Posted inଫୁରସତ

ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ବର୍ତ୍ତମାନ ଜିମ୍‌ରେ ଏକ୍ସରସାଇଜ୍‌ କରିବା ଅଧିକାଂଶ ଯୁବତୀ ଯୁବକଙ୍କ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି। ହେଲେ ଘର ପାଖରେ ଜିମ୍‌ ନ ଥିବାରୁ ହେଉ ଅବା ଅଧିକ ଟଙ୍କା ଖର୍ଚ୍ଚ ଭଳି ବିଭିନ୍ନ କାରଣରୁ ଅନେକେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଯଦି ଆପଣ ବି ଏଥିପାଇଁ ଦୁଃଖିତ, ତେବେ କିଛି ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍‌ ରଖି ନିଜେ ମଧ୍ୟ ଘରେ ଏକ୍ସରସାଇଜ୍‌ କରି ନିଜକୁ ଫିଟ୍‌ ରଖିପାରିବେ…
ଫିଟ୍‌ନେସ୍‌ ଟ୍ରାକର ବ୍ୟାଣ୍ଡ୍‌ କିମ୍ବା ସ୍ମାର୍ଟ ଓ୍ବାଚ୍‌: ଏହା ବର୍ତ୍ତମାନ ଏକ୍ସରସାଇଜ୍‌ କରୁଥିବା ପ୍ରାୟ ଅଧିକାଂଶଙ୍କ ଲାଗି ଏକ ଅତ୍ୟାବଶ୍ୟକ ଗ୍ୟାଜେଟ୍‌ ପାଲଟି ଗଲାଣି। ଏହାଦ୍ୱାରା ଦିନକୁ କେତେ ଚାଲିଲେ, କେତେ କ୍ୟାଲୋରି ବର୍ନ କଲେ, ହାର୍ଟବିଟ୍‌ ଇତ୍ୟାଦି ସୂଚନା ପାଇପାରିବେ। ଏଥିରେ ୩୦୦ରୁ ଅଧିକ ଗୀତ ଷ୍ଟୋର କରି ରଖିପାରିବେ। ଏହାକୁ ଜିପିଏସ୍‌ ସହ କନେକ୍ଟ କରି ନିଜର ଲୋକେଶନ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ଜାଣିପାରିବେ।
ଯୋଗ ମ୍ୟାଟ୍‌: ବର୍ତ୍ତମାନ ମାର୍କେଟ୍‌ରେ ସଫ୍ଟ ମ୍ୟାଟେରିଆଲ୍‌ରେ ପ୍ରସ୍ତୁତ ଯୋଗ ମ୍ୟାଟ୍‌ ମିଳୁଛି। ଯାହା ଉପରେ ବସି କିମ୍ବା ଶୋଇ ଯୋଗ କଲେ କହୁଣି, ଆଣ୍ଠୁ ଆଦିରେ ଆଦୌ ଚାପ ପଡୁନାହିଁ। ଏହା ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ଏବଂ ରୋଲ୍‌ କରି କ୍ୟାରି କରିବା ବି ଖୁବ୍‌ ସହଜ ହେଉଥିବାରୁ ଅନେକେ ଏହା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ମିଳୁଥିବା ସ୍ମାର୍ଟ ଯୋଗ ମ୍ୟାଟ୍‌ରେ ମୋବାଇଲ୍‌ ଫୋନ୍‌ ସହ ବ୍ଳୁଟୁଥ୍‌ କନେକ୍ଟ ହେବାର ସ୍ପେଶାଲ୍‌ ଫିଚର ଫିଟ୍‌ନେସ୍‌ ମନିଟର କରିବାରେ ବେଶ୍‌ ସାହାଯ୍ୟ କରୁଛି।
ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌: ଏକ୍ସରସାଇଜ୍‌ ସମୟରେ ଶରୀରର ଜଳୀୟାଂଶ ଠିକ୍‌ ରହୁଛି ନା ନାହିଁ ଜାଣିବା ଲାଗି ବର୍ତ୍ତମାନ ଅନେକେ ବ୍ୟବହାର କରୁଛନ୍ତି ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌। ଏହା ଶରୀରକୁ କେବେ ଏବଂ କେତେ ମାତ୍ରାରେ ପାଣି ଆବଶ୍ୟକ ସୂଚାଇ ଦେବାରେ ସାହାଯ୍ୟ କରିଥାଏ।
ବୋଫ୍ଲେକ୍ସ ଡମ୍‌ବେଲ୍‌: ଏହି ଡମ୍‌ବେଲ୍‌ ମଧ୍ୟ ଫୋନ୍‌ ସହ ବ୍ଲୁଟୁଥ୍‌ରେ କନେକ୍ଟ ହୋଇପାରୁଛି, ଯାହାକି ଫିଟ୍‌ନେସ୍‌ ଟ୍ରାକ୍‌ କରି ମୋବାଇଲ୍‌କୁ ଡାଟା ପଠାଇଥାଏ। ଏଥିରେ ୫ ପାଉଣ୍ଡରୁ ୬୦ ପାଉଣ୍ଡ ପର୍ଯ୍ୟନ୍ତ ଓଜନର ରିଙ୍ଗ୍‌ ଲାଗିଛି, ଯାହାକୁ ନିଜର ଆବଶ୍ୟକତା ଅନୁଯାୟୀ ଆଡ୍‌ଜଷ୍ଟ କରାଯାଇପାରୁଛି। ତେଣୁ ଏହି ସ୍ମାର୍ଟ ଡମ୍‌ବେଲ୍‌ ବ୍ୟବହାର କରିବା ଦ୍ୱାରା ଓଜନ ଅନୁଯାୟୀ ପୂର୍ବଭଳି ଆଉ ଅଧିକ ଡମ୍‌ବେଲ୍‌ ରଖିବା ଆବଶ୍ୟକ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri