‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ ଅଗଷ୍ଟ ୧୪ରେ ରିଲିଜ୍‌ ହେବା ସ୍ପଷ୍ଟ ହୋଇଛି। କଳାକାର ଭାବେ ପରେଶ ରାଓ୍ବଲ, ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ୍‌ ଜାଫ୍ରି, ପ୍ରଣିଥା ସୁବାସଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହଙ୍ଗାମା’ର ଦ୍ୱିତୀୟ ଭାଗ।

ଫିଲ୍ମରେ ଖାସ୍‌ କଥା ହେଉଛି ଶିଳ୍ପା ବହୁ ଦିନ ପରେ ବଲିଉଡ୍‌କୁ ଫେରୁଛନ୍ତି। ୨୦୦୭ରେ ରିଲିଜ୍‌ ହୋଇଥିବା ‘ଅପ୍‌ନେ’ରେ ସେ ଶେଷଥର ଲାଗି ନଜରକୁ ଆସିଥିଲେ। ଏହାପରେ ଛୋଟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଛି। ଏଣୁ ‘ହଙ୍ଗାମା-୨’କୁ ନେଇ ଶିଳ୍ପାଙ୍କ ପ୍ରଶଂସକମାନେ ବହୁତ ଆଶା ରଖିଛନ୍ତି। ପୂର୍ବ ଭାଗ ଭଳି ଏହା ମଧ୍ୟ ଦର୍ଶକଙ୍କୁ ବେଶ୍‌ ହସାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri