ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ଗୁପ୍ତ ବିଧି

ପୁରୀ ଅଫିସ,୨୯ା୭:ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ରହିଛି। ସେଠାରେ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କୁ ଉପାସନା କରୁଛନ୍ତି। ଏମିତି କି ଅନେକ ଦେଶରେ ରଥଯାତ୍ରା ବି ଅନୁଷ୍ଠିତ ହେଉଛି। ହେଲେ ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ସେବାପୂଜା, ରୀତିନୀତି ଯେଉଁଭଳି କରାଯାଉଛି ତାହା ଅନ୍ୟ କେଉଁଠି ଦେଖିବାକୁ ମିଳି ନ ଥାଏ। ଶ୍ରୀମନ୍ଦିରର ପରମ୍ପରା, ସଂସ୍କୃତି ଅନ୍ୟ ସବୁ ମନ୍ଦିରଠାରୁ ଭିନ୍ନ ଓ ସ୍ବତନ୍ତ୍ର। ସେମିତି ବଡ଼ଦେଉଳରେ ମହାପ୍ରଭୁଙ୍କ ଏକାଧିକ ଗୁପ୍ତ ବିଧି ରହିଛି, ଯାହା ସେବା ସହ ସମ୍ପୃକ୍ତ ସେବକଙ୍କ ଛଡ଼ା ଅନ୍ୟ କେହି ଜାଣି ନ ଥାନ୍ତି। ସେହିପରି ଶ୍ରୀମନ୍ଦିରରେ ଦୈନିକ କେତେକ ନୀତି ଯେପରି କି ଗୋପାଳ ବଲ୍ଲଭ, ଷୋଡ଼ଶ ଉପଚାର ପୂଜା ମଧ୍ୟ ଭକ୍ତଙ୍କ ଆଢୁଆଳରେ କରାଯାଏ। ମହାସ୍ନାନ ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରୁହେ। ଏମିତି ଶ୍ରୀମନ୍ଦିରର ଅନେକ ସ୍ବାତନ୍ତ୍ର୍ୟ ରହିଛି। ହେଲେ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ସେବାପୂଜା ଓ ରୀତିନୀତି ରାଜ୍ୟ ବାହାରେ (ମନ୍ଦିର କିମ୍ବା ଘରେ) କରାଯାଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ସବୁଠୁ ପରିତାପର ବିଷୟ ହେଉଛି ଶ୍ରୀମନ୍ଦିରର କେତେଜଣ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସେବାୟତ ଅନ୍ୟତ୍ର ଯାଇ ଠାକୁରଙ୍କ ପୂଜାବିଧି ସମ୍ପନ୍ନ କରୁଛନ୍ତି। ଫଳରେ ମହାପ୍ରଭୁଙ୍କ ଅନେକ ଗୁପ୍ତ ବିଧି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଏହି ଭାଇରାଲ ଫଟୋ ଜଣାପଡ଼ିବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।
କୌଶିକ ନାମଧାରୀ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହିଭଳି ସଂଖ୍ୟାଧିକ ଫଟୋ ଅପ୍‌ଲୋଡ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରିବୁଲୁଛି। ତେବେ ଏଥିରେ ମହାପ୍ରଭୁଙ୍କ ଅବକାଶଠାରୁ ଆରମ୍ଭ କରି ବିଭିନ୍ନ ପୂଜା ସମୟର ଫଟୋ ରହିଛି। ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଯେପରି ବେଶ କରାଯାଏ ଠିକ୍‌ ସେହିପରି ବେଶ କରାଯାଇଛି। ସମ୍ମୁଖରେ କୁଡୁଆରେ ଭୋଗ ବି ରହିଛି। ତେବେ ଏହାର ସତ୍ୟତା କ’ଣ, ଏହା କେଉଁ ରାଜ୍ୟର ଏବଂ ମନ୍ଦିରରେ ନା ଘରେ ଚତୁର୍ଦ୍ଧାବିଗ୍ରହଙ୍କୁ ଏହିଭଳି ଉପାସନା କରାଯାଉଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ।
ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀର ମହେଶ୍ୱର ବେହେରା କହିଛନ୍ତି, ମହାପ୍ରଭୁଙ୍କ ସେବାପୂଜାରେ ଶ୍ରୀମନ୍ଦିରର କିଛିଟା ସ୍ବତନ୍ତ୍ର ରହିଛି। ଏହାକୁ ବାହାରେ ପ୍ରଘଟ କରିବା ଠିକ୍‌ ନୁହେଁ। ଶ୍ରୀମନ୍ଦିରର କେତେଜଣ ସେବକ ବାହାରକୁ ଯାଇ ମହାପ୍ରଭୁଙ୍କ ବିଧି ସମ୍ପନ୍ନ କରିଛନ୍ତି। ତାହାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଛି। ଏହାଠୁ ଭଳି ଦୁର୍ଭାଗ୍ୟଜନକ ଘଟଣା କ’ଣ ବା ହୋଇପାରେ ବୋଲି ସେ ପ୍ରଶ୍ନ ଉଠାଇବା ସହ ଏହା ଶାସ୍ତ୍ରସମ୍ମତ କି ନୁହେଁ ତାହା ବିଚାରଯୋଗ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ବୈଠକ ପରେ କହିଲା ସରକାର ଗ୍ରହଣ କଲେ ସମସ୍ତ ଦାବି

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

କିଏ ହେବେ ପରବର୍ତ୍ତି ଶିକ୍ଷା ମନ୍ତ୍ରୀ? ସଞ୍ଜୟ ରାଉତ କଲେଣି ବଡ଼ ଦାବି

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ଏକ…

ଜଣାପଡିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପଛର କାରଣ? ରାଜ୍ୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। NEET-UG ପରୀକ୍ଷାରେ ଅନିୟମିତତା, ପେପର ଲିକ ବିବାଦ ଏବଂ ଏହାର ପ୍ରତିବାଦରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଆସିଲା ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ, କହିଲେ ଭାରତରେ…

ନୂଆଦିଲ୍ଲୀ,୨୫ା୭: ଏନ୍‌ଇଇଟି ପେପର ଲିକ୍‌ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଚାପରେ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋନମ ଓ଼୍ବାଙ୍ଗଚୁକ୍‌ଙ୍କ ବଡ଼ ବୟାନ, ଜେନ Zଙ୍କୁ ଅଭିନନ୍ଦନ…

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri