ସ୍ପଷ୍ଟ କଲା ଡିଆଇସିଜିସି;ଲକ୍ଷେ ଟଙ୍କାର ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, ୪-୧୨: ଯଦି କୌଣସି ବ୍ୟାଙ୍କ ଏହାର କାରବାରରେ ବିଫଳତା ଲାଗି ବନ୍ଦ ହୋଇଯାଏ ତେବେ ଗ୍ରାହକଙ୍କ ମୋଟ ଜମାର କେବଳ ଲକ୍ଷେ ଟଙ୍କା ଉପରେ ହିଁ ଗ୍ୟାରେଣ୍ଟି ରହିଛି। ଅର୍ଥାତ ଲୋକମାନେ ଯେତେ ଟଙ୍କା ବ୍ୟାଙ୍କରେ ଜମା କରିଥିଲେ ମଧ୍ୟ ଲକ୍ଷେ ଟଙ୍କା ହିଁ ଫେରିପାଇବେ। ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟକ କମ୍ପାନୀ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅଧିକାର ଆଇନ(ଆରଟିଆଇ) ଦ୍ୱାରା ମଗାଯାଇଥିବା ତଥ୍ୟରୁ ଏଭଳି କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ବ୍ୟାଙ୍କ ଜମାରାଶି ଉପରେ ମାତ୍ର ୧ ଲକ୍ଷ ଟଙ୍କାର ବୀମା ରହିଛି। ଏହାକୁ ବଢାଇବା ଲାଗି ପାର୍ଲାମେଣ୍ଟର ଶୀତକାଳିନ ଅଧିବେଶନରେ ଏକ ବିଧେୟକ ଆଣିବା ଲାଗି ଅର୍ଥ ମନ୍ତ୍ରୀ କହିଥିଲେ। ବ୍ୟାଙ୍କ ଜମା ଉପରେ ବୀମା ରାଶିକୁ ୫ ଲକ୍ଷ ଟଙ୍କାକୁ ବଢାଇବାକୁ ଅଂଶୀଦାରଙ୍କ ପକ୍ଷରୁ ଦାବି କରାଯାଇଥିଲା। ମାତ୍ର ଏହି ସୀମା ବଢାଇବା ଲାଗି ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନ ଥିବା ଡିଆଇସିଜିସି କହିଛି।
ସବୁ ବାଣିଜି୍ୟକ ବ୍ୟାଙ୍କ ସମେତ ଭାରତରେ କାର୍ଯ୍ୟ କରୁଥିବା ବିଦେଶର ବ୍ୟାଙ୍କଗୁଡିକୁ ଡିଆଇସିଜିସି ମଧ୍ୟ କଭର କରୁଛି। ସେହିଭଳି ସ୍ଥାନୀୟ ବ୍ୟାଙ୍କ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମଧ୍ୟ ଏହା ପରିସରରେ ରହିଛି। ସମବାୟ ବ୍ୟାଙ୍କଗୁଡିକ ମଧ୍ୟ ଡିପୋଜିଟ ଇନସ୍ୟୁରାନ୍ସ ସ୍କିମ ମଧ୍ୟରେ ଆସୁଛନ୍ତି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସୂଚନା ମୁତାବକ ନିକଟରେ ସାମ୍ନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଠକେଇରେ ନିୟାମକଙ୍କ ଆଖିରେ ଧୂଳୀ ଦେଇ ବୃହତ୍ତ ପରିମାଣର ଋଣ ଦିଆଯାଇଥିଲା। ବ୍ୟାଙ୍କର ପରିଚାଳନା ବୋର୍ଡ ଏଚଡିଆଇଏଲ୍‌କୁ ଏହି ଋଣ ଦେଇଥିଲା। ଋଣ ସୁଝିବାକୁ ଉକ୍ତ ଗ୍ରୁପ ସକ୍ଷମ ନ ହେବା ଯୋଗୁ ଲୋକମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଲା। ଉଠାଣ ଉପରେ କଟକଣା ଲାଗୁ କରାଗଲା। କିଛି ଲୋକଙ୍କ ଜୀବନ ହାନି ହେବାର ନଜିର ମଧ୍ୟ ରହିଛି। ମୋଟ ଅଗ୍ରୀମ ମଧ୍ୟରୁ କେବଳ ୭୦% ଏଚଡିଆଇଏଲ୍‌ ଗ୍ରୁପ ଲାଭ କରିଥିଲା। ଏପଟେ ଚଳିତ ଆର୍ଥିକ ବର୍ଷ ପ୍ରଥମ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ୭୫,୭୦୦ କୋଟି ଟଙ୍କାର ଋଣ ଠକେଇ ସାମ୍ନାକୁ ଆସିଛି। ଏହି ସମୟରେ ୫୭୪୩ ଠକେଇ ଘଟଣା ସାମ୍ନାକୁ ଆସିଥିବା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri