ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା ପରେ ୩ଶହ ଖଣ୍ଡ କରି କାଟିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର ତଥା ଲ୍ୟୁଟନାଣ୍ଟ କଲୋନେଲ ସୋମନାଥ ପରିଡ଼ା। ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆର୍‌ସି ଭିଲେଜରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ଶୁଣାଣି କରି ଖୋର୍ଦ୍ଧା ଜିଲା ଦୌରାଜଜ୍‌ ଦୋଷୀ ସୋମନାଥଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହ ୬୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ସଜା ଭୋଗିବାକୁ ପଡ଼ିବ ବୋଲି ବିଚାରପତି ଲୋକନାଥ ମହାପାତ୍ର ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିଚାରବେଳେ ଉଷାଶ୍ରୀଙ୍କ ଭାଇ, ପୁଅ, ଝିଅଙ୍କ ସହିତ ୨୪ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ଏହାସହ ୨୮ ଡକ୍ୟୁମେଣ୍ଟ, ଫରେନସିକ୍‌ ରିପୋର୍ଟକୁ ବିଚାରପତି ଅନୁଧ୍ୟାନ କରିବା ପରେ ରାୟ ଶୁଣାଇଥିଲେ। ଆଇପିସି ଦଫା ୩୦୨ (ହତ୍ୟା)ରେ ଆଜୀବନ ସଜା ସହ ୫୦ ହଜାର ଟଙ୍କା ଜରିମାନା, ଦଫା ୨୦୧ (ପ୍ରମାଣ ନଷ୍ଟ) ରେ ଏକବର୍ଷ ସଜା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସୋମନାଥ ବାରମ୍ବାର ଓକିଲ ବଦଳାଇ ମାମଲାର ବିଚାର ପ୍ରକ୍ରିୟାକୁ ବିଳମ୍ବ କରୁଥିଲେ। ଶେଷରେ ୭ବର୍ଷ ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମଙ୍ଗଳବାର ମାମଲାର ଶୁଣାଣିବେଳେ ସୋମନାଥଙ୍କ ଓକିଲ ଓ ସରକାରୀ ଓକିଲ ବିଚାରପତିଙ୍କ ନିକଟରେ ନିଜ ନିଜର ଯୁୁକ୍ତି ରଖିଥିଲେ। ସରକାରୀ ଓକିଲ କହିଥିଲେ, ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ହୋଇ ସ୍ତ୍ରୀଙ୍କୁ ହତ୍ୟା କରିବା ଏକ ଘୃଣ୍ୟ କାର୍ଯ୍ୟ। ତେଣୁ ଅଭିଯୁକ୍ତଙ୍କୁ କଡା ସଜା ନ ଦେଲେ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହସ ଜୁଟାଇବେ। ଏପରି କି ସ୍ତ୍ରୀଙ୍କ ଜୀବନ ରକ୍ଷା କରିବା ସ୍ବାମୀର ଧର୍ମ। ହେଲେ ସୋମନାଥ ସ୍ତ୍ରୀଙ୍କୁ ହତ୍ୟା କରି ଅତି ଜଘନ୍ୟଭାବେ ୩ଶହ ଖଣ୍ଡ କରିଥିଲେ। ତେଣୁ ତାଙ୍କୁ କଠୋର ଦଣ୍ଡ ଦେବାକୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ପ୍ରତିପକ୍ଷ ଓକିଲ ନିଜର ଯୁକ୍ତି ରଖିବା ସହ ସୋମନାଥ ବୟସ୍କ ହୋଇଥିବାରୁ ତାଙ୍କ ପ୍ରତି ସଜା କୋହଳ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଉଭୟ ପକ୍ଷର ସମସ୍ତ ବିଷୟ ଶୁଣିବା ପରେ ବିଚାରପତି ଶେଷରେ ସୋମନାଥଙ୍କ ମତ ଚାହିଁଥିଲେ। ଏହାପରେ ସୋମନାଥ କହିଥିଲେ ‘ମୁଁ ନିର୍ଦ୍ଦୋଷ, ଜୀବନ ସାରା ଦୁର୍ନୀତି କରିନି। ତେଣୁ ମୋତେ କ୍ଷମା କରାଯାଉ।’ ତେବେ କୋର୍ଟ ତାଙ୍କୁ ଆଜୀବନ ସଜା ଶୁଣାଇବା କ୍ଷଣି ସୋମନାଥ ସେଠାରେ କାନ୍ଦି ପକାଇଥିଲେ। ଏପରି କି କୋର୍ଟରୁ ବାହାରି ସେ ପୋଲିସ ଭ୍ୟାନରେ ବସିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ସେନା ଅଧିକାରୀ ଠାଣିରେ ତାଗିଦ୍‌ କରିଥିଲେ। ଏପଟେ ସୋମନାଥଙ୍କ ଓକିଲ କହିଛନ୍ତି, ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ। ଉଷାଶ୍ରୀଙ୍କ ଭାଇ ରଞ୍ଜନ ସାମଲ କହିଛନ୍ତି, ବିଳମ୍ବ ହେଲେ ବି ଆମକୁ ନ୍ୟାୟ ମିଳିଛି। ମୋ ଭଉଣୀଙ୍କୁ ଯେଭଳି ସୋମନାଥ ହତ୍ୟା କଲେ, ତାଙ୍କୁ ଆଜୀବନ ସଜା ଠିକ୍‌ ହୋଇଛି ବୋଲି ସେ କହିଛନ୍ତି। ସରକାରୀ ଓକିଲ ସାରଦା ଚନ୍ଦ୍ର ସାମଲ ମାମଲା ପରିଚାଳନା କରୁଥିଲେ।
କେମିତି ଥିଲା ପୂରା ଘଟଣାବଳୀ
ସୋମନାଥ ଚାକିରିରୁ ଅବସର ନେବାପରେ ସ୍ତ୍ରୀ ଉଷାଶ୍ରୀଙ୍କ ସହ ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ରହୁଥିଲେ। କିନ୍ତୁ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ କଳିଝଗଡା ଲାଗୁଥିଲା। ୨୦୧୩ ଜୁନ୍‌ ୩ରେ ସୋମନାଥ ଓ ସ୍ତ୍ରୀ ଉଷାଶ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୋମନାଥ ଉତ୍ତେଜିତ ହୋଇ ଏକ ପିତ୍ତଳ ଟର୍ଚ୍ଚରେ ଉଷାଶ୍ରୀଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲେ। ପରେ କଟୁରି, ଆରି, ଫାର୍ସାରେ ମୃତଦେହକୁ ୩ଶହ ଖଣ୍ଡ କରି କାଟିଥିଲେ। ଏହାପରେ ହାଡ଼ମାଂସ ଟୁକୁଡ଼ାକୁ ୨୧ ଟିଫିନ ବକ୍ସ ଓ ୨ ଷ୍ଟିଲ୍‌ ବକ୍ସରେ ରଖି ସେଥିରେ ଫିନାଇଲ୍‌ ସହ ଅନ୍ୟ କିଛି କେମିକାଲ ପକାଇ ଘରେ ରଖିଥିଲେ। ପ୍ରତିଦିନ କିଛି କିଛି ହାଡ଼ମାଂସ କାଢ଼ିନେଇ ବାହାରେ ଫିଙ୍ଗୁଥିଲେ।
ଝିଅଙ୍କ ଫୋନ କଲ୍‌ରୁ ଜଣାପଡ଼ିଲା
ମୃତଦେହ ସହ ସୋମନାଥ ୨୦ଦିନ ରହିବା ପରେ ଜୁନ୍‌ ୨୧ରେ ଘଟଣା ପଦାକୁ ଆସିଥିଲା। ବିଦେଶରେ ରହୁଥିବା ଉଷାଶ୍ରୀଙ୍କ ଝିଅ ଲେଖା ପରିଡ଼ା ବାପା ସୋମନାଥଙ୍କ ସହ ଫୋନ୍‌ରେ କଥାହେବାବେଳେ ମା’ଙ୍କ କଥା ପଚାରିଥିଲେ। ମା’ ଶିରିଡ଼ି ଯାଇଥିବା ସୋମନାଥ କହିଥିଲେ ମଧ୍ୟ କେବେ ଫେରିବେ ସେନେଇ କିଛି ନ କହି କଥାକୁ ଏଡ଼ାଇଥିଲେ। ତାଙ୍କର ସନ୍ଦେହ ହେବାରୁ ଭୁବନେଶ୍ୱରରେ ରହୁଥିବା ମାମୁଙ୍କୁ ଯୋଗାଯୋଗ କରି ତାଙ୍କ ଘରକୁ ଯାଇ କ’ଣ ହୋଇଛି ଦେଖି ଆସିବାକୁ କହିଥିଲେ। ଏହାପରେ ମାମୁ (ଉଷାଶ୍ରୀଙ୍କ ଭାଇ) ସୋମନାଥଙ୍କ ଘରକୁ ଯାଇ ଭଉଣୀ ବିଷୟରେ ପଚାରିଥିଲେ। କିନ୍ତୁ ସୋମନାଥ ବାରମ୍ବାର କଥା ବଦଳାଇ ଚାଲିଥିଲେ। ତେବେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସେ ତୁରନ୍ତ ସେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଘର ଯାଞ୍ଚ କରିବା ପରେ ଉଷାଶ୍ରୀଙ୍କ ମୃତଦେହର ବହୁ ଟୁକୁଡ଼ା ମିଳିଥିଲା। ଏହାପରେ ପୋଲିସ ସୋମନାଥଙ୍କୁ ଗିରଫ କରିଥିଲା। ୨୦୧୩ ଅକ୍ଟୋବର ୧୭ରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri