ହଜାରେ ଟଙ୍କା ପାଇଁ ରାତି ଅନିଦ୍ରା

ସମ୍ବଲପୁର, ୧୬।୪ (ବ୍ୟୁରୋ)- କରୋନା କଟକଣା ଲକ୍‌ ଡାଉନ ପରେ ଏହାର ପ୍ରଭାବ ସିଧାସଳଖ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀ ଲୋକଙ୍କ ଉପରେ ପଡିଛି। ରୋଜଗାର ନ ଥିବାରୁ ସେମାନୁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ଟଙ୍କା, ଚାଉଳ, ଗହମ ଏପରିକି ସାମାଜିକ କର୍ମୀ ଓ ଅନୁଷ୍ଠାନ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି । ଏହାକୁ ପାଇବା ପାଇଁ ଲୋକମାନେ ଅନେକ ସ୍ଥାନରେ ହଇରାଣ ହରକତ ହେବାକୁ ପଡୁଛି । ପିଡିଏସ ସାମଗ୍ରୀ ବଣ୍ଟନ କେନ୍ଦ୍ର, ବ୍ୟାଙ୍କ, ଅଙ୍ଗନୱାଡି କେନ୍ଦ୍ର ସ୍କୁଲରେ ଭିଡ ଦେଖିବାକୁ ମିଳୁଛି। ଏଥିରେ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ପାଳନ କରାଯାଉ ନାହିଁ । ଏଭଳି ଏକ ଘଟଣା ସମ୍ବଲପୁର ମହାନଗର ନିଗମ ସାକ୍ଷୀପଡାରେ ଦେଖିବାକୁ ମିଳିଛି । ଅସ୍ଥାୟୀ ପିଡିଏସ ବଣ୍ଟନ (ସାକ୍ଷୀଗୋପିନାଥ ପଡା ୟୁପି ସ୍କୁଲ) କେନ୍ଦ୍ର ଖୋଲା ଯାଇଛି । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ରାସନକାର୍ଡକୁ ବିଳମ୍ବିତ ରାତ୍ରିରୁ ଲାଇନରେ ରଖି ୧ ହଜାର ଟଙ୍କା ପାଇଁ ଜଗି ବସିଥିବା ଦେଖିବାକୁ ମିଳିଥିଲା। ପିଡିଏସ ବଣ୍ଟନ କେନ୍ଦ୍ରରେ କେନ୍ଦ୍ର ସରକାରଙ୍କ ୧ହଜାର ଟଙ୍କା ସହାୟତା ରାଶି ରାସନକାର୍ଡ ଥିବା ହିତାଧିକାରୀମାନଙ୍କୁ ଦିଆଯାଉଛି । ଏହି ଖବର ପ୍ରଚାର ହେବା ପରେ ସମସ୍ତ ପିଡିଏସ କେନ୍ଦ୍ର ଗୁଡିକରେ ଭିଡ ବଢ଼ିଛି। ପିଡିଏସ ଡିଲରମାନେ ପ୍ରତିଦିନ ପ୍ରାୟ ୪୦ ରୁ ୫୦ଜଣ ହିତାଧିକାରୀମାନଙ୍କୁ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଅନ୍ୟପଟେ ଟଙ୍କା ଯଦି ଶୀଘ୍ର ହିତାଧିକାରୀ ନ ଆଣିବେ ତାହା ହେଲେ ଫେରିଯିବ ବୋଲି ମିଛ ଖବର ପ୍ରଚାର କରାଯାଉଛି । ତେଣୁ ହିତାଧିକାରୀ ରାତି ସାରା ଉଜାଗର ରହି ୧ ହଜାର ଟଙ୍କା ପାଇଁ ବିଳମ୍ବିତ ରାତ୍ରିରେ ବଣ୍ଟନ କେନ୍ଦ୍ରରେ ଲାଇନରେ ଛିଡା ହୋଇ ରହୁଛନ୍ତି । ସେଠାରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖା ଦେଉଛି । ଏପରିକି କରୋନା ସଂକ୍ରମଣ ଆଶଙ୍କା ରହୁଛି । ଏ ଦିଗରେ ଜିଲା ପ୍ରଶାସନ ଓ ପୋଲିସ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଳରେ ଦାବି ହେଉଛି। ଭାଜପା ଯୁବ ମୋର୍ଚ୍ଚ ଜିଲା ସଭାପତି ରିକନ ପଟ୍ଟନାୟକ ମଧ୍ୟ ଏନେଇ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri