ଜଣାଇବାକୁ କ୍ଷତିଗ୍ରସ୍ତ ବନ ବିଭାଗ କାର୍ଯ୍ୟାଳୟ ନ ଯାଇ ଉକ୍ତ ଆପ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ। ରାଜ୍ୟରେ ପ୍ରଥମ କରି ଅନୁଗୋଳ ବନଖଣ୍ଡରେ ଏହା ଆରମ୍ଭ ହେବାକୁ ଯାଉଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଅନୁଗୋଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ କହିବା ଅନୁଯାୟୀ, ଏହି ମୋବାଇଲ ଆପ୍‌ ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ୨ରୁ ୩ ମାସ ପର୍ଯ୍ୟନ୍ତ ଟ୍ରାଏଲ ବେସ୍‌ରେ ରହିବ। ପରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହେଲେ ବର୍ଷକୁ ୫ ଲକ୍ଷ ଲୋକଙ୍କ ନିକଟକୁ ମେସେଜ୍‌ ପଠାଯାଇପାରିବ। ଏହାକୁ ପରବର୍ତ୍ତୀ ସମୟରେ ବୃଦ୍ଧି ମଧ୍ୟ କରାଯାଇପାରିବ। ଆପ୍‌ କାର୍ଯ୍ୟକାରୀ ହେବା ପରେ ବନଖଣ୍ଡ ଅଧୀନରେ ଥିବା ଅନୁଗୋଳ, ବନ୍ତଳା, ଦୁର୍ଗାପୁର, ଛେଣ୍ଡିପଦା, ତାଳଚେର ଓ କଣିହଁା ରେଞ୍ଜର ପ୍ରତି ଗ୍ରାମରୁ ୧୦ ଜଣ ଲୋକଙ୍କ ମୋବାଇଲ ନମ୍ବର ରେଜିଷ୍ଟ୍ରେଶନ୍‌ କରାଯାଇ ସୂଚନା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ ଶହ ଲୋକଙ୍କୁ ଏହି ଆପ୍‌ରେ ଯୋଡ଼ାଯିବ। ପରେ ରେଞ୍ଜଗୁଡ଼ିକର ଥାନା ଅଧିକାରୀ, ବିଜୁଳି ବିଭାଗ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ସାମିଲ କରାଯିବ। ଫଳରେ ବନଖଣ୍ଡର ଟିକିନିଖି ଖବର, ସରକାରୀ ଯୋଜନା, ରହିଥିବା ବିପଦଆପଦ ଓ ସତର୍କତାମୂଳକ ପଦକ୍ଷେପର ପ୍ରତିଟି ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ସହଜ ହୋଇପାରିବ। ଏଥିସହ କ୍ଷତି ପହଞ୍ଚାଇବାକୁ ଥିବା ହିଂସ୍ର ବନ୍ୟଜନ୍ତୁଙ୍କ ସମ୍ପର୍କରେ ଆଗୁଆ ଖବର ପାଇବା ସହ ତୁରନ୍ତ ଏ ନେଇ ଲୋକଙ୍କୁ ବିଭାଗ ପକ୍ଷରୁ ସତର୍କ କରାଯାଇପାରିବ। ଖାସ୍‌କରି ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ହାତୀର ଗତିବିଧି ଅଧିକ ଥିବାରୁ ସେ ନେଇ ଲୋକମାନଙ୍କୁ ଠିକ୍‌ ଭାବେ ସତର୍କ କରାଇବା ସହ ତ୍ୱରିତ ପ୍ରତିକାର ସମ୍ଭବ ହୋଇପାରିବ। ଏହାଦ୍ୱାରା ବନବିଭାଗ ସ୍ଥାନୀୟ ଲୋକଙ୍କ ନିକଟତର ହେବ ଏବଂ ବିଭିନ୍ନ ସମୟରେ ଉଠୁଥିବା ଦୁର୍ନୀତି ଅଭିଯୋଗକୁ ମଧ୍ୟ କମ୍‌ କରାଯାଇପାରିବ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି।

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri