ହାତୀ ସହ ମୁହାଁମୁହିଁ ଏଡ଼ାଇବ ମୋବାଇଲ ଆପ୍‌

ଅନୁଗୋଳ ଅଫିସ, ୧୨।୬ – ଜଙ୍ଗଲ ମଧ୍ୟରେ କ’ଣ ଘଟୁଛି, କେଉଁ ହିଂସ୍ରଜନ୍ତୁ ଜନବସତିର କେତେ ନିକଟରେ ଅଛନ୍ତି, କେଉଁଠି କାହା ପାଇଁ କିଛି ବିପଦ ଆଶଙ୍କା ରହିଛି କି ନାହିଁ, ଏହା ଏବେ ସିଧାସଳଖ ଜାଣିପାରିବେ ବନ ବିଭାଗ ଅଧିକାରୀ ଓ ଜନସାଧାରଣ। ବିକାଶ ହୋଇଥିବା ଏକ ମୋବାଇଲ ଆପ୍‌ ବନ ବିଭାଗ ସହ ସ୍ଥାନୀୟ ଲୋକଙ୍କୁ ଏଭଳି ଯୋଡ଼ିବ ଯେ ଜଙ୍ଗଲ ସମ୍ପର୍କିତ ଟିକିନିଖି ଖବର ସମ୍ପର୍କରେ ସେମାନେ ପରସ୍ପରକୁ ତୁରନ୍ତ ଅବଗତ କରାଇପାରିବେ। ଏହାଦ୍ୱାରା ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷିତ ରହିବା ସହ ଅନେକ ସମୟରେ ହେଉଥିବା ହାତୀ-ମଣିଷ ମୁହଁାମୁହିଁ ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ। ହାତୀ ଓ ଅନ୍ୟ ଜଙ୍ଗଲ ଜନ୍ତୁଙ୍କ ଦ୍ୱାରା ହେଉଥିବା ଫସଲ କ୍ଷତିକୁ ମଧ୍ୟ ହ୍ରାସ କରାଯାଇପାରିବ। ସେହିପରି ନିଜ କ୍ଷୟକ୍ଷତି ସମ୍ପର୍କରେ ଜଣାଇବାକୁ କ୍ଷତିଗ୍ରସ୍ତ ବନ ବିଭାଗ କାର୍ଯ୍ୟାଳୟ ନ ଯାଇ ଉକ୍ତ ଆପ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ। ରାଜ୍ୟରେ ପ୍ରଥମ କରି ଅନୁଗୋଳ ବନଖଣ୍ଡରେ ଏହା ଆରମ୍ଭ ହେବାକୁ ଯାଉଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଅନୁଗୋଳ ବନଖଣ୍ଡ ଅଧିକାରୀ ଭି.କାର୍ତ୍ତିକଙ୍କ କହିବା ଅନୁଯାୟୀ, ଏହି ମୋବାଇଲ ଆପ୍‌ ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ୨ରୁ ୩ ମାସ ପର୍ଯ୍ୟନ୍ତ ଟ୍ରାଏଲ ବେସ୍‌ରେ ରହିବ। ପରେ ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହେଲେ ବର୍ଷକୁ ୫ ଲକ୍ଷ ଲୋକଙ୍କ ନିକଟକୁ ମେସେଜ୍‌ ପଠାଯାଇପାରିବ। ଏହାକୁ ପରବର୍ତ୍ତୀ ସମୟରେ ବୃଦ୍ଧି ମଧ୍ୟ କରାଯାଇପାରିବ। ଆପ୍‌ କାର୍ଯ୍ୟକାରୀ ହେବା ପରେ ବନଖଣ୍ଡ ଅଧୀନରେ ଥିବା ଅନୁଗୋଳ, ବନ୍ତଳା, ଦୁର୍ଗାପୁର, ଛେଣ୍ଡିପଦା, ତାଳଚେର ଓ କଣିହଁା ରେଞ୍ଜର ପ୍ରତି ଗ୍ରାମରୁ ୧୦ ଜଣ ଲୋକଙ୍କ ମୋବାଇଲ ନମ୍ବର ରେଜିଷ୍ଟ୍ରେଶନ୍‌ କରାଯାଇ ସୂଚନା ପ୍ରଦାନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ ଶହ ଲୋକଙ୍କୁ ଏହି ଆପ୍‌ରେ ଯୋଡ଼ାଯିବ। ପରେ ରେଞ୍ଜଗୁଡ଼ିକର ଥାନା ଅଧିକାରୀ, ବିଜୁଳି ବିଭାଗ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ସାମିଲ କରାଯିବ। ଫଳରେ ବନଖଣ୍ଡର ଟିକିନିଖି ଖବର, ସରକାରୀ ଯୋଜନା, ରହିଥିବା ବିପଦଆପଦ ଓ ସତର୍କତାମୂଳକ ପଦକ୍ଷେପର ପ୍ରତିଟି ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ସହଜ ହୋଇପାରିବ। ଏଥିସହ କ୍ଷତି ପହଞ୍ଚାଇବାକୁ ଥିବା ହିଂସ୍ର ବନ୍ୟଜନ୍ତୁଙ୍କ ସମ୍ପର୍କରେ ଆଗୁଆ ଖବର ପାଇବା ସହ ତୁରନ୍ତ ଏ ନେଇ ଲୋକଙ୍କୁ ବିଭାଗ ପକ୍ଷରୁ ସତର୍କ କରାଯାଇପାରିବ। ଖାସ୍‌କରି ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ହାତୀର ଗତିବିଧି ଅଧିକ ଥିବାରୁ ସେ ନେଇ ଲୋକମାନଙ୍କୁ ଠିକ୍‌ ଭାବେ ସତର୍କ କରାଇବା ସହ ତ୍ୱରିତ ପ୍ରତିକାର ସମ୍ଭବ ହୋଇପାରିବ। ଏହାଦ୍ୱାରା ବନବିଭାଗ ସ୍ଥାନୀୟ ଲୋକଙ୍କ ନିକଟତର ହେବ ଏବଂ ବିଭିନ୍ନ ସମୟରେ ଉଠୁଥିବା ଦୁର୍ନୀତି ଅଭିଯୋଗକୁ ମଧ୍ୟ କମ୍‌ କରାଯାଇପାରିବ ବୋଲି ବନଖଣ୍ଡ ଅଧିକାରୀ କାର୍ତ୍ତିକ ପ୍ରକାଶ କରିଛନ୍ତି।

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?