ହାତ ଚଳୁଥିଲା ପର୍ଯ୍ୟନ୍ତ ଭାତ ମିଳୁଥିବ

କଟକ ଅଫିସ,୨୮।୨: କର୍ମ ହିଁ ମଣିଷକୁ ପରିଚୟ ଦିଏ। ହେଲେ ସମୟ ମଣିଷର କର୍ମ ଓ ପରିଚୟକୁ ବି ବଦଳାଇପାରେ। ସମୟ ବଦଳିବା ସହିତ ମଣିଷ ପାଏ ଭିନ୍ନ ପରିଚୟ। ପ୍ରତିଦିନ ବିଳମ୍ବିତ ରାତିରେ ମଙ୍ଗୁଳିଛକରେ ଚା’ ବିକୁଥିବା ହରିହର ପତିଙ୍କ କାହାଣୀ ବି ସେମିତି। ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରସିଦ୍ଧ ବୁଣାକାର ଭାବେ ପରିଚିତ ହରିହର ଏବେ ରାସ୍ତା କଡରେ ଜୀବନ ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି। ଜଞ୍ଜାଳ ଭିତରେ ଘାଣ୍ଟି ହେଉଥିଲେ ସୁଦ୍ଧା ହାର୍‌ ମାନି ନାହାନ୍ତି…

ରାତି ବଢ଼ିବା ମାତ୍ରେ ମଙ୍ଗୁଳି ଛକରେ ଏକ ଚାଳିଆ ଦୋକାନରେ ଆଲୁଅ ଜଳେ। ଦିନରେ ବଡ଼ ବ୍ୟବସାୟୀଙ୍କ ଭିଡ ଜମୁଥିବାରୁ ରାତିରେ ହିଁ ନିଜର ଏହି ଦୋକାନରେ ଟଙ୍କା ରୋଜଗାର କରିବାକୁ ଆସନ୍ତି ହରିହର। ଭୋର ହେବା ପୂର୍ବରୁ ଦୋକାନ ବନ୍ଦ କରି ଫେରି ଯାଆନ୍ତି। ନାଇଟ୍‌ କୋଚ୍‌ ବସ୍‌, ଭାରୀଯାନ ଗାଡ଼ି ଏହି ଦୋକାନ ସମ୍ମୁଖରେ ଲାଗେ। ୫୮ ବର୍ଷୀୟ ହରିହରଙ୍କ କାନ୍ଧରେ ରହିଛି ପରିବାରର ବୋଝ। ସ୍ଥାନୀୟ ଅଞ୍ଚଳରେ ହରିହର ଜଣେ ଭଲ ଚା ଦୋକାନୀ ବୋଲି ସମସ୍ତେ ଜାଣିଥିଲେ ସୁଦ୍ଧା ତାଙ୍କ ଭିତରେ ଥିବା କାରିଗରୀ କଳାକୁ ଖୁବ୍‌କମ୍‌ ଲୋକ ଚିହ୍ନିଛନ୍ତି।
ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌)ରେ ଜଣେ ନିୟମିତ କର୍ମଚାରୀ ଥିଲେ ହରିହର। ବୁଣାକାର ଭାବେ ସେ ଓଟିଏମ୍‌ରେ କାମ କରୁଥିଲେ। ୧୯୯୯ ମସିହାରେ ଓଟିଏମ୍‌ ବନ୍ଦ ହୋଇଗଲା। ହେଲେ ସେତେବେଳକୁ ତାଙ୍କ ଦରମା ଥିଲା ମାସିକ ୩୧୦୦ଟଙ୍କା। ମିଲ୍‌ ବନ୍ଦ ହେବା ପରେ ପରିବାର ପ୍ରତିପୋଷଣ କରିବା ଚିନ୍ତା ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିଥିଲା। ଓଟିଏମ୍‌ ପୁଣି ଥରେ ଖୋଲିବ ବୋଲି ନେତାମାନଙ୍କ ପ୍ରତିଶ୍ରୁତିକୁ ଜଗି ବସୁବସୁ ଗୋଟିଏ ବର୍ଷ ପାଣିରେ ପଡ଼ିଲା। ହେଲେ ଓଟିଏମ୍‌ ପୁନର୍ବାର ଚାଲୁ ହେବାର ଆଶା କ୍ଷୀଣ ହେବାରେ ଲାଗିଥିଲା। ପରିବାର ପ୍ରତିପୋଷଣ ଚିନ୍ତା ଏହି କାରିଗରଙ୍କୁ ବନାଇ ଦେଇଥିଲା ଜଣେ ଦିନ ମଜୁରିଆ। କଟକ ସମେତ ବିଭିନ୍ନ ଗଁାକୁ ଯାଇ ମଜୁରିଆ ଭାବେ କାମ କରୁଥିଲେ। ହରିହରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ଉଭୟଙ୍କର ବିବାହ ହୋଇ ସାରିଲାଣି। ୭ ବର୍ଷ ହେବ ସେ ମଙ୍ଗୁଳି ଛକରେ ଚା’ ଦୋକାନ କରିଛନ୍ତି। ରାତି ୧୧ଟା ପରେ ସେ ଦୋକାନ ଖୋଲନ୍ତି। ଦିନବେଳା ବଡ ଦୋକାନ ଖୋଲୁଥିବାରୁ ତାଙ୍କର ବ୍ୟବସାୟ ହେବନି ବୋଲି ହରିହରଙ୍କ ଡର ରହିଛି। ଏଣୁ ରାତିରୁ ଭୋର ପର୍ଯ୍ୟନ୍ତ ନିଜର ପସରା ଖୋଲି ବସନ୍ତି। ଗୋଟିଏ ରାତିରେ ୧୫୦ରୁ ୨୦୦ଟଙ୍କା ଲାଭ ହେଉଛି ବୋଲି ସେ କୁହନ୍ତି। ହରିହରଙ୍କର ଗୋଟିଏ କଥା ବେଶ୍‌ ମନକୁ ଛୁଇଁଥିଲା। ସେ କହିଥିଲେ ଯେ, ମଣିଷ ଜନ୍ମ ମିଳିଛି ମାନେ ସଂଘର୍ଷ କରିବାକୁ ବାଧ୍ୟ। ମିଲ୍‌ ବନ୍ଦ ହୋଇଗଲା ବୋଲି ଦୁଃଖ ଲାଗୁଛି। ଅନେକ ବୁଣାକାରଙ୍କ ଜୀବନ ବି ଦୁଃର୍ବିଷହ ହୋଇଯାଇଛି। ହେଲେ ଯେତେଦିନ ପର୍ଯ୍ୟନ୍ତ ମୋର ହାତ ଚଳୁଥିବ ସେତେଦିନ ଯାଏଁ ଦୁଇପ୍ରାଣୀ(ସେ ଓ ତାଙ୍କ ସ୍ତ୍ରୀ)ଙ୍କ ପାଇଁ ଭାତ ଯୋଗାଡ଼ କରିବାରେ ଅସୁବିଧା ହେବନି। ହରିହର ନିଜ କାହାଣୀକୁ ବଖାଣୁଥିବା ବେଳେ ସରକାରଙ୍କ ଉପରେ ଥିବା ଆକ୍ରୋଶ ବେଶ୍‌ ବାରି ହୋଇ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri