ହାଇଦ୍ରାବାଦ ଫେରନ୍ତା କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଉତ୍ତେଜନା: ସରପଞ୍ଚଙ୍କୁ ଘେରିଲେ ଲୋକେ

ବାହାନଗା, ୧୫ା୫(ଡି.ଏନ.ଏ.)-ହାଇଦ୍ରାବାଦରୁ ଆସିଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ଯୁବକ ସରକାରୀ କ୍ୱାରାଣ୍ଟାଇନ୍‌କେନ୍ଦ୍ରରେ ନ ରହି ଘରେ ରହିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମର ଯୁବକମାନେ ଗୁରୁବାର ଏହାର ପ୍ରତିବାଦ କରି ସ୍ଥାନୀୟ ସରପଞ୍ଚଙ୍କୁ ଘେରାଉ କରିଥିଲେ।
ରୂପଖଣ୍ଡ ଗ୍ରାମର ବସନ୍ତ କୁମାର ପଣ୍ଡା ହାଇଦ୍ରାବାଦରେ ରହି କାମ କରନ୍ତି ା ଲକ୍‌ଡାଉନ୍‌ ଯୋଗୁ ସେ ନିଜ ଘରକୁ ଗତ ୧୨ତାରିଖ ମଙ୍ଗଳବାର ରାତିରେ ଆସି ପହଞ୍ଚିଥିଲେ। ତେବେ ସେ ପଞ୍ଜୀକୃତ କରି ନ ଥିବା ବେଳେ ହାଇଦ୍ରାବାଦରୁ ଆସି ଘରେ ପହଞ୍ଚିବା ବିଷୟରେ ପ୍ରଶାସନ କିମ୍ବା ସ୍ଥାନୀୟ ସରପଞ୍ଚ ଅବଗତ ହୋଇ ନ ଥିଲେ। ସେହି ରାତିରେ ଗ୍ରାମବାସୀ ବିଡିଓ ରଘୁନାଥ ପାଣିଗ୍ରାହୀ, ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର, ସରପଞ୍ଚ ଶିଶିର କୁମାର ଅଗସ୍ତିଙ୍କୁ ଖବର ଦେଇଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବୁଧବାର ବିଡିଓ ପାଣିଗ୍ରାହୀ, ତହସିଲଦାର କର ପ୍ରମୁଖ ଉକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ହେଲେ ଘରେ ଥିବା ମା’ ଓ ପୁଅଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବା ପାଇଁ କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। ଏନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ବିଡିଓ ମା’ ଓ ପୁଅଙ୍କୁ ଘରୁ ବାହାରକୁ ଯିବା ଆସିବା ମନା କରିଥିବା ବେଳେ ଯୁବକଙ୍କ ମା’ ଗୁରୁବାର ଗଁା ମନ୍ଦିରକୁ ଯାଇ ପୂଜା କରିଥିଲେ। ଫଳରେ ଗ୍ରାମର ଅନ୍ୟ ମହିଳାମାନେ ଆଉ ସେହି ମନ୍ଦିରକୁ ପୂଜା କରିବା ପାଇଁ ଯାଇ ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମର କୁଳମଣି ବେହେରା, ଦେବେନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ବେହେରା, ସୀତାନାଥ ବେହେରା, ରତିକାନ୍ତ ଦାସ, କାଳେନ୍ଦ୍ର ଚରଣ ମହାପାତ୍ର ପ୍ରମୁଖ ଗ୍ରାମବାସୀ ତୁରନ୍ତ ମା’ ପୁଅଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ଦାବି କରି ସରପଞ୍ଚ ଶିଶିର କୁମାର ଅଗସ୍ତିଙ୍କୁ ଘେରାଉ କରିଥିଲେ। ଯଦି ପ୍ରଶାସନ କିମ୍ବା ସରପଞ୍ଚ କୌଣସି ପଦକ୍ଷେପ ନ ନିଅନ୍ତି ତା’ ହେଲେ ଗ୍ରାମକୁ ଆଉ ଯେଉଁମାନେ ଆସିବାର ଅଛି ସେମାନଙ୍କୁ ସରକାରୀ କ୍ୱାରାଣ୍ଟାଇନ୍‌ରେ ରଖାଯିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି। ଏ ବିଷୟରେ ବିଡିଓ ରଘୁନାଥ ପାଣିଗ୍ରାହୀ କହିଛନ୍ତି ଯେ, ଆମେ ସେ ଗାଁକୁ ବୁଧବାର ସନ୍ଧ୍ୟାରେ ଯାଇଥିଲୁ। ମୋ ସହିତ ତହସିଲଦାର ମଧ୍ୟ ଯାଇଥିଲେ। ଲୋକମାନଙ୍କୁ ଆମେ ବୁଝାଇ ସରକାରୀ ଗାଇଡ୍‌ଲାଇନ୍‌ ଦେଖାଇଲା ପରେ ସମସ୍ତେ ବୁଝିଥିଲେ। ପରେ ଗ୍ରାମବାସୀ ଯଦି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ତେବେ ବାଧ୍ୟ ହୋଇ ତାଙ୍କୁ ଆମେ ପଞ୍ଚାୟତ କ୍ୱାରାଣ୍ଟାଇନ୍‌କୁ ନେଇଆସିବୁ ା ସରକାରୀ ନିୟମ ଅନୁଯାୟୀ ଯାହାର ଘରେ ସୁବିଧା ଅଛି ସେ ନିଜ ଘରେ ହୋମ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ବୋଲି ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri