ସ୍ନାନଯାତ୍ରା ବ୍ୟବସ୍ଥାବଳୀ ଉଲ୍ଲଂଘନ: ପୁରୀ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ ଅଫିସ,୨୫।୬: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନମଣ୍ଡପରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ସେବାୟତ ଏବଂ ଅନ୍ୟମାନଙ୍କ ବିରୋଧରେ ତ୍ୱରିତ୍ୱ ପଦକ୍ଷେପ ନେଇଛି। ଏ ନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବାବେଳେ ଦୁଇଜଣ ସେବାୟତଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ନୋଟିସ୍‌ ପାଇବାର ୬ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବା ଲାଗି ବିଧାୟକ ଷଡ଼ଙ୍ଗୀଙ୍କୁ କୁହାଯାଇଛି। ଅପରପକ୍ଷରେ ଷଡ଼ଙ୍ଗୀ ଏଭଳି ବ୍ୟବସ୍ଥାବଳୀ ସମ୍ପର୍କରେ ଅବଗତ ନ ଥିଲେ ବୋଲି କହିଛନ୍ତି।
ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ପ୍ରଭୃତିକୁ ଶୃଙ୍ଖଳିତ କରିବା ଲାଗି ପରିଚାଳନା କମିଟି ଅନୁମୋଦନ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି। ଏଥିରେ ଦର୍ଶାଯାଇଛି ସମସ୍ତେ ବ୍ୟବସ୍ଥାବଳୀକୁ ମାନିବେ। ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ପ୍ରକାର ବାଧା ନ ଉପୁଜେ ଏଥିପ୍ରତି ଧ୍ୟାନ ଦେବେ। ର଼୍ୟାମ୍ପରେ ଭକ୍ତ ଦର୍ଶନ କରୁଥିବା ସମୟରେ ପଇସା, ଫୁଲ କେହି ସ୍ନାନମଣ୍ଡପ ଉପରକୁ ଫିଙ୍ଗିବେ ନାହିଁ। କୌଣସି ସେବକ ସ୍ନାନମଣ୍ଡପ ବାଡ଼ ପାର୍ଶ୍ୱରେ ଠିଆହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବେ ନାହିଁ ଏବଂ ତୁଳସୀ ଇତ୍ୟାଦି ବାଣ୍ଟିବେ ନାହିଁ। ବ୍ୟବସ୍ଥାବଳୀକୁ ଯିଏ ଅବମାନନା କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ବ୍ୟବସ୍ଥାବଳୀକୁ ସ୍ନାନମଣ୍ଡପରେ କେତେଜଣ ମାନି ନ ଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଠିଆ ହେବାଠାରୁ ଆରମ୍ଭକରି ଭକ୍ତଙ୍କୁ ତୁଳସୀ ବାଣ୍ଟି ପଇସା ଆଦାୟ କରିଥିଲେ। ପୁଣି କେହି ସେବକ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରି ଠାକୁର ଦର୍ଶନରେ ବାଧା ସୃଷ୍ଟି କରିଥିଲେ। ସେହିପରି ମହାପ୍ରଭୁଙ୍କୁ ଭକ୍ତ ସ୍ପର୍ଶ କରିପାରିବେ ନାହିଁ କି ସାହାଣମେଲା ଦର୍ଶନ ସମୟ ବ୍ୟତୀତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଉଠିପାରିବେ ନାହିଁ ବୋଲି ବ୍ୟବସ୍ଥାବଳୀରେ ସ୍ପଷ୍ଟ କରାଯାଇଛି। ହେଲେ ପୁରୀ ବିଧାୟକ ଷଡ଼ଙ୍ଗୀ ସ୍ନାନମଣ୍ଡପ ନିକଟକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ବ୍ୟବସ୍ଥାବଳୀ ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ଏହାକୁ ଉଲ୍ଲଂଘନ କରି ପୂର୍ବାହ୍ନ ୧୧ଟାରେ ଅନଧିକୃତ ଭାବେ ସ୍ନାନବେଦି ଉପରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିବା ସିସିଟିଭି ଫୁଟେଜରୁ ପରିଲକ୍ଷିତ ହେଉଛି। କେଉଁ ପରିପ୍ରେକ୍ଷୀରେ ଷଡ଼ଙ୍ଗୀ ଏହା କରିଥିଲେ ତାହାର ସନ୍ତୋଷଜନକ ଉତ୍ତର ୬ଦିନ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦେବା ପାଇଁ ନୋଟିସ୍‌ରେ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଉତ୍ତର ହସ୍ତଗତ ନ ହେଲେ ନିୟମାନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି। ସେହିପରି ବିଧାୟକଙ୍କୁ ସାଥିରେ ନେଇଥିବା ଦୁଇଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଦୁଇ ସେବକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବା କରିପାରିବେ ନାହିଁ ବୋଲି ସେମାନଙ୍କୁ ଦିଆଯାଇଥିବା ନୋଟିସ୍‌ରେ ଉଲ୍ଲେଖ ହୋଇଛି।
ଏ ସମ୍ପର୍କରେ ବିଧାୟକ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ବ୍ୟବସ୍ଥାବଳୀ କିପରି ପାଇବି। ଦିଅଁଙ୍କୁ ଛୁଇଁବା ପାପ ବୋଲି ଜାଣିଥିଲି। କିନ୍ତୁ ପାହାଚରେ ମୁଣ୍ଡିଆ ମାରିବା ପାପ କି ଭୁଲ୍‌ ବୋଲି ଜାଣି ନ ଥିଲି। ପାହାଚକୁ ଛୁଇଁବା ମହାପାପ ବୋଲି ଆଦୌ ଜାଣି ନ ଥିଲି। ଯଦି ସେଠାକୁ ଯିବାକୁ ବାରଣ ଅଛି ଜାଣିଥାନ୍ତି କେବେ ବି ଯାଇ ନ ଥାନ୍ତି। ମୁଁ ୩୬୫ ଦିନ ଠାକୁରଙ୍କୁ ଦର୍ଶନ କରେ। ସବୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ପ୍ରତ୍ୟହ ମୋତେ ଦେଖନ୍ତି। କେବେ ବି ଜଗନ୍ନାଥଙ୍କ ପାଖକୁ ଯିବା ଲାଗି ଚେଷ୍ଟା କରିନି। ମୁଁ ଜଣେ ଶୃଙ୍ଖଳିତ ଭକ୍ତ। ସ୍ନାନପୂର୍ଣ୍ଣିମା ଦିନ ପୋଲିସ, ଜେଟିପି ସମସ୍ତେ ଥିଲେ। ଯଦି ମୋତେ କେହି ବି କହିଥାନ୍ତେ ସେଠାକୁ ଯିବା ମନା ଅଛି, ମୁଁ ବିଲ୍‌କୁଲ ଯାଇ ନ ଥାନ୍ତି। କେହି ତ କହିଲେନି। ପାହାଚକୁ ମୁଣ୍ଡିଆ ମାରିବା ଭୁଲ୍‌ ବୋଲି ମୋ ଜ୍ଞାତରେ ନାହିଁ। ଯଦି ଏହା ଭୁଲ୍‌, ଆଉ କେବେ ବି ଏପରି ହେବନି। ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବା ପାଇଁ ଯାଇଥିଲି, ସେହି ଜଗନ୍ନାଥ ହିଁ ଯାହା ବିଚାର କରିବେ ବୋଲି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri