ସ୍ବତନ୍ତ୍ର ପରିଚୟ ଦେଇଛି ଲିଚୁ, ଆମ୍ବ ଚାଷ

ଦାରିଙ୍ଗବାଡି,୫।୬(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳକୁ ଏବେ ଲିଚୁ ଏବଂ ଆମ୍ବ ଚାଷ ସ୍ବତନ୍ତ୍ର ପରିଚୟ ଦେଇଛି। ଦାରିଙ୍ଗବାଡିର ଲିଚୁ ଏବଂ ଆମ୍ବର ଚାହିଦା ଜିଲା ତଥା ଜିଲା ବାହାରେ ରହିଛି। ଜୈବିକ ପଦ୍ଧତିରେ ଏହି ଚାଷ କରାଯାଉଥିବାରୁ ଏହାର ଚାହିଦା ବଢୁଛି। ସରକାରଙ୍କ ପକ୍ଷରୁ ଉଦ୍ୟାନ ଭିତ୍ତିକ ଚାଷକୁ ଅଞ୍ଚଳରେ ଗୁରୁତ୍ୱ ଦିଆଗଲା। ଏଥିପାଇଁ କୃଷକମାନଙ୍କୁ ତାଲିମ ସହ ଚାରା ଉତ୍ପାଦନ, ଜୈବିକ ପଦ୍ଧତିରେ ଚାଷପ୍ରଣାଳୀ ଶିକ୍ଷା ଦିଆଗଲା। ପନିପରିବା ଚାଷକୁ ପ୍ରଥମେ ଗୁରୁତ୍ୱ ଦିଆଯାଇ ବନ୍ଧା, ଫୁଲ କୋବି, ବିନ୍‌, ଭେଣ୍ଡି, ଜହ୍ନି, ପୋଟଳ ଆଦି ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଥିଲା। ପରେ ଉଦ୍ୟାନ ଭିତ୍ତିକ ଚାଷପ୍ରତି ଆଗ୍ରହ ବୃଦ୍ଧି ପାଇବାରୁ ଆମ୍ବ ଓ ପରେ ଲିଚୁ ଚାଷକୁ ଗୁରୁତ୍ୱ ଦିଆଗଲା। ଏଥିପାଇଁ ଚାଷୀଙ୍କୁ ଆମ୍ବ ବଗିଚା କରିବାକୁ ତାରବାଡ ସହ ଚାରା ଯୋଗାଇ ଦିଆଗଲା। ଏହାର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସାର, ଏବଂ ଅର୍ଥ ମଧ୍ୟ ଯୋଗାଇଦିଆଗଲା। ଅନେକ ଚାଷୀ ଆମ୍ବଚାଷ କରି ଲାଭବାନ ହେଲେ। ୨୦୧୦ରେ ପରୀକ୍ଷାମୂଳକ ଭାବେ ନାବାର୍ଡର ଆର୍ଥିକ ସହାୟତା ସହ ସ୍ଥାନୀୟ ଜାଗୃତି ସହଯୋଗରେ ଲିଚୁ ଚାଷ ପାଇଁ ଚାରା ଯୋଗାଇ ଦିଆଯାଇଥିଲା। ବ୍ଲକର ଦନେକବାଡି ପଞ୍ଚାୟତର ୨୦ ଚାଷୀଙ୍କୁ ୧୨ଟି ଲେଖାଏ ଲିଚୁ ଚାରା ଯୋଗାଇଦିଆଯାଇଥିଲା। ତେବେ ଗତ ୨ବର୍ଷ ହେଲା ଫଳ ଧରିବା ଆରମ୍ଭ କରିଥିବାବେଳେ ଚଳିତ ବର୍ଷ ଭଲ ଫଳ ଧରିଛି। ଦାରିଙ୍ଗବାଡି ଜଳବାୟୁରେ ଲିଚୁ ଚାଷ ସଫଳ ହେଉଥିବାରୁ ଚାଷୀ ଏବେ ଲିଚୁ ଓ ଆମ୍ବ ଚାଷ ପ୍ରତି ମନ ବଳାଉଛନ୍ତ। ଦାରିଙ୍ଗବାଡି ଉଦ୍ୟାନ ବିଭାଗ ମଧ୍ୟ ନିଜ କାର୍ଯ୍ୟାଳୟ ପରିସରରେ ୨ ଏକର ଜମିରେ ଏହି ଚାଷ ସଫଳତାର ସହ କରି ସେଠାରେ ଚାଷୀଙ୍କୁ ତାଲିମ ପ୍ରଦାନ କରୁଛି। ଏଭଳି ଏକ ଲାଭଜନକ ଚାଷକୁ ସରକାରୀ ସହାୟତା ଏବଂ ସରକାରଙ୍କ ତରଫରୁ ଲିଚୁ ଚାଷକୁ ଆଗେଇନେବାର ସମୟ ଆସିଛି ବୋଲି ସ୍ଥାନୀୟ କୃଷକ ଟାମିଆ ବିନ୍ଧାଣି କୁହନ୍ତି।
ସୂଚନାଯୋଗ୍ୟଯେ, ବ୍ଲ୍ଳକରେ ୨୫ ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ଏହି ଚାଷ ପରୀକ୍ଷାମୁଳକ ଭାବେ କରାଯାଇଛି। ଅନ୍ୟ ପଞ୍ଚାୟତର ଚାଷୀ ଆଗ୍ରହ ଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ଏନେଇ ବାଲିଗୁଡା ଉପଖଣ୍ଡ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ରମାକାନ୍ତ ଗିରି କୁହନ୍ତି, ଚାଷୀଙ୍କ ଚାହିଦା ପ୍ରକାରେ ଚଳିତବର୍ଷ ଅଧିକ ଲିଚୁଚାଷ କରାଯାଇଛି। ତେବେ ଦାରିଙ୍ଗବାଡି ସମେତ ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି, ଟିକାବାଲି ଏବଂ ଚକାପାଦ ବ୍ଲକ ଅଞ୍ଚଳରେ ୨ଶହ ହେକ୍ଟର ଜମିରେ ଲିଚୁ ଚାଷ କରାଯିବାକୁ ଲକ୍ଷ ରଖାଯାଇଥିଲା, କିନ୍ତୁ ୧୦୯ ହେକ୍ଟର ଜମିରେ ଚାଷ କରାଯାଇଛି। କେବଳ ଦାରିଙ୍ଗବାଡିରେ ପ୍ରାୟ ୩୦ ହେକ୍ଟର ଜମିରେ ଚାଷ ହୋଇଛି। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଭାଗର ଜି.ଉଦୟଗିରି ବ୍ଲକ କଳିଙ୍ଗା ଫାର୍ମ ସମେତ ୯ ବ୍ଲକର ଚାଷୀଙ୍କ ପ୍ରାୟ ୧୦ଲକ୍ଷ ଟଙ୍କାର ଲିଚୁ ବିକ୍ରିରେ ବିଳମ୍ବ ହୋଇଛି, ଖୁବଶୀଘ୍ର ନିଲାମ ଡକାଯାଇ ଏହାକୁ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri