‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର ଉପରେ ଜୋର ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ବ୍ରାଜିଲ ପ୍ରତିପକ୍ଷ ଜୈର ବୋଲସୋନାରୋ ମଧ୍ୟ ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ ସମର୍ଥନ କରି ନିଜ ରାଷ୍ଟ୍ର ପାଇଁ ଏହାକୁ ଭାରତରୁ ମଗାଇସାରିଛନ୍ତି। ହେଲେ କୋଭିଡ୍‌-୧୯ ମୁକାବିଲା ଦିଗରେ ଶସ୍ତାରେ ମିଳୁଥିବା ଏହି ଔଷଧ ଫଳପ୍ରଦ ହୋଇ ନ ପାରେ ବୋଲି ଚାଇନାର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
ମ୍ୟାଲେରିଆରୁ ଉପଶମ ପାଇବା ସକାଶେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର କରାଯାଇଥାଏ। ଏପରି କି ଗଣ୍ଠିବାତ ରୋଗୀ ଅନ୍ୟ କୌଣସି ଔଷଧ ଦ୍ୱାରା ସୁଫଳ ନ ପାଇଲେ ଏହାକୁ ସେବନ କରିଥାଆନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ କରୋନା ଭାଇରସ୍‌ ମୁକାବିଲା ଲାଗି ଅବ୍ୟର୍ଥ ବୋଲି ଚିହ୍ନଟ କରିସାରିଛି। କିନ୍ତୁ ଚାଇନାର ଗବେଷକମାନେ ୧୫୦ ହସ୍ପିଟାଲ ଓ ୧୬ଟି ସରକାରୀ ମାନ୍ୟତାପ୍ରାପ୍ତ କୋଭିଡ୍‌-୧୯ କେନ୍ଦ୍ରର ରୋଗୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଉପାଦେୟ ହୋଇ ନ ପାରେ ବୋଲି ମେଡ୍‌ରିକ୍ସଭ୍‌ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ କାନାଡିଆନ୍‌ ମେଡିକାଲ ଆସୋସିଏଶନ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି କ୍ଲୋରୋକୁଇନ୍‌, ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ଆଜିଥ୍ରୋମାଇସିନ୍‌ ବ୍ୟବହାର ସେଭଳି ଉପାଦେୟ ହେଉ ନ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଉଛି। କିନ୍ତୁ ଡାକ୍ତର ଓ ରୋଗୀମାନେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାକୁ ହୃଦୟଙ୍ଗମ କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ବହୁଳ ଭାବେ ବ୍ୟବହାର କରାଗଲେ ତାହା ହୃତ୍‌ପିଣ୍ଡ, ରକ୍ତ ଶର୍କରା ଅଂଶ ସ୍ବାଭାବିକଠାରୁ କମ୍‌ କରିବା ସହ ମଣିଷକୁ ହୃଦ୍‌ଘାତ ଓ କୋମା ସ୍ତରକୁ ନେଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଚାଇନା କୋଭିଡ୍‌-୧୯ର ଚିକିତ୍ସା ପାଇଁ ବିକଳ୍ପ ଔଷଧ ଅନୁସନ୍ଧାନରେ ରହିଛି ବୋଲି କିଛିଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ଆମେରିକା ଭଳି ରାଷ୍ଟ୍ର ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ ତା’ର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିବାରୁ ଚାଇନା ତା’ର ଗବେଷକମାନଙ୍କୁ ଏଭଳି ରିପୋର୍ଟ ପ୍ରକାଶ କରିବାକୁ ପ୍ରବର୍ତ୍ତାଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଚାଇନା କରୋନାର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକୁ କିଟ୍ସ, ଗ୍ଲୋବ୍ସ, ଭେଣ୍ଟିଲେଟର ଓ ଅନ୍ୟ ଜୀବନ ରକ୍ଷାକାରୀ ଉପକରଣ ରପ୍ତାନି କରି ବିପୁଳ ଅର୍ଥ ଉପାର୍ଜନ କରିବା ସହ ତା’ର ଅର୍ଥନୀତିକୁ ସଜାଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri