ରୋଗୀଙ୍କୁ ମିଳୁନି ଚିକତ୍ସା ସେବା

କପ୍ତିପଦା,୨୯ା୭(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପଯର୍‌ୟସ୍ତ ହୋଇପଡିଛି। ଡାକ୍ତରଙ୍କ ଅଭାବ ସାଙ୍ଗକୁ ପରିଚାଳନାଗତ ଅବ୍ୟବସ୍ଥା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସବୁବେଳେ ଚର୍ଚ୍ଚାରେ ରଖି ଆସିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ପୋଡ଼ାଡ଼ିହା, ନଛିପୁର, ଶାଳଚୁଆ, କଟୁରିଆ, ଶରତ ଓ କଳମଗଡ଼ିଆରେ ଥିବା ନୂତନ ଓ ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଲାଗି ରହିଛି। ଏସବୁ ଡାକ୍ତରଖାନାରୁ ଡାକ୍ତରଙ୍କୁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ସତ୍ତ୍ୱେ ଏଠାରେ ଶିଶୁ ରୋଗ ବିଶେଷଜ୍ଞ, ଅସ୍ତ୍ରୋପଚାର, ପ୍ରସୂତି ଓ ଭେଷଜ ବିଶେଷଜ୍ଞ ପଦବୀ ଫାଙ୍କା ପଡିଥିବାରୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିପାରୁ ନାହିଁ। ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୂରାନ୍ତରକୁ ଯାଇ ଚିକିତ୍ସିତ ହେଉଛନ୍ତି।
କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ୧୬ ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ରହିଛି। ଏହି ଅଞ୍ଚଳର ଗରିବ ରୋଗୀମାନେ ଜରୁରୀ ଚିକତ୍ସା ଲାଗି ଏଠାକୁ ଆସିଥାନ୍ତି। ବିଭିନ୍ନ ଓ୍ବାର୍ଡରେ ରହୁଥିବା ରୋଗୀଙ୍କୁ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନ ଥିବା ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ପ୍ରତିକାର କରାଯାଉନାହିଁ । ଅନ୍ତଃବିଭାଗ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଲାଗି ଆସୁଥିବା ଅନୁଦାନ ବାଟମାରଣା ହେଉଥିବାର ମଧ୍ୟ ଅଭିଯୋଗ ହେଉଛି। ବିଭିନ୍ନ ଓ୍ବାର୍ଡରେ ରହି ଚିକିସତ୍ିତ ହେଉଥିବା ରୋଗୀଙ୍କୁ ପ୍ରତିଦିନ ଖାଦ୍ୟ ଓ ପାନୀୟ ବାବଦରେ ୫୦ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା ରହିଛି। କିନ୍ତୁ ରୋଷେଇ ଘର ନ ଥିବାରୁ ଦୀର୍ଘଦିନ ହେବ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନାହିଁ । ରୋଗୀ କଲ୍ୟାଣ ସମିତିର ନିଷ୍ପତ୍ତିି ଅନୁସାରେ ରୋଗୀଙ୍କୁ ଏବେ ଶୁଖିଲା ଖାଦ୍ୟ ଦିଆଯାଉଛି । ଗତ ୨୨ ତାରିଖଠାରୁ ଦିନକୁ ଥରେ ୧୦ଟଙ୍କା ମୂଲ୍ୟର ଗୋଟିଏ ଗୋଲ ପାଉଁରୁଟି ଓ ୫ଟଙ୍କା ମୂଲ୍ୟର ଏକ ବିସ୍କୁଟ ପ୍ୟାକେଟ ଦିଆଯାଉଥିବା ଚିକିତ୍ସାଧିନ ରୋଗୀ ମାଇନ ମୁର୍ମୁ, ବାସନ୍ତୀ ମାରାଣ୍ଡି, ଶ୍ରୀତମ ବେହେରା ଓ ସୁବାସିନୀ ବେହେରା କହିିଛନ୍ତି। ଏଠାରେ ରୋଷେୟା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଦୀର୍ଘ ଦିନ ହେବ ଛୁଟିରେ ଥିବା କୁହାଯାଉଛ। ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି ସମସ୍ୟା ସମ୍ପର୍କରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ବ୍ଲକ୍‌ ଚେୟାରମ୍ୟାନ୍‌ ସୁଶିଳା ବାନରାଙ୍କୁ ପଚାରିବାରୁ ସେ କହିଛନ୍ତି ଯଦି ଏପରି ସମସ୍ୟା ହେଉଥାଏ ତେବେ ପରବର୍ତ୍ତୀ ବୈଠକରେ ଏନେଇ ଆଲୋଚନା କରି ସମାଧାନ କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ଉମାକାନ୍ତ ବାସ୍କେଙ୍କୁ ପଚାରିବାରୁ କହିଛନ୍ତି, ରୋଷେୟା ଥିଲେ ବି ରୋଷେଇ ଘର ନ ଥିବାରୁ ରୋଗୀଙ୍କୁ ରନ୍ଧା ଖାଦ୍ୟ ଦିଆ ନ ଯାଇ ଶୁଖିଲା ଖାଦ୍ୟ ଦିଆଯାଉଛି । ଏହି ଖାଦ୍ୟ ଯୋଗାଣରେ ସମସ୍ୟା ହେଉଥିଲେ ସେ ଅନଧ୍ୟାନ କରି ଦେଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri