ବରଗଡ଼ ଅଫିସ୍,୩୧।୩-ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମରେ ସୋମବାର ଭୋର୍ ପ୍ରାୟ ୫ଟାରେ ଏକ ବଡ଼ ଧରଣର ଲୁଟ୍ପାଟ୍ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଗଙ୍ଗାରାମ ଦାଶଙ୍କ ହାତ, ଗୋଡ଼ ବାନ୍ଧି ୩ ଦୁର୍ବୃତ୍ତ ଘରେ ଥିବା ୩୦ ଭରି ସୁନା ଗହଣା, ଗୋଟିଏ ଜୁପିଟର୍ ସ୍କୁଟି, ମୋବାଇଲ ଆଦି ନେଇ ଯାଇଛନ୍ତି । ଏ ନେଇ ଗଙ୍ଗରାମ ପୋଲିସରେ ଅଭିଯୋଗ କରିବା ପରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ସଦଳବଳେ ଅନୁସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍ କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି ସୁରାକ୍ ମିଳିପାରି ନାହିଁ । ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଟାଉନ ଥାନା ଆଇଆଇସି ପୂଜାହାରୀ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ବରଗଡ଼ View All
ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ
ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…
ବଜାରକୁ ଯାଉଥିବା ନାବାଳିକାକୁ ଅପହରଣ କରି ଅମାନୁଷିକ ନିର୍ଯାତନା: ଆନନ୍ଦପୁର SDPOଙ୍କ ହସ୍ତକ୍ଷେପ ପରେ କୋର୍ଟ ଗଲା ଅଭିଯୁକ୍ତ
ଆନନ୍ଦପୁର/ହାଟଡିହୀ,୧୧।୧୧(ଶ୍ରୀଧର ମହାରଣା / ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଦୃଢ଼ ହସ୍ତକ୍ଷେପ ପରେ ରାମଚନ୍ଦ୍ରପୁର ପୋଲିସ…
ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…
ମାନବିକତାର ଅନନ୍ୟ ଦୃଷ୍ଟାନ୍ତ: ଥାନା ଗାଡ଼ିରେ ମୃତଦେହ ବୋହିଲେ IIC, ପ୍ରଶଂସା କଲେ…
ଆନନ୍ଦପୁର,୧୧।୧୧(ଶୁଭକାନ୍ତ ନାୟକ): ପୋଲିସ କେବଳ ଲାଠି ଓ ଆଇନର ଭୟ ଦେଖାଏ ନାହିଁ, ବରଂ ପୋଲିସ ଭିତରେ ବି ମଣିଷପଣିଆ ଓ ମାନବିକତା ଅଛି— ଏହାର ଏକ…
ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ! ସ୍ୱଚ୍ଛ ଉପକୂଳ ସହର ବର୍ଗରେ…
ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା ।…
ଅଦାଲତଙ୍କ କଡ଼ା ଆଭିମୁଖ୍ୟ: ପୋଲିସ ଉପରେ ଆକ୍ରମଣକାରୀଙ୍କୁ ୩ ବର୍ଷ ଓ ନାବାଳିକା ନିର୍ଯାତନା ଦୋଷୀଙ୍କୁ ୧୦ ବର୍ଷ ଜେଲ୍
ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଦୁଇଟି ପୃଥକ୍ ମାମଲାରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଜେଲ୍…
ଦିଗପହଣ୍ଡି ପୋଲିସକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ରାଜୀବ ଗିରଫ: ଫେରାର ହେବାର ୧ ବର୍ଷ ପରେ ଗଲେ…
ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧ ବର୍ଷ ହେବ ଫେରାର ଥିବା ଦିଗପହଣ୍ଡି ଥାନାର ମୋଷ୍ଟ…
ସୋନିଆଙ୍କ ସହ ଐଶ୍ୱର୍ଯ୍ୟାଙ୍କ ୩୨ ବର୍ଷ ପୁରୁଣା ଭିଡିଓ ଭାଇରାଲ୍, ହାତରେ ଫୁଲ ଧରି କରିଥିଲେ….
ନୂଆଦିଲ୍ଲୀ,୧୧।୧୧: ସୋନିଆ ଗାନ୍ଧୀଙ୍କ ଏକ ପୁରୁଣା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ସୋନିଆଙ୍କ ସହ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…

