ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଏହି ଶୈବପୀଠ। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସ୍ୟା, ପାନୀୟ ଜଳ, ଅନ୍ନପ୍ରସାଦ ବଣ୍ଟନ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ନେଇ ମନ୍ଦିର କମିଟିର ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି। ବିଶେଷ କରି ଯାତ୍ରାକୁ ବାହାରୁ ଆସୁଥିବା ଦୋକାନୀ ତଥା ଜନସାଧାରଣଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଯାତ୍ରା ପଡିଆକୁ ପଲିଥିନ ମୁକ୍ତ କରାଯିବା ପାଇଁ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ତେବେ ଏଠାରେ ଶୈବପୀଠକୁ ନେଇ ରହିଛି ରୋଚକ କିମ୍ବଦନ୍ତୀ ଯାହା ସ୍ଥାନୀୟ ବରିଷ୍ଠ ଲୋକଙ୍କଠାରୁ ଶୁଣିବାକୁ ମିଳେ। ଲୋକକଥା ଅନୁଯାୟୀ, ପ୍ରାୟ ୧୨୦୦ ଖ୍ରୀଷ୍ଟାବ୍ଦରେ ପୂର୍ବବରାଳ ନାମଧାରୀ ଜଣେ ଗାଈ ଜଗୁଆଳି ଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଉଥିଲେ। ଜଙ୍ଗଲରେ ଏକ କାଳୀ ଗାଈ ପଡ଼ିଥିବା ଶିଳାଖଣ୍ଡ ଉପରେ କ୍ଷୀର ଦେଉଥିବା ଦେଖି ଜଗୁଆଳି ଆଶ୍ଚର୍ଯ୍ୟ ହେବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଅନୁଗୋଳର ଅନୁକନ୍ଧ ରାଜା ପୁରୁଣାଗଡ ଗ୍ରାମକୁ ଆସି ହାତୀ ସାହାଯ୍ୟରେ ଉକ୍ତ ଶିଳାକୁ ଉଠାଇବା ପାଇଁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ସେବେଠାରୁ ସେଠାରେ ଜଗୁଆଳି ବରାଳଙ୍କ ନାମ ଯୋଡି ଉକ୍ତ ଶିଳାର ନାମ ବରାଳ ବାଲୁଙ୍କେଶ୍ୱରରେ ନାମିତ କରାଯିବା ସହ ପୂଜାର୍ଚ୍ଚନା କରାଯାଉଛି। ପ୍ରତିବର୍ଷ ଶହଶହ ମାନସିକଧାରୀ ଏଠାକୁ ଆସି ମାନସିକ ପୂରଣ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି।
ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିରଞ୍ଚତ୍ ଗଡନାୟକଙ୍କ ତତ୍ତ୍ୱାବଧାନରେ ସରପଞ୍ଚ ସସ୍ମିତା ପ୍ରଧାନ, ମନ୍ଦିର ପୂଜକ, ବୋର୍ଡର ସଦସ୍ୟ ଓ ଗ୍ରାମ୍ୟ କମିଟିର ସଦସ୍ୟମାନେ ଯୋଗଦେଇ ପୂଜା ସୂଚାରୁ ରୁପେ ସମ୍ପାଦନ ଉପରେ ଏକ ବୈଠକରେ ଆଲୋଚନା କରିଥିଲେ। ଶୃଙ୍ଖଳିତ ନୀତିକାନ୍ତି, ମନ୍ଦିର ପରିଷ୍କାର ପରିଚ୍ଛନ୍ନ ଓ ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ୪ଟି ପ୍ରହର ପୂଜା ସରିବା ପରେ ରାତି ୩ଟାବେଳେ ମହାଦୀପ ଉଠାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବରାଳ ବାଲୁଙ୍କେଶ୍ୱର ଟ୍ରଷ୍ଟ ବୋର୍ଡର ସଦସ୍ୟ ଶମ୍ଭୁ ପ୍ରଧାନ, ସୁଦାମ ଗଡନାୟକ, ସୁଧାକର ଗଡନାୟକ, ନାରଦ ବିଶ୍ୱାଳ, କେଦାର ସାହୁ, ଡିଲେଶ୍ୱର ସାହୁ, ତପନ କୁମାର ସାହୁ, ବାସୁଦେବ ବେହେରା, ମନ୍ଦିର ପୂଜକ ପ୍ରମୋଦ ମହାପାତ୍ର, ଶ୍ରୀବତ୍ସ ମହାପାତ୍ର ଏବଂ ଗ୍ରାମ୍ୟ କମିଟି ସଭାପତି ରୋହିତ କୁମାର ସାହୁ, ସମ୍ପାଦକ କେଶବ ଗଡନାୟକ, କୋଷାଧ୍ୟକ୍ଷ କରୁଣାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri