ସ୍ପଷ୍ଟ କଲା ଡିଆଇସିଜିସି;ଲକ୍ଷେ ଟଙ୍କାର ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, ୪-୧୨: ଯଦି କୌଣସି ବ୍ୟାଙ୍କ ଏହାର କାରବାରରେ ବିଫଳତା ଲାଗି ବନ୍ଦ ହୋଇଯାଏ ତେବେ ଗ୍ରାହକଙ୍କ ମୋଟ ଜମାର କେବଳ ଲକ୍ଷେ ଟଙ୍କା ଉପରେ ହିଁ ଗ୍ୟାରେଣ୍ଟି ରହିଛି। ଅର୍ଥାତ ଲୋକମାନେ ଯେତେ ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ମଧ୍ୟ ଲକ୍ଷେ ଟଙ୍କା ହିଁ ଫେରିପାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟକ କମ୍ପାନୀ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅଧିକାର ଆଇନ(ଆରଟିଆଇ) ଦ୍ୱାରା ମଗାଯାଇଥିବା ତଥ୍ୟରୁ ଏଭଳି କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ବ୍ୟାଙ୍କ ଜମାରାଶି ଉପରେ ମାତ୍ର ୧ ଲକ୍ଷ ଟଙ୍କାର ବୀମା ରହିଛି। ଏହାକୁ ବଢାଇବା ଲାଗି ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଏକ ବିଧେୟକ ଆଣିବା ଲାଗି ଅର୍ଥ ମନ୍ତ୍ରୀ କହିଥିଲେ। ବ୍ୟାଙ୍କ ଜମା ଉପରେ ବୀମା ରାଶିକୁ ୫ ଲକ୍ଷ ଟଙ୍କାକୁ ବଢାଇବାକୁ ଅଂଶୀଦାରଙ୍କ ପକ୍ଷରୁ ଦାବି କରାଯାଇଥିଲା। ମାତ୍ର ଏହି ସୀମା ବଢାଇବା ଲାଗି ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନ ଥିବା ଡିଆଇସିଜିସି କହିଛି।
ସବୁ ବାଣିଜି୍ୟକ ବ୍ୟାଙ୍କ ସମେତ ଭାରତରେ କାର୍ଯ୍ୟ କରୁଥିବା ବିଦେଶର ବ୍ୟାଙ୍କଗୁଡିକୁ ଡିଆଇସିଜିସି ମଧ୍ୟ କଭର କରୁଛି। ସେହିଭଳି ସ୍ଥାନୀୟ ବ୍ୟାଙ୍କ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏହା ପରିସରରେ ରହିଛି। ସମବାୟ ବ୍ୟାଙ୍କଗୁଡିକ ମଧ୍ୟ ଡିପୋଜିଟ ଇନସ୍ୟୁରାନ୍ସ ସ୍କିମ ମଧ୍ୟରେ ଆସୁଛନ୍ତି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସୂଚନା ମୁତାବକ ନିକଟରେ ସାମ୍ନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଠକେଇରେ ନିୟାମକଙ୍କ ଆଖିରେ ଧୂଳୀ ଦେଇ ବୃହତ୍ତ ପରିମାଣର ଋଣ ଦିଆଯାଇଥିଲା। ବ୍ୟାଙ୍କର ପରିଚାଳନା ବୋର୍ଡ ଏଚଡିଆଇଏଲ୍‌କୁ ଏହି ଋଣ ଦେଇଥିଲା। ଋଣ ସୁଝିବାକୁ ଉକ୍ତ ଗ୍ରୁପ ସକ୍ଷମ ନ ହେବା ଯୋଗୁ ଲୋକମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଲା। ଉଠାଣ ଉପରେ କଟକଣା ଲାଗୁ କରାଗଲା। କିଛି ଲୋକଙ୍କ ଜୀବନ ହାନି ହେବାର ନଜିର ମଧ୍ୟ ରହିଛି। ମୋଟ ଅଗ୍ରୀମ ମଧ୍ୟରୁ କେବଳ ୭୦% ଏଚଡିଆଇଏଲ୍‌ ଗ୍ରୁପ ଲାଭ କରିଥିଲା। ଏପଟେ ଚଳିତ ଆର୍ଥିକ ବର୍ଷ ପ୍ରଥମ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୭୫,୭୦୦ କୋଟି ଟଙ୍କାର ଋଣ ଠକେଇ ସାମ୍ନାକୁ ଆସିଛି। ଏହି ସମୟରେ ୫୭୪୩ ଠକେଇ ଘଟଣା ସାମ୍ନାକୁ ଆସିଥିବା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ରେ କ’ଣ ଅଛି? ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ଭାଇରାଲ୍

ନୂଆଦିଲ୍ଲୀ,୨।୨: କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କୌଣସି ବଡ଼ ଧରଣର ରିହାତି ମିଳିନଥିବା ବେଳେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର…

ସିଗାରେଟ୍ ଦରରେ ବଡ଼ ବୃଦ୍ଧି: ପ୍ୟାକେଟ୍ ପିଛା ଏତିକି ଟଙ୍କା ଯାଏ ବଢ଼ିଲା ଦାମ୍

ନୂଆଦିଲ୍ଲୀ,୨।୨: ଫେବୃୟାରୀ ୧, ଆରମ୍ଭରୁ ଦେଶରେ ସିଗାରେଟ୍ ଏବଂ ତମାଖୁ ଜାତ ଦ୍ରବ୍ୟର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ତମାଖୁ ଉପରେ ଅତିରିକ୍ତ…

ଭାରତରେ ବଢୁଛି ପ୍ରିମିୟମ୍ ସ୍ମାର୍ଟଫୋନ୍ ଚାହିଦା: ୨୦୨୫ରେ ଆପଲ୍‌ର ଐତିହାସିକ ରେକର୍ଡ

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ୨୦୨୫ ବର୍ଷଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ବଜାରରେ ଶସ୍ତା ଫୋନ୍ ଅପେକ୍ଷା…

୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

ବଜେଟ ଘୋଷଣା ପରେ ଶସ୍ତା ହେବ କି ମୋବାଇଲ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୨: ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକ ସଭାରେ ବଜେଟ 2026 ଉପସ୍ଥାପନ କରୁଥିଲେ, ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା: କ’ଣ…

ବଜେଟ ୨୦୨୬ ପରେ ୧୦ ଟଙ୍କାର ସିଗାରେଟ ହେବ କେତେ ମହଙ୍ଗା? ଜାଣନ୍ତୁ ସିଗାରେଟ ମୂଲ୍ୟ କେତେ ବଢିବ

ନୂଆଦିଲ୍ଲୀ,୨।୨: ଯଦି ଆପଣ ସିଗାରେଟ ପିଉଛନ୍ତି, ତେବେ ପ୍ୟାକେଜିଂରେ ଥିବା ଚେତାବନୀ କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ନୁହେଁ, ବରଂ ବର୍ତ୍ତମାନ ଏହା ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri