ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ଅଫିସ,୨୫ା୩:  ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ମଙ୍ଗଳବାର ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ମରଶରୀରକୁ ମାର୍କଣ୍ଡେଶ୍ୱର ସାହି ଯମୁନା ଲେନ୍‌ସ୍ଥିତ ବାସଭବନକୁ ଅଣାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କ ମରଶରୀରରେ ଜାତୀୟ ପତାକା ରଖାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ବର୍ଗଦ୍ୱାରରେ ମୃତଦେହ ସଂସ୍କାର ସମ୍ପନ୍ନ ହୋଇଥିଲା। ବଡଝିଅ ଜ୍ୟୋତ୍ସ୍ନା ନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ୱାରରେ ଉପଜିଲାପାଳ ଭବତାରଣ ସାହୁ, ତହସିଲଦାର ଆଶିଷ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ସ୍ବର୍ଗତ ନାୟକ ୧୯୨୧ରେ ବ୍ରହ୍ମଗିରି ବ୍ଲକର କାଣ୍ଡଗୋଦାଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରୁ ସେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୪୨ ମସିହାରେ ରେଭେନ୍ସା କଲେଜରେ ପଢୁଥିବାବେଳେ ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ କଟକ ମେଡିକାଲ ହତା ଦେଇ ଯାଉଥିବା ଛାତ୍ର ଶୋଭାଯାତ୍ରାର ପୁରୋଭାଗରେ ରହି ପୋଲିସ ଲାଠିମାଡ଼ରେ ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ କଲେଜରୁ ବହିଷ୍କୃତ ହେବାକୁ ପଡ଼ିିଥିଲା। ୧୯୪୨ରୁ ୧୯୪୫ ମସିହା ଯାଏ ଅଟକ ବନ୍ଦୀ ଭାବେ ସେ ପୁରୀ ଏବଂ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ମଧ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଟ୍ରେନ୍‌ରେ ନିଆଁ ଲାଗିଯିବା ଗୁଜବ ପରେ ଚଳନ୍ତା ଗାଡ଼ିରୁ ଡେଇଁଲେ ଯାତ୍ରୀ! ଏହି ସମୟରେ ପିଟିଦେଲା ଅନ୍ୟ ଏକ ଟ୍ରେନ, ୪ମୃତ

ଭୋପାଳ,୧୪।୬: ମଧ୍ୟପ୍ରଦେଶର ମୋରେନାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ ଶୁଣି ଯାତ୍ରୀମାନେ ଟ୍ରେନରୁ ଡେଇଁ ପଡ଼ିଥିଲେ…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri