ସେଲ୍‌ଟର ହୋମ୍‌ ଯୌନଶୋଷଣ ମାମଲା: ଫୟାଜ, ସୀମାଞ୍ଚଳଙ୍କୁ ଜାମିନ

ଢେଙ୍କାନାଳ ଅଫିସ, ୨।୬-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ସେଲଟର ହୋମ୍‌ ଯୌନଶୋଷଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମନ୍‌ (୬୩) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାୟକ (୩୯) ମଙ୍ଗଳବାର ସନ୍ଧ୍ୟାରେ ଜାମିନରେ ମୁକୁଳିଛନ୍ତି। ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ମାମଲା ପରିଚାଳନା ସମୟରେ କେହି ଦେଶ ବାହାରକୁ ଯାଇପାରିବେ ନାହିଁ। ସାକ୍ଷୀଙ୍କ ଉପରେ ଚାପ ପ୍ରୟୋଗ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଛି। ଜଣଙ୍କୁ ୨୦ହଜାର ଟଙ୍କା ଲେଖାଏ ସିଓରିଟି ଓ ଦୁଇଜଣ ଲେଖାଏ ଜାମିନଦାର ଜରିଆରେ ଜାମିନ ମିଳିଥିବା ଅଭିଯୁକ୍ତଙ୍କ ମାମଲା ପରିଚାଳନା କରୁଥିବା ଓକିଲ ଅମ୍ରିତ କୁମାର ଦାସ ସୂଚନା ଦେଇଛନ୍ତି। ୨୦୧୮ ନଭେମ୍ବର ୨୭ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଫୟାଜ, ସୀମାଞ୍ଚଳ ଏବଂ ସହଯୋଗୀ ଅଧିକାରୀ ଉଦିତ କୁମାର ଲିମା ଗିରଫ ହୋଇଥିଲେ। ସେମାନଙ୍କ ନାମରେ ବିଭିନ୍ନ ଦଫାରେ ସଙ୍ଗୀନ ଅଭିଯୋଗ ରହିଥିବାବେଳେ ସମସ୍ତେ ଢେଙ୍କାନାଳ ଜିଲା କାରାଗାରରେ ଥିଲେ।
ବେଲଟିକିରି ଯୌନ କେଳେଙ୍କାରୀ ମାମଲା ପଦାକୁ ଆସିବା ପରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ଫୟାଜ୍‌। ତାଙ୍କ ପରିବାର ଆମେରିକାରେ ରହୁଥିବାରୁ ଏହାର ଲିଙ୍କ୍‌ ବିଦେଶ ଯାଏ ବ୍ୟାପିଥିବା ଚର୍ଚ୍ଚା ହୋଇଥିଲା। ଫୟାଜଙ୍କ ଘର କୋଲକାତା ପାକ୍‌ଷ୍ଟ୍ରିଟ୍‌ ଥାନା-୩୦ ମେନରୋଡ ଲେନ୍‌ରେ। ସେ କଟକ ସଦର ଥାନା ଫୁଲନଖରା ଅନନ୍ତପୁରରେ ରହୁଥିଲେ। ତାଙ୍କ ପରିଚାଳନାରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ବିଭିନ୍ନ ସ୍ଥାନରେ ୮ରୁ ଊର୍ଦ୍ଧ୍ୱ ସେଲ୍‌ଟର ହୋମ୍‌ ଥିବା ଜଣାପଡ଼ିଥିଲା। ଅନ୍ୟତମ ଅଭିଯୁକ୍ତ ସୀମାଞ୍ଚଳଙ୍କ ଘର କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଖଲିଆମୁଣ୍ଡା ଅଞ୍ଚଳରେ। ଘଟଣା ପରେ ଅନୁଷ୍ଠାନକୁ ସିଲ୍‌ କରାଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ଅଭିଯୋଗକ୍ରମେ ନଂ. ୫୩୭/୧୮, ଦଫା ୩୫୪ (ଏ), ୧୦ ପୋକ୍‌ସୋ ଆକ୍ଟ ଏବଂ ଶିଶୁ କଲ୍ୟାଣ କମିଟି ପକ୍ଷରୁ ନଂ. ୫୩୯ ଓ ୫୪୦/୧୮ରେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri