ହାତବାନ୍ଧି ବସିଛନ୍ତି ପାନଚାଷୀ

ଭୋଗରାଇ, ୩ା୪(ଡି.ଏନ.ଏ.) – କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏବେ ସମଗ୍ର ଦେଶ ଲକ୍‌ଡାଉନରେ ରହିଛି। ଏହାର ପ୍ରତିକୂଳ ପ୍ରଭାବ ପାନ ଚାଷ ଉପରେ ପଡିଛି। ଏହି ଚାଷ ଉପରେ ନିର୍ଭର କରୁଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ହଜାର ହଜାର ପାନ ଚାଷୀ ଓ ବ୍ୟବସାୟୀ ପ୍ରତ୍ୟକ୍ଷ, ପରୋକ୍ଷ ଭାବେ ଜୀବିକା ହରାଇ ଘରେ ହାତ ବାନ୍ଧି ବସିଛନ୍ତି।
ପାନ ଏକ ଅର୍ଥକାରୀ ଫସଲ। ଏହି ଚାଷ କରି ଦୁଇ ବ୍ଲକ ଅଞ୍ଚଳର ଲୋକେ ଆର୍ଥିକ ସ୍ଥିତିକୁ ଦୃଢ କରିପାରିଛନ୍ତି। ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ପାନ ମୁମ୍ବାଇ, ଦିଲ୍ଲୀ, ବନାରସ, ଅଜମଗଡ, ବାଲିଆ, ନାଗପୁର, ଟାଟା ଓ ବାଙ୍ଗାଲୋର ଆଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଇଥାଏ। ଲକ୍‌ଡାଉନ ଯୋଗୁ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୨୪ ହଜାରରୁ ଊର୍ଦ୍ଧ୍ୱ ପାନଚାଷୀ ପ୍ରଭାବିତ ହୋଇଛନ୍ତି। ଏବେ ବଜାରରେ ପାନ କିଣା ବିକା ବନ୍ଦ ହୋଇଯିବାରୁ ଚାଷୀଙ୍କ ଉପରେ କରୋନା ଚଡକ ପଡିଛି। ଏହି ଦୁଇ ଅଞ୍ଚଳର ପାନଚାଷୀ ବାହାର ରାଜ୍ୟକୁ ପାନ ପଠାଇ ନ ପାରି ବାଧ୍ୟ ହୋଇ ବାଡି ବଗିଚାରେ ଫୋପାଡୁଛନ୍ତି। କାରବାର ବନ୍ଦ ହେବା ଯୋଗୁ ପାନଚାଷୀମାନେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ଏହି ଚାଷ ଉପରେ ନିର୍ଭର କରୁଥିବା ଚାଷୀମାନେ ଶ୍ରମ ହରାଇ ପରିବା ଚଳାଇବା କଷ୍ଟକର ହୋଇପଡିଛି। ଏହାବ୍ୟତୀତ ପାନଚାଷରେ ବ୍ୟବହାର ହେଉଥିବା ଖଡି ଓ ଇକଡ ଚାଷ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଏତଦ୍‌ଭିନ୍ନ ପାନ ରପ୍ତାନୀ ପାଇଁ ବ୍ୟବହାର ହେଉଥିବା ବାଉଁଶ ତିଆରି ଟୋକେଇ ବା ଝୁଡି ପ୍ରସ୍ତୁତକାରୀମାନେ ଜୀବନଜୀବିକା ହରାଇ ବେରୋଜଗାର ହୋଇପଡିଛନ୍ତି। ଦୀର୍ଘଦିନ ଧରି ଏହି ଲକ୍‌ଡାଉନ ସମସ୍ୟା ଲାଗି ରହିଲେ ପାନବ୍ୟବସାୟୀଙ୍କ ମେରୁଦଣ୍ଡ ଦୋହଲିଯିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?