ସ୍ବୟଂସମ୍ପୂର୍ଣ୍ଣା

ମାଟି ସହ ମାଟି ହୋଇପାରେ ବୋଲି ସେ ମା’। ପରିବାର ପ୍ରତିପୋଷଣ ପାଇଁ ସେ ଆପଣେଇ ନେଇଛି ମୃତ୍ତିକା କଳାକୁ। ଗୋଟିଏପଟେ ପରିବାର ଆଉ ଅନ୍ୟପଟେ ବ୍ୟବସାୟ କରି ନିଜକୁ ସ୍ବୟଂସମ୍ପୂର୍ଣ୍ଣ କରିପାରିଛି। ମାଟିରେ ପାରମ୍ପରିକ ଆଉ ଆଧୁନିକ ଡିଜାଇନ୍‌ର ବିଭିନ୍ନ ସାମଗ୍ରୀ ତିଆରି କରି ବ୍ୟବସାୟ କରିବା ସହିତ ସୃଷ୍ଟି କରିପାରିଛି ନିଜର ସ୍ବତନ୍ତ୍ର ପରିଚୟ…

ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ସଳିତା ହୋଇ ଜଳିବାକୁ ନିଜ ସୌଭାଗ୍ୟ ମନେକରେ ନାରୀଟିଏ। ସେଥିପାଇଁ ତ ଅନେକେ ଏବେ ପେଟପାଟଣା ପାଇଁ ଘରୁ ଗୋଡ଼ କାଢ଼ିଛନ୍ତି। ମୃତ୍ତିକା କଳା ମାଧ୍ୟମରେ ନିଜ ସାମର୍ଥ୍ୟକୁ ପ୍ରମାଣ କରିଛନ୍ତି ଏମିତି ଅନେକ।
ବିବାହ ପରେ ବୃତ୍ତି: ତାଙ୍କ ହାତର ସ୍ପର୍ଶରେ ମାଟି ବି କଥାକହେ। କେବେ ସୁନ୍ଦର ଖେଳନାଟିଏ ହୋଇ ତ କେବେ ପୁଣି ରୋଷେଇ ଘରର ବିଭିନ୍ନ ଆସବାବପତ୍ର ଆଉ କେବେ ପୂଜାଘରର ବିଭିନ୍ନ ଜିନିଷ ବି ସେ ବେଶ୍‌ ସୁନ୍ଦରଭାବେ ତିଆରି କରିପାରନ୍ତି। ଏମିତି ଏକ ବୃତ୍ତିକୁ ଆପଣାଇ ଏବେ ବେଶ୍‌ ଭଲ ରୋଜଗାର କରି ପାରୁଛନ୍ତି ବଲାଙ୍ଗୀରର ପୁଷ୍ପା ରଣା। ପାଟଣାଗଡ଼ ବ୍ଲକର ଗେର୍‌ଡା ଗାଁରେ ରହନ୍ତି ପୁଷ୍ପା। କିନ୍ତୁ ରାଜ୍ୟର ବିଭିନ୍ନ ଜିଲାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ନିଜ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରି କରିଥାନ୍ତି। ବିଭିନ୍ନ ଡିଜାଇନ୍‌ ମାଟିଦୀପ ସହିତ ମାଟି ହାଣ୍ଡି, ମାଟିର କପ୍‌, ପ୍ଲେଟ୍‌ ଓ ଘରସଜ୍ଜା ସାମଗ୍ରୀ ଏମିତି କେତେ କ’ଣ ଅତି ସୁନ୍ଦର ଡିଜାଇନ୍‌ରେ ସେ ତିଆରି କରିଥା’ନ୍ତି। ସେଥିପାଇଁ ତ ତାଙ୍କ ହସ୍ତଶିଳ୍ପର ବେଶ୍‌ ଆଦର ରହିଛି। ଆଉ ଏସବୁ ମାଧ୍ୟମରେ ସେ ଭଲ ରୋଜଗାର କରି ଆତ୍ମସନ୍ତୋଷ ପାଇ ପାରୁଛନ୍ତି।
ପରେ ପୁଷ୍ପା ଏଇ କାମ ଆରମ୍ଭ କରିଥିଲେ। ପ୍ରଥମେ କେବଳ ମାଟିଦୀପ ଓ ହାଣ୍ଡି ତିଆରି କରୁଥିଲେ। କିନ୍ତୁ ମାଟିର ବିଭିନ୍ନ ହସ୍ତଶିଳ୍ପ ପାଇଁ ଗାଁରେ ତାଲିମ ଦିଆଯାଉଛି ଜାଣିବା ପରେ ସେ ତାଲିମ ନେଇଥିଲେ। ଏହାପରେ ତାଲିମ ନେଇ ଏବେ ମାଟିରେ ସବୁ କିଛି ଗଢି ପାରୁଛନ୍ତି। ଏହି ପେସାକୁ ଏବେ ସେ ଲାଭଜନକ ମାଧ୍ୟମ କରି ପାରିଛନ୍ତି। ଏବେ ତାଙ୍କ ପରିବାରର ସମସ୍ତେ ଏହି ବୃତ୍ତିକୁ ଆପଣାଇ ନେଇଛନ୍ତି। ପିଲାମାନେ ପାଠ ପଢୁଛନ୍ତି, ସେମାନେ ବି ଫୁର୍‌ସତରେ କେବେ କେବେ ଖୁସିରେ ଏହି କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏମିତି ଏକ ବୃତ୍ତିକୁ ଆପଣାଇ ପୁଷ୍ପା ଏବେ ତାଙ୍କ ପରିବାର ପାଇଁ ପାଲଟିଛନ୍ତି ଆଲୋକବର୍ତ୍ତିକା।
-ପୁଷ୍ପା ରଣା, ବଲାଙ୍ଗୀର
ସବୁବେଳେ ତିଆରି କରନ୍ତି: ମାଟିକୁ ନୂଆ ନୂଆ ରୂପ ଦେଇ ସଜେଇବାରେ ସେ ଯେମିତି ମଗ୍ନ ହେଇଯାନ୍ତି। ସେଥିପାଇଁ ତ ମାଟିରେ ବି ସେ ଭରି ଦିଅନ୍ତି ପ୍ରାଣ। ମାଟିରେ ଏମିତି ଜୀବନ୍ତ କଳାକୁ ରୂପ ଦେଇ ରୋଜଗାରକ୍ଷମ ହୋଇ ପାରିଛନ୍ତି କେନ୍ଦ୍ରାପଡ଼ାର ନିରୁପମା ବେହେରା। ପଟ୍ଟାମୁଣ୍ଡାଇ ବ୍ଲକର ଓଉପଦାରେ ତାଙ୍କ ଘର। କୌଳିକ ବୃତ୍ତିକୁ ଆପଣାଇ ସେ ମାଟିରେ ହାଣ୍ଡି ମାଠିଆ ଗଢିବା କାମ ଶିଖି ପାରିଥିଲେ। କିନ୍ତୁ ମାଟିରେ ବି ସୁନ୍ଦର କଳା ରୂପ ନେଇପାରେ ଏକଥା ସେ ଜାଣିପାରିଲେ ଯେତେବେଳେ ସେ ଟ୍ରେନିଂ ନେଇଥିଲେ। ଆଉ ଟ୍ରେନିଂ ସରିବାପରେ ୨୦୦୬ ମସିହାରୁ ସେ ଏହି କାମ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
ଏବେ ଦୀପାବଳି ସମୟରେ ସୁନ୍ଦର ଡିଜାଇନ୍‌ ଦୀପ ସାଙ୍ଗକୁ ଫୁଲଦାନି, ଖେଳନା ଆଉ ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ ସବୁ ତିଆରି କରୁଛନ୍ତି। ତାଙ୍କ ହାତତିଆରି ଏସବୁ ମାଟି ଜିନିଷର ଚାହିଦା ଏବେ ଢେର୍‌ ବୃଦ୍ଧି ପାଇଛି। ସେଥିପାଇଁ ତ ସ୍ବାମୀଙ୍କ ସହ ମିଶି ସେ ଏହି କଳାକୁ ଆପଣାଇ ନେଇଛନ୍ତି। ବର୍ଷତମାମ ତ ସେ ମାଟିର ବିଭିନ୍ନ ଜିନିଷ ତିଆରି କରିଥାନ୍ତି। ଆଉ କେବେ ରାଜ୍ୟର ବିଭିନ୍ନ ପ୍ରଦର୍ଶନୀରେ ନିଜ ସାମଗ୍ରୀ ବିକ୍ରି କରନ୍ତି ତ କେବେ ପାଖ ଗାଁରେ ମଧ୍ୟ ବିକ୍ରି କରିବାର ସୁଯୋଗ ପାଇଥାନ୍ତି। ଅନେକ ସମୟରେ ବ୍ୟବସାୟୀମାନେ ବରାଦ ଦେଇ ତାଙ୍କ ଘରକୁ ଆସି ବିଭିନ୍ନ ସାମଗ୍ରୀ କିଣି ନେଇଥାନ୍ତି। ନିରୁପମାଙ୍କ କହିବା ଅନୁସାରେ ବିକ୍ରି କରିବା ପାଇଁ ସେ କେବେ ଚିନ୍ତା କରନ୍ତି ନାହିଁ କିନ୍ତୁ ବର୍ଷର ସବୁ ସମୟରେ ସେ ମାଟିର ବିଭିନ୍ନ ଜିନିଷ ତିଆରି କରୁଥାନ୍ତି। ସମୟ ଆସିଲେ ସବୁ ବିକ୍ରି ହୋଇଯାଏ।
-ନିରୁପମା ବେହେରା, କେନ୍ଦ୍ରାପଡ଼ା
ରୋଜଗାରକ୍ଷମ ହୋଇଛି
ବୋଲି ଖୁସି ଲାଗୁଛି: ନିଜେ ରୋଜଗାର କରି ପରିବାରକୁ ସାହାଯ୍ୟ କରିପାରିଲେ ପ୍ରତ୍ୟେକ ନାରୀ ବହୁତ ଖୁସି ହୋଇଥାନ୍ତି। ଠିକ୍‌ ଏମିତି ଅନୁଭବ କରି ଏବେ ବେଶ୍‌ ଆତ୍ମସନ୍ତୋଷ ପାଇଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ପାର୍ବତୀ ବେହେରା। ସୁଦୂର ମଫସଲ ଗାଁର ଏହି ମହିଳା ଏବେ ଜଣେ ସଫଳ ବ୍ୟବସାୟୀ। ମୃତ୍ତିକା କଳାକୁ ଆପଣାଇ ସ୍ଥାନୀୟ ଅଞ୍ଚଳରେ ସେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ।
ଭଳିକି ଭଳି ସାମଗ୍ରୀ ତିଆରି କରି ସେ ଏବେ ଗାଁ ବାହାରେ ବି ବିକ୍ରି କରି ପାରୁଛନ୍ତି। ଦୀପାବଳି ଆସିଲେ ସୁନ୍ଦର ଡିଜାଇନ୍‌ରେ ସେ ତିଆରି କରନ୍ତି ମାଟି ଦୀପ। ଆଉ ତା’ ସାଙ୍ଗକୁ ଘର ସଜ୍ଜା ପାଇଁ ଫୁଲଦାନିଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନରେ ରଙ୍ଗିନ ଆସବାବପତ୍ର ବି ତିଆରି କରୁଛନ୍ତି। ଲୋକଙ୍କ ଚାହିଦା ମୁତାବକ ସବୁ ପ୍ରକାରର ଜିନିଷ ସେ ମାଟିରେ ତିଆରି କରିପାରୁଛନ୍ତି। ତାଙ୍କ କହିବା ଅନୁସାରେ ଏବେ ଲୋକେ ଧୀରେ ଧୀରେ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବାରୁ ମାଟିର ହାଣ୍ଡି, ମାଠିଆ, କପ୍‌ ପ୍ଲେଟ ଆଦି ବିଭିନ୍ନ ଜିନିଷ ଅଧିକ କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ବୃତ୍ତିକୁ ଆପଣାଇ ଏବେ ସେ ପରିବାର ଚଳାଇବାରେ ପ୍ରମୁଖ ଭୂମିକା ନେଇ ପାରିଛନ୍ତି।
ପାର୍ବତୀ ବେହେରା, ଯାଜପୁର
ତାଲିମ ନେବା ପରେ ଭଲ ବ୍ୟବସାୟ: କୌଳିକ ବୃତ୍ତିରୁ କିଛି କାମ ଶିଖିଥିଲେ ଆଉ କିଛି ଶିଖିଲେ ତାଲିମ ନେବାପରେ। ଏବେ ସେ ମୃତ୍ତିକା କଳାର ଜଣେ ସ୍ବତନ୍ତ୍ର କାରିଗର। ଏମିତି ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ନୟାଗଡ଼ର ପଦ୍ମାବତୀ ମୁଦୁଲି। ନୟାଗଡ଼ ରଣପୁରର ଗଉଡିଆପଡ଼ାରେ ତାଙ୍କ ଘର।
ସେ କେବଳ ହାଣ୍ଡି, ମାଠିଆ ଓ ଦୀପ ତିଆରି କରୁଥିଲେ। କିନ୍ତୁ ଗାଁରେ ଟ୍ରେନିଂ ନେବାପରେ ସେ ମାଟିରୁ ବିଭିନ୍ନ ଡିଜାଇନ୍‌ ଆସବାବପତ୍ର ତିଆରି ଶିଖିଥିଲେ। ବିବାହ ପରେ ବି ସେ ଏସବୁ କାମ କରି ବେଶ୍‌ ଭଲ ରୋଜଗାର କରି ପାରୁଛନ୍ତି। ପଦ୍ମାବତୀ କୁହନ୍ତି, ଏବେ ସେ ଗାଁରେ ବି ମାଟିର ସୁନ୍ଦର ଡିଜାଇନ୍‌ ଜିନିଷ ସବୁ ତିଆରି କରି ବିକ୍ରି କରିବାର ସୁଯୋଗ ପାଉଛନ୍ତି। ଅନେକ ସମୟରେ ବ୍ୟବସାୟୀମାନେ ତାଙ୍କ ପାଖରୁ ବରାଦ କରି ବିଭିନ୍ନ ସାମଗ୍ରୀ କିଣି ନେଇଥାନ୍ତି। କେବେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ କେବେ ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରଦର୍ଶନୀ ଓ ମେଳାରେ ନିଜ ସାମଗ୍ରୀକୁ ବିକ୍ରି କରିପାରୁଛନ୍ତି।
-ପଦ୍ମାବତୀ ମୁଦୁଲି, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri