ହାଇବ୍ରିଡ୍‌ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍‌ ହୋଇପାରେ। ଅର୍ଥାତ୍‌ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ ଭର୍ଚୁଆଲ (ଭିଡିଓ କନ୍‌ଫରେନ୍ସ ଜରିଆରେ) ହୋଇପାରେ। କାରଣ କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ସାମାଜିକ ଦୂରତ୍ୱ ଅବଲମ୍ବନ କରାଗଲେ ଉଭୟ ଉଚ୍ଚ ଓ ନିମ୍ନ ସଦନରେ ସ୍ଥାନାଭାବ ହେବ। ଭାରତ ସରକାରଙ୍କୁ ସାଇବର ଭିତ୍ତିଭୂମି ଯୋଗାଉଥିବା ନ୍ୟାଶନାଲ୍‌ ଇଫର୍ମେଟିକ୍ସ ସେଣ୍ଟର (ଏନ୍‌ଆଇସି) ମଧ୍ୟ ସମସ୍ତ ଏମ୍‌ପିଙ୍କ ଭର୍ଚୁଆଲ୍‌ ଯୋଗଦାନ ପାଇଁ ପ୍ଲାଟ୍‌ଫର୍ମ ବ୍ୟବସ୍ଥା କରିପାରି ନାହିଁ।
ଦେଶରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଫିସ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। ଏଭଳି ସମୟରେ ଆସନ୍ତା ମୌସୁମୀ ଅଧିବେଶନ ଚଳାଇବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଉଭୟ ରାଜ୍ୟ ସଭା ଓ ଲୋକ ସଭାର ସେକ୍ରେଟାରି ଜେନେରାଲ ପାର୍ଲାମେଣ୍ଟର ଭୌତିକ ଓ ଡିଜିଟାଲ ଭିତ୍ତିଭୂମିର ସମୀକ୍ଷା କରିବା ପରେ ପ୍ରିଜାଇଡିଂ ଅଫିସରମାନଙ୍କୁ ରିପୋର୍ଟିଂ କରିଛନ୍ତି। ସମସ୍ତ ସଦସ୍ୟ ଉପସ୍ଥିତ ରହି କିମ୍ବା ସମ୍ପୂର୍ଣ୍ଣ ଭାବେ ଭିଡିଓ କନ୍‌ଫରେନ୍ସ ଜରିଆରେ ମୌସୁମୀ ଅଧିବେଶନ ଚଳାଇବା ପାଇଁ ଉପଲବ୍ଧ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଛନ୍ତି। ସୋସିଆଲ୍‌ ଡିଷ୍ଟାନ୍ସିଂ ନିୟମ ପାଳନ କରାଗଲେ ରାଜ୍ୟ ସଭାରେ ୨୪୫ରୁ ୬୦ ଏବଂ ଲୋକ ସଭାରେ ୫୪୩ ଜଣଙ୍କ ମଧ୍ୟରୁ ୧୦୦ରୁ ଅଳ୍ପ ଅଧିକ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ସେକ୍ରେଟାରି ଜେନେରାଲ ଦ୍ୱୟ କହିଛନ୍ତି। ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗୃହରେ ସ୍ଥାନାଭାବ, ଫିଜିକାଲ୍‌ ଡିଷ୍ଟାନ୍ସିଂ ନିୟମ ଏବଂ ଭର୍ଚୁଆଲ ଯୋଗଦାନ ପାଇଁ ଭିତ୍ତିଭୂମି ଯୋଗାଇବାରେ ଏନ୍‌ଆଇସିର ଅସାମର୍ଥ୍ୟକୁ ନେଇ ଏହି ଅଧିବେଶନ ହାଇବ୍ରିଡ୍‌ ହୋଇପାରେ।
ପାର୍ଲାମେଣ୍ଟ ଅଧିବେଶନରେ ଯୋଗଦେବା ସମସ୍ତ ଏମ୍‌ପିଙ୍କ ଅଧିକାର ଥିବାରୁ କେଉଁ ସଦସ୍ୟ ଉପସ୍ଥିତ ରହିବେ ଓ କିଏ ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରତିନିଧିତ୍ୱ କରିବେ ତାହା ଚୟନ କରାଯାଇ ନ ପାରେ। ସେହିପରି ସେଣ୍ଟ୍ରାଲ ହଲ୍‌ କିମ୍ବା ବିଜ୍ଞାନ ଭବନରେ ମଧ୍ୟ ସମସ୍ତ ଏମ୍‌ପିଙ୍କୁ ସାମାଜିକ ଦୂରତ୍ୱ ନିୟମାନୁସାରେ ବସାଇହେବ ନାହିଁ। ତେଣୁ ଅଦ୍ୟାବଧି କେବଳ ହାଇବ୍ରିଡ୍‌ ଅଧିବେଶନ ଚଳାଇବା ବିକଳ୍ପ ରହିଛି। ତେବେ ଅଧିବେଶନ ପରିଚାଳନାରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ହେଲେ ଉଭୟ ଗୃହରେ ପ୍ରସ୍ତାବ ଆଗତ କରିବାକୁ ପଡ଼ିବ। ମୌସୁମୀ ଅଧିବେଶନ ପରିଚାଳନା ପାଇଁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଓ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ବିଭିନ୍ନ ବିକଳ୍ପ ଉପରେ ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri