ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗିରହିଛି। ଗୃହରେ ଭାଜପା ନେତାମାନଙ୍କୁ ସ୍ମିତାରାଣୀ ମାମଲା ବିଷୟରେ କହିବାର ସୁଯୋଗ ଦିଆଯାଉନାହିଁ। ଏହାକୁ ବିରୋଧ କରି ସୋମବାର ଗୃହକୁ ନ ଯିବା ପାଇଁ ନିଷ୍ପତି ନେଇଛି ଭାଜପା। ଦଳର ନେତାମାନେ ଏହାର ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମକୁ ବିଧାନସଭାରେ କହିବାକୁ ଅନୁମତି ଦିଆଯାଉ ନାହିଁ। ସ୍ମିତାରାଣୀ ମାମଲାରେ ୪ ଅଭିଯୁକ୍ତଙ୍କ ନାଁକୁ ବାଦ୍‌ ଦିଆଯାଇଛି। କାହା ନିର୍ଦ୍ଦେଶରେ ଏଭପରି କରାଯାଇଛି ତାହା ସରକାର ସ୍ପଷ୍ଟ କରନ୍ତୁ। ୩୦୬ ନୁହେଁ, ୩୦୨ ଧାରାରେ ମାମଲା ରୁଜୁ ହେବା ଦରକାର ବୋଲି ପ୍ରଦୀପ୍ତ ଦାବି କରିଛନ୍ତି। ସେପଟେ ଗୃହରେ କଂଗ୍ରେସ ଚାଷୀଙ୍କୁ ଟୋକନ୍‌ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛି। ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ ପର୍ଯ୍ୟନ୍ତ ମୂଲତବୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri