ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ ମଧ୍ୟରୁ ୨ଟି ପଜିଟିଭ୍‌ ଥିବାବେଳେ ବାକି ସବୁ ନେଗେଟିଭ୍‌ ରହିଛି। କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ହସ୍ପିଟାଲ ଆଇସୋଲେଶନ୍‌ରେ ରଖାଯାଇଛି। ଯେଉଁ ଦୁଇଜଣ କରୋନା ସଂକ୍ରମଣର ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେହିପରି ମହାମାରୀ ରୋଗ ଆଇନ-୧୮୯୭ର ଧାରା-୨ ଏବଂ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ନିୟମାବଳୀର ବିଧି-୧୭ ଅନୁସାରେ ଶନିବାର ଓଡ଼ିଶା ସରକାର କୋଭିଡ୍‌-୧୯ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନିୟମାନୁସାରେ ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ଆତ୍ମୀୟ, ଚିକିତ୍ସା କରୁଥିବା ଡାକ୍ତର, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କ ସମ୍ପର୍କିତ ତଥ୍ୟ ଗୋପନ ରଖାଯିବ। କୌଣସି ଗଣମାଧ୍ୟମ କୋଭିଡ୍‌-୧୯ରେ ସଂକ୍ରମିତ ଓ ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ସମ୍ପର୍କୀୟ ଓ ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଠିକଣା ପ୍ରକାଶ କରିପାରିବେ ନାହିଁ ା ସେହିପରି କୌଣସି ରୋଗୀ, ତାଙ୍କର ମାତାପିତା, ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସାକ୍ଷାତ୍‌କାର ମଧ୍ୟ ନେଇପାରିବେ ନାହିଁ। ଏହାର ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ। ଏହା ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ୍ସ, ୱେବ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ରତି ଲାଗୁ ହେବ ।

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁ ୫୬ଜଣ ଆସିଥିଲେ ସେମାନଙ୍କ ମଧ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇ ଯୋଗାଯୋଗ ହୋଇସାରିଛି। ବାକି ୩ଜଣଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରହିଛି। ଶୁକ୍ରବାର ଏଥିପାଇଁ ୮ଟି ମନିଟରିଂ ଟିମ୍‌ ଗଠିତ ହୋଇଥିଲା। ଶନିବାର ଆଉ ଗୋଟେ ଟିମ୍‌ କରାଯାଇ ଏହି ତିନିଜଣଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛନ୍ତି। ଶନିବାର ସୁଦ୍ଧା ୩,୨୩୬ଜଣ ବିଦେଶ ଫେରନ୍ତା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଫୋନ୍‌ ନମ୍ବର ୧୦୪ ଓ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକୃତ କରିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri