ସ୍ମାର୍ଟ ସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ ଜାଣିବା ପାଇଁ ସ୍ମାର୍ଟ ସିଟି ମିଶନ ପକ୍ଷରୁ ନୂଆ ଆପ୍‌ କାର୍ଯ୍ୟକାରୀ କରାଯିବ।  ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଥମେ ଏହି ଆପ୍ଲିକେଶନ (ଆପ୍‌)କୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯିବ। ପ୍ରସ୍ତୁତିରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟ୍‌ଫର୍ମ ବିଶେଷକରି ବାହାରର ଅତିଥି ବା ସହରର ନାଗରିକଙ୍କ ପାଇଁ ବେଶ୍‌ ସହାୟକ ହେବ। ଉକ୍ତ ସ୍ଥାନର ଅବସ୍ଥିତି, ରୁଟ୍‌ ମ୍ୟାପ୍‌, ରହିଥିବା ସୁବିଧାସୁଯୋଗ ଓ ସୁରକ୍ଷା ଆଦି ବିଭିନ୍ନ ବ୍ୟବସ୍ଥା ସଂକ୍ରାନ୍ତରେ ସୂଚନା ଦେବ। ଏହି ଆପ୍‌ ଜରିଆରେ ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନଗୁଡ଼ିକର ଜାତୀୟ ରେଟିଂ କରାଯିବ।
ଏହି ପରିପ୍ରେକ୍ଷୀରେ ସ୍ମାର୍ଟ ସିଟି ଫେଲୋ ଶୁଭାଶ୍ବେତୀ ସିହ୍ନା, ମାନସୀ ନାଇଡୁ ଓ କୀର୍ତ୍ତି କାୱାଲେ ଏବେ ଭୁବନେଶ୍ୱର ଆସି ଏ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ସେମାନେ କହିଛନ୍ତି, ଏହାଦ୍ବାରା ସମସ୍ତ ସ୍ମାର୍ଟ ସିଟି ମିଶନ ଅଧିନ ସହରରେ ଥିବା ପାର୍କ ଓ  ସର୍ବସାଧାରଣ ସ୍ଥାନଗୁଡ଼ିକର ଏକ ଜାତୀୟ ମାନ ନିର୍ଦ୍ଧାରଣ ପାଇଁ ବାଟ ଫିଟିବ। ସବୁଠାରୁ ଉପଯୋଗୀ ପଦକ୍ଷେପ ସ୍ବରୂପ ନାଗରିକଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇ ଏହି ଆପ୍‌ ତିଆରି ହେବ। ବ୍ୟବହାରକାରୀଙ୍କ ଦ୍ୱାରା ଦିଆଯାଉଥିବା ମତାମତ ଓ ସମସ୍ତ ଅପ୍‌ଡେଟ୍‌ ଆପ୍‌ର ମୁଖ୍ୟ ପେଜ୍‌ରେ ପ୍ରଦର୍ଶିତ କରାଯିବ। ଯଦି ଲୋକେ ଗୋଟିଏ ପାର୍କ ବା ସର୍ବସାଧାରଣ ସ୍ଥାନକୁ ୧୦ରୁ ୬.୫ ନମ୍ବର ଦେଲେ ତେବେ  ଆହୁରି ଉନ୍ନତୀକରଣ ଦିଗରେ କାର୍ଯ୍ୟ କରାଯିବ। ୮.୫ କିମ୍ବା ୯ ନମ୍ବର ରହିଲେ ତା’ହେଲେ ଉକ୍ତ ସ୍ଥାନର ସ୍ଥିତି ସେମାନଙ୍କୁ ସନ୍ତୋଷଜନକ ବୋଲି ଜଣାପଡିବ। ଏହି ଅନୁସାରେ ଜାତୀୟ ମାନ ନିର୍ଦ୍ଧାରଣ କରାଯିବ ବୋଲି ସ୍ମାର୍ଟସିଟି ଫେଲୋମାନେ ସୂଚନା ଦେଇଛନ୍ତି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନ୍ତର୍ଗତ ସ୍ମାର୍ଟ ସିଟି ମିଶନ ଅଧୀନରେ ବିଶିଷ୍ଟ ନଗର ଉନ୍ନୟନ ବିଶାରଦ ପ୍ରଫେସର କେ.ଟି. ରବୀନ୍ଦ୍ରନ୍‌ଙ୍କ ତତ୍ତ୍ୱାବଧାନରେ ସ୍ମାର୍ଟ ସିଟି ଫେଲୋମାନେ କାର୍ଯ୍ୟକରୁଛନ୍ତି। ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ଏହି ଫେଲୋମାନେ ଭାରତର ସମସ୍ତ ସ୍ମାର୍ଟସିଟିକୁ ଗସ୍ତ କରି ଅଭିଜ୍ଞତା ଓ ତଥ୍ୟ ସଂଗ୍ରହ କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

ଆଜି ରାତିରେ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ କି? ଟ୍ରମ୍ପଙ୍କ ବଡ଼ ଚେତାବନୀ

ଓ୍ବାଶିଂଟନ,୧୧।୬: ଆମେରିକା ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ରାତି, ଜୁନ ୧୧ରେ…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri