ସ୍ମାର୍ଟସିଟି ଲିମିଟେଡର ୧୪ତମ ବୋର୍ଡ ନିର୍ଦ୍ଦେଶକଙ୍କ ବୈଠକ:ପଛରେ ପଡ଼ିଛି ସ୍ମାର୍ଟସିଟି କାମ

ଭୁବନେଶ୍ୱର, ୩।୧୧(ବ୍ୟୁରୋ)ଗତବର୍ଷ ଭୁବନେଶ୍ୱରରେ ହୋଇଥିବା ଓ୍ବାଲର୍‌ଡକପ୍‌ ହକି ଏବଂ ପରେ ପରେ ବାତ୍ୟା ‘ଫନୀ’ ଓ ସାଧାରଣ ନିର୍ବାଚନ ପାଇଁ ସ୍ମାର୍ଟସିଟି କାମ ପଛେଇଛି। ଏବେ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ବିତ କରାଯାଉଛି ବୋଲି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ୧୪ତମ ବୋର୍ଡ ନିର୍ଦ୍ଦେଶକଙ୍କ ବୈଠକରେ ମତ ପ୍ରକାଶ ପାଇଛି। ଶନିବାର ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ପଛେଇଥିବା କାର୍ଯ୍ୟଗୁଡ଼ିକ ଉପରେ ଆଲୋଚନା ହୋଇଛି।
୨୦୨୦ ଅଗଷ୍ଟ ସୁଦ୍ଧା ସ୍ମାର୍ଟ ସଲ୍ୟୁଶନ୍‌ ପ୍ରୋଜେକ୍ଟ ଏବଂ ୨୦୨୦ ନଭେମ୍ବର ସୁଦ୍ଧା ସ୍ମାର୍ଟ ଜନପଥ କାର୍ଯ୍ୟ ସରିବ ବୋଲି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବୋର୍ଡ ନିକଟରେ ପ୍ରକାଶ କରିଛନ୍ତି। ଏହି ଅବସରରେ ବୋର୍ଡ କର୍ତ୍ତୃପକ୍ଷ ୨୦୧୮-୧୯ରେ ହୋଇଥିବା ଆର୍ଥିକ ଖର୍ଚ୍ଚକୁ ଅନୁମୋଦନ କରିଛନ୍ତି। ବୈଠକରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ. ମୀନା, ବିଦ୍ୟୁତ୍‌ ବିଭାଗ ସମ୍ପାଦକ ବିଷ୍ଣୁପଦ ସେଠୀ, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଓ ରାଜ୍ୟ ସରକାରଙ୍କ ସ୍ମାର୍ଟସିଟି ମିଶନ ନିର୍ଦ୍ଦେଶକ ପ୍ରେମ କୁମାର ଝା, ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri