ହସ ଓ କାନ୍ଦ

ଅଭିମନ୍ୟୁ ଧଳ
ହସକାନ୍ଦ ଭରା ଦୁନିଆ। ହସିବା ଓ କାନ୍ଦିବା ପରସ୍ପର ପରିପୂରକ। ହସିବା ଯେପରି ଦେହ ପାଇଁ ଉପକାରୀ, କାନ୍ଦିବା ମଧ୍ୟ ସେହିପରି ଉପକାରୀ। ମଣିଷ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ ଆଖିରେ ଲୁହ ଆସିଯାଇଥାଏ। ଏହା ବ୍ୟତୀତ ନିକଟ ପରିଜନ କିମ୍ବା କୌଣସି ପ୍ରିୟବ୍ୟକ୍ତିଙ୍କର ଦେହାନ୍ତକୁ ନେଇ ଦୁଃଖରେ ଭାଙ୍ଗିପଡ଼ି ଅନେକେ କାନ୍ଦିଥାନ୍ତି। ଭାବପ୍ରବଣତାର ଲୁହ କୌଣସି ପଶୁପକ୍ଷୀଙ୍କ ଆଖିରୁ ଝରେନାହିଁ, କେବଳ ମଣିଷ ଆଖିରୁ ଝରିଥାଏ, ଏ କଥା କହିଛନ୍ତି ବୈଜ୍ଞାନିକ ଡର୍ବିନ୍‌। ଠାକୁରଙ୍କ ଭକ୍ତିରସରେ ନିମଗ୍ନ ଭକ୍ତ ଲୋତକ ଝରାଇ ପ୍ରାର୍ଥନା କରେ। ଝିଅ ବିଦା ବେଳେ ସମ୍ପର୍କୀୟଙ୍କ ଆଖିରୁ ଲୁହ ଝରିପଡ଼େ। ଦେହରେ ଯନ୍ତ୍ରଣା ହେଲେ ଲୁହ ଆସିଯାଇଥାଏ। ହସିବା ଓ କାନ୍ଦିବା ମଣିଷର ଜନ୍ମଗତ ଗୁଣ। ଏଥିରୁ କେହି ବାଦ୍‌ ପଡ଼ନ୍ତି ନାହିଁ। ଆନନ୍ଦ ସମୟରେ ଆଖିରୁ ଯେଉଁ କେତେ ଟୋପା ଲୁହ ଆସିଯାଏ ତାକୁ ଆନନ୍ଦାଶ୍ରୁ କହନ୍ତି। ହେଲେ ଏହାର କେତେକ ଉପକାରୀ ଗୁଣ ରହିଛି। ଅବଶ୍ୟ ଏ କଥା ଜାଣିବା ପରେ କେହି କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେ ଟେନ୍‌ସନଗ୍ରସ୍ତ ହେବା ପରେ ଆମର ମାନସିକତା ନକାରାତ୍ମକ ହୋଇଯାଏ। ଏହି ସମୟରେ ଯଦି ଆଖିରୁ ଦୁଇଟୋପା ଲୁହ ଖସିପଡ଼େ ତେବେ ତାହା କେତେକାଂଶରେ ଟେନ୍‌ସନକୁ ଦୂର କରିଥାଏ ବୋଲି ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କହିଛନ୍ତି। କିଛି ସମୟ କାନ୍ଦିବା ଫଳରେ ମନ କିଛି ପରିମାଣରେ ହାଲୁକା ହୋଇଯାଏ ଏବଂ ସମ୍ପୃକ୍ତ ବ୍ୟକ୍ତି ନୂଆ ଜିନିଷ ଚିନ୍ତା କରିବାରେ ସକ୍ଷମ ହୋଇଥାଏ। ବେଳେବେଳେ କାନ୍ଦିବା ଦ୍ୱାରା ମନରେ କେତେକ ନୂଆ ଚିନ୍ତାଧାରା ମଧ୍ୟ ଉଦ୍ରେକ ହୋଇଥାଏ। ଲୁହ ବହିଯିବା ପରେ ଜଣେ ମାନସିକ ଭାବେ ସୁସ୍ଥ ହୋଇଥାଏ। ଯେଉଁ ବ୍ୟକ୍ତି ନିଜର ପରାଜୟକୁ ନେଇ କାନ୍ଦିପାରେ, ସେହି ବ୍ୟକ୍ତି ପରାଜୟବରଣ କରି ଲୁହକୁ ଏକ ଦୁର୍ବଳତା ଭାବି କାନ୍ଦୁ ନ ଥିବା ବ୍ୟକ୍ତିଠାରୁ ଦୃଢ଼। ସୁଖରେ ହେଉ ବା ଦୁଃଖରେ ବାହାରି ଆସୁଥିବା ଲୁହକୁ ନ ଅଟକାଇ ବହିଯିବା ପାଇଁ ଦେଲେ ମନ ଖୁବ୍‌ ହାଲୁକା ଲାଗେ।
ଶିଶୁଟି ଭୂମିଷ୍ଠ ହେବାପରେ କୁଆଁରାବ ଦେଇଥାଏ। ତେଣୁ ପ୍ରତ୍ୟେକ ମଣିଷର ପ୍ରଥମ ଭାଷା ହେଉଛି କାନ୍ଦିବା। ଦେହରେ ଯନ୍ତ୍ରଣା କିମ୍ବା ଭୋକ ଲାଗିଲେ କାନ୍ଦିବା ମାଧ୍ୟମରେ ଶିଶୁଟି ଜଣେଇ ଦେଇଥାଏ। ସେମିତି ଶୈଶବ କାଳରେ ଅନେକ ମାନ, ଅଭିମାନ, ଦାବିକୁ ନେଇ ପିଲାଏ କାନ୍ଦିଥାନ୍ତି। ଏହାଦ୍ୱାରା ସେମାନଙ୍କର ଇଚ୍ଛା ପୂରଣ ହୋଇଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଲୋତକ ବହିବା କମିଯାଇଥାଏ। ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ଦୁଃଖଦ ପରିସ୍ଥିତିରେ ସ୍ବତଃପ୍ରବୃତ୍ତ ହୋଇ କାନ୍ଦିଥାନ୍ତି କିମ୍ବା ଗ୍ଲିସେରିନ୍‌ ଲଗାଇ କାନ୍ଦିବାର ଅଭିନୟ କରି ହଜାର ହଜାର ଦର୍ଶକଙ୍କୁ କନ୍ଦାଇ ଥାଆନ୍ତି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ କାନ୍ଦିଥାନ୍ତି। ପଦେ ପଦେ କଥାରେ କାନ୍ଦୁଥିବା ମହିଳାଙ୍କୁ ନାକକାନ୍ଦୁରୀ ବୋଲି କୁହାଯାଏ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଭଲ ଗୀତଟିଏ ଶୁଣିଲେ ୯୦ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଏ। ସେହିପରି କବିତା ଶୁଣି ବା ପଢ଼ି ୬୦ ପ୍ରତିଶତ ଓ ଭଲ ପେଣ୍ଟିଂଟିଏ ଦେଖି ୧୦ରୁ ୧୫ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଇଥାଏ।
ପୃଥକ୍‌ ସଂସ୍କୃତିରେ କାନ୍ଦିବାର ପ୍ରକୃତି ମଧ୍ୟ ପୃଥକ୍‌। ଆମେରିକାର ପୁରୁଷ ଏବଂ ମହିଳା ଉଭୟଙ୍କ କାନ୍ଦିବା ସବୁଠୁ ଆଗରେ। ସବୁଠାରୁ କମ୍‌ କାନ୍ଦୁଥିବା ପୁରୁଷ ବୁଲ୍‌ଗେରିଆ ଏବଂ କମ୍‌ କାନ୍ଦୁଥିବା ମହିଳା ଆଇସ୍‌ଲାଣ୍ଡ ଓ ରୋମାନିଆର। ଭାରତରେ ପୁରୁଷମାନେ କାନ୍ଦିବାକୁ ସମ୍ମାନଜନକ ଭାବନ୍ତି ନାହିଁ, ତେଣୁ ପ୍ରାୟତଃ ଲୁହକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି।
ଜାପାନରେ ଅଛି ‘ମିତ୍‌ସୁଇ ଗାର୍ଡେନ ୟୋତ୍‌ସୁଆ’ ନାମକ ହୋଟେଲ। ମୁଖ୍ୟତଃ ମହିଳାମାନେ କାନ୍ଦିବା ପାଇଁ ସେଠାକୁ ଯାଇଥାନ୍ତି। କାନ୍ଦିଲେ ମାନସିକ ଅବସାଦ, ଉତ୍ତେଜନା, ଉତ୍କଣ୍ଠା ଆଦି ଦୂରହୁଏ। ବହେ କାନ୍ଦିଲେ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସେ। ନିରୋଳାରେ କାନ୍ଦିବାକୁ ଚାହୁଁଥିବା ମହିଳାଙ୍କୁ ଏହା ପ୍ରକୋଷ୍ଠ ଯୋଗାଉଛି। ହଠାତ୍‌ କାନ୍ଦ ନ ଆସିଲେ ଦୁଃଖଦାୟକ ଚଳଚ୍ଚିତ୍ର ଦେଖାଇବାର ସୁବିଧା ରହିଛି। ଲୁହ ପୋଛିବା ପାଇଁ ଯୋଗାଇ ଦିଆଯାଉଛି ସ୍ବତନ୍ତ୍ର ଭାବେ ତିଆରି ତନ୍ତୁ କାଗଜ, କାନ୍ଦି କାନ୍ଦି ଗ୍ରାହକଙ୍କ ଆଖି ଓ ମୁହଁ ଫୁଲିବାରେ ଏହାର ଉପଚାର ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ଗୋଟିଏ ରାତି ପାଇଁ କୋଠରିଟିଏ ନେଲେ ଭାରତୀୟ ମୁଦ୍ରାରେ ପ୍ରାୟ ପାଞ୍ଚ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଗୁଜରାଟର ସୁରଟରେ ଏହିଭଳି ଏକ ‘କ୍ରାଇଙ୍ଗ୍‌ କ୍ଲବ’ ଅଛି। ଏହାର ସ୍ଲୋଗାନ ରହିଛି ‘ଟିୟର୍ସ ଟୁ ଚିୟର୍ସ’। ପ୍ରତି ରବିବାର ସକାଳୁ ଦଶଟାଯାଏ ମିଳିତ ହୋଇ ଲୋକେ କାନ୍ଦିଥାନ୍ତି।
ଆଖିରୁ ଲୁହ ଟୋପା ବାହାରିଲେ ଅନ୍ୟକୁ ପ୍ରଭାବିତ କରେ। କର୍ଟିସୋଲ ନାମକ ହରମୋନ ଶରୀର ପ୍ରତି କ୍ଷତିକାରକ। କାନ୍ଦିବା ଦ୍ୱାରା ଏହା ବାହାରିଯାଏ। ଆଖି ଶୁଷ୍କ ରହିବା ଦ୍ୱାରା ଅନେକ ସମସ୍ୟା ଦେଖାଦିଏ। ଆଖିକୁ ଶୁଷ୍କତାରୁ ରକ୍ଷା କରେ ଲୁହ। ଧୂଳିମଳି ସଫା କରିବା ସଙ୍ଗେ ସଙ୍ଗେ ଲୁହ ଆଖିକୁ କୀଟାଣୁମୁକ୍ତ କରିଥାଏ। ଏସବୁ ଜାଣିବା ପରେ ଆପଣ ସୁଖରେ ହେଉ ବା ଦୁଃଖରେ ବାହାରି ଆସୁଥିବା ଲୁହକୁ ଆଉ ଅଟକାଇବାକୁ ଚାହିଁବେ ନାହିଁ ନିଶ୍ଚୟ। କାରଣ ଲୁହ ବହିଯିବା ପରେ ଆପଣ ଖୁବ୍‌ ହାଲୁକା ଅନୁଭବ କରିବେ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri