ସ୍ବଳ୍ପ ମୂଲ୍ୟର ଭେଣ୍ଟିଲେଟର ତିଆରି କଲା ସିଟିଟିସି

ଭୁବନେଶ୍ୱର(ବ୍ୟୁରୋ), ୨୧ା୪: କୋଭିଡ୍‌-୧୯ର ମୁକାବିଲା ଲାଗି ସହଯୋଗର ହାତ ବଢ଼ାଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର (ସିଟିଟିସି)। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଭେଣ୍ଟିଲେଟରର ଆବଶ୍ୟକତା ସର୍ବାଧିକ ରହିଥିବାବେଳେ ଦେଶ ଓ ରାଜ୍ୟରେ ଏହାର ଅଭାବ ଦେଖାଦେଇଛି। ଏହି ସମସ୍ୟା ଦୂର ପାଇଁ ସିଟିଟିସି ଭୁବନେଶ୍ୱର ପକ୍ଷରୁ ଏକ ଭିନ୍ନ ଧରଣର ଆମ୍ବୁବ୍ୟାଗ୍‌ ଭେଣ୍ଟିଲେଟର ବିକଶିତ କରାଯାଇଛି। ଏହି ଭେଣ୍ଟିଲେଟର ୧/୧ – ୧/୪ ଆଇ/ଇ ରେସିଓ ଏବଂ ୨୦୦ରୁ ୮୦୦ ମିଲିଲିଟର ଟାଇଡାଲ ଭଲ୍ୟୁମରେ ୮ରୁ ୪୦ ରେସ୍ପିରେଟୋରି ରେଟ୍‌ କ୍ଷମତାସମ୍ପନ୍ନ ବୋଲି କୁହାଯାଇଛି। ଏମ୍‌ଆଇଟି ଇ- ଭେଣ୍ଟ୍‌ ଓପନସୋର୍ସଠାରୁ ପ୍ରେରିତ ହୋଇ ଏହି ଭେଣ୍ଟିଲେଟର ନିର୍ମାଣ କରାଯାଇଥିଲେ ମଧ୍ୟ ଏହାକୁ ସ୍ବଳ୍ପ ମୂଲ୍ୟଯୁକ୍ତ କରିବାକୁ ଏଥିରେ ପାରମ୍ପରିକ ଉପକରଣ ଖଞ୍ଜାଯାଇଛି। ସିଟିଟିସିର ଏକ ସ୍ବତନ୍ତ୍ର ଟିମ୍‌ ସହ ଉଡିଏଟ୍‌ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ମିଳିତଭାବେ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଟିଲେଟର ଖୁବ୍‌ଶୀଘ୍ର ଉପଲବ୍ଧ ହେବା ସହ ବଜାର ଦାମ୍‌ ମାତ୍ର ୩୦ ହଜାର ଟଙ୍କା ରହିବ, ଯାହାକି ଅନ୍ୟ ଭେଣ୍ଟିଲେଟର ଦାମ୍‌ ତୁଳନାରେ ଅପେକ୍ଷାକୃତ କମ୍‌। ଏହାସହ ନିର୍ମାତା ଏହାର ମେଣ୍ଟେନାନ୍ସ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିବେ। ଆଗାମୀ ଦିନରେ ଏହି ଭେଣ୍ଟିଲେଟରକୁ କିଭଳି ଅଧିକ ଉନ୍ନତ କରିହେବ ତାହା ଉପରେ ଟିମ୍‌ ଏବେ ଗୁରୁତ୍ୱ ଦେଉଥିବାବେଳେ ଏଥିରେ ମଲ୍ଟିପୁଲ୍‌ ବ୍ୟାଗ୍‌ ବ୍ୟବସ୍ଥା ରଖିବା ଉପରେ ଗବେଷଣା ଜାରି ରହିଛି। ଫଳରେ ଏକାସଙ୍ଗେ ଅଧିକ ରୋଗୀଙ୍କୁ ଏହି ଭେଣ୍ଟିଲେଟର ସେବା ଯୋଗାଇ ପାରିବ ବୋଲି ସିଟିଟିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri