ହାତୀ ଆକ୍ରମଣରେ ଜଣେ ଗୁରୁତର, ଗୋଟିଏ ଘର ଭାଙ୍ଗିଲେ

ଝୁମ୍ପୁରା, ୨୭।୧୦ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଓ ବସନ୍ତପୁର ପଞ୍ଚାୟତରେ ୨ଦିନ ହେଲା ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଧାନ ପାଚି ଆସୁଥିବା ବେଳେ ବହୁ ସଂଖ୍ୟାରେ ହାତୀ ଆସି ଫସଲ ନଷ୍ଟ କରୁଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଚାଷୀଙ୍କ ନିଦ ହଜିଯାଇଛି। ଚାଷୀମାନେ ଧାନ କ୍ଷେତକୁ ଜଗିବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ଜଗି ବସିଥିଲେ ହେଁ, ହାତୀପଲକୁ ଘଉଡାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। ଗତ ୨୫ରିଖ ସନ୍ଧ୍ୟାରେ ବସନ୍ତପୁର ଅଞ୍ଚଳର ପ୍ଲାଣ୍ଟକୁ ମାନସ ମହାନ୍ତ ନାମକ ଜଣେ ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ପ୍ଲାଣ୍ଟର ଅନତିଦୂରରେ ହାତୀପଲ ହାବୁଡରେ ପଡି ଯାଇଥିଲେ। ସୂଚନା ଅନୁଯାୟୀ ଆଗରେ ଥିବା ଦନ୍ତା ହାତୀଟି ସିକ୍ୟୁରିଟିଙ୍କୁ ଶୁଣ୍ଢରେ ଗୁଡାଇ ଫିଙ୍ଗି ଦେବାରୁ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ତୁରୁମୁଙ୍ଗା ଅଞ୍ଚଳରେ। ହାତୀପଲ ବହୁ ଏକର ଧାନ ଫସଲ ଦଳିଚକଟି ନଷ୍ଟ କରିବା ସହିତ ମଲଦା ପଞ୍ଚାୟତର ପଟୁଆକୁଦର ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ହାତୀପଲ ଉତ୍ପାତ ମଚାଉଥିବା ଅଞ୍ଚଳ ବାମେବାରୀ ଫରେଷ୍ଟ ଅଧୀନରେ ଆସୁଥିବା ବେଳେ ଏହି ପଲରେ ୧୨ଟି ହାତୀ ରହିଥିବା ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଧାନ ପାଚି ଆସୁଥିବା ସମୟରେ ହାତୀପଲ ଖମାରକୁ ପଶି ଆସୁଥିବାରୁ ବନ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ନାକେଦମ ହେବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆକ୍ରମଣକୁ ରଦ୍ଦ କଲା ଆମେରିକା, କହିଲା ଖୁବ ଶୀଘ୍ର ଖୋଲିବ ଷ୍ଟ୍ରେଟ ଅଫ ହର୍ମୁଜ

ଓ୍ବାଶିଂଟନ,୧୨।୬: ଆମେରିକା ଗୁରୁବାର ରାତି ପାଇଁ ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ବାତିଲ କରିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ ଆଜି ରାତି (ଗୁରୁବାର) ପାଇଁ…

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଏନ୍‌ଇଇଟି ପେପର ଲିକ୍‌ ଘଟଣା: ଧର୍ମେନ୍ଦ୍ରଙ୍କ ବହିଷ୍କାର ଦାବି

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ଭାରତ ସପକ୍ଷରେ ଆସି ଆମେରିକାକୁ ଏମିତି କହିଲା ଇରାନ ସବୁଠି ହେଲାଣି ଖୁବ ଚର୍ଚ୍ଚା

ତେହରାନ,୧୨।୬: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ କୂଟନୈତିକ ପ୍ରତିକ୍ରିୟାର ଏକ ଲହରୀ ଖେଳିଯାଇଛି। ଏହି ଘଟଣାରେ ତିନି ଜଣ ଭାରତୀୟ…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ଶକିରାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଲା; ଉଦଘାଟନୀ ଉତ୍ସବରେ ଅନେକ ଆନ୍ତର୍ଜାତୀୟ ତାରକା ଦେଖାଇଲେ ଜଲଓ୍ବା

ମେକ୍ସିକୋ ସିଟି,୧୧।୬: ଫିଫା ବିଶ୍ୱକପ 2026 ର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ଦର୍ଶକଙ୍କୁ ମୋହିତ କରିଥିଲେ। ଇତିହାସର ସବୁଠାରୁ ବଡ଼ ଫୁଟବଲ ବିଶ୍ୱକପର ଉଦଘାଟନୀ ଉତ୍ସବ…

କାଳ ବୈଶାଖୀର କରାଳ ରୂପ, ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡିରେ ଗଲା ୧୬ ଜୀବନ

ଲକ୍ଷ୍ନୌ/ପାଟନା,୧୨।୬: ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆର ସମେତ ୧୬ଟି ରାଜ୍ୟରେ ପ୍ରବଳ ଝଡ଼, କୁଆପଥର ଏବଂ ମୁଷଳଧାରାରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀ, ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri