ସ୍ବାସ୍ଥ୍ୟ ସେବା ସ୍ଥିତି ପରଖିଲେ ବିଧାନସଭା ଷ୍ଟାଣ୍ଡିଂ କମିଟି

ରାଇରଙ୍ଗପୁର/ବିଶୋଇ,୮ା୧୧(ଡି.ଏନ୍‌.ଏ.): ବିଧାନସଭା ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଗୁରୁବାର ରାଇରଙ୍ଗପୁର ଓ ବିଶୋଇ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ମୋରଡ଼ା ବିଧାୟକ ରାଜକିଶୋର ଦାସ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିଥିଲେ।
ଏହି କମିଟି ରାଇରଙ୍ଗପୁରର ବିଭିନ୍ନ ଡାକ୍ତରଖାନା ଯାଇ ମହିଳା, ଶିଶୁ ଓ ପ୍ରସୂତି ବିଭାଗ ସହ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ସ୍ଥାନୀୟ ହସ୍ପିଟାଲର ଜଳଯୋଗାଣ ସହ ବିଭିନ୍ନ ସମସ୍ୟା ଉପରେ ସିଡିଏମ୍‌ଓ ଡା. ଛତିଶ ଚନ୍ଦ୍ର ମହାନ୍ତି ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଧର୍ମନନ୍ଦ ବେହେରା ଉପସ୍ଥିତଥିଲେ। ବାରିପଦାରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଷ୍ଟାଣ୍ଡିଂ କମିଟି ହଠାତ ୪୯ ନଂ. ଜାତୀୟ ରାଜପଥ ନିକଟବର୍ତ୍ତୀ ବିଶୋଇ ପ୍ରାଥମିକ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। କମିଟିର ଏହି ଗସ୍ତ ସମୟରେ ଜିଲା ପରିଷଦ ସଦସ୍ୟ ଗୁରୁବା ମୁର୍ମୁ, ନାରାୟଣ ମହାପାତ୍ର, ସୁବାଷ ପାତ୍ର, ସୁଶାନ୍ତ ମହାନ୍ତି, ରଞ୍ଜନ କବାଟ, ସୁଶୀଲ ମାହାନ୍ତି, ଅଭିଜିତ ମାହାନ୍ତି, ଆଶିଷ ସେଠୀ,ଆନନ୍ଦ କୁମାର ରାମ,ସୁରେନ୍ଦ୍ର ବେହେରା, ସୁଜିତ ସେଠୀ, ଅନିଲ ମାହାନ୍ତି ,ସୁନ୍ଦର ମୋହନ ମାଝୀ,ଜିତେନ ବେହେରା ପ୍ରମୁଖ ଉପସ୍ଥିତ ରହି ବିଶୋଇ ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ,ରୋଗୀ ଶଯ୍ୟା ସଂଖ୍ୟା ବୃଦ୍ଧି,ଫ୍ୟାନ,ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଭିତ୍ତିଭୂମୀର ଉନ୍ନତିକରଣ ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri