ସେଲ୍‌ଟର ହୋମ୍‌ ଯୌନଶୋଷଣ ମାମଲା: ଫୟାଜ, ସୀମାଞ୍ଚଳଙ୍କୁ ଜାମିନ

ଢେଙ୍କାନାଳ ଅଫିସ, ୨।୬-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ସେଲଟର ହୋମ୍‌ ଯୌନଶୋଷଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ଚେୟାରମ୍ୟାନ ଫୟାଜ୍‌ ରେହମନ୍‌ (୬୩) ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାୟକ (୩୯) ମଙ୍ଗଳବାର ସନ୍ଧ୍ୟାରେ ଜାମିନରେ ମୁକୁଳିଛନ୍ତି। ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ମାମଲା ପରିଚାଳନା ସମୟରେ କେହି ଦେଶ ବାହାରକୁ ଯାଇପାରିବେ ନାହିଁ। ସାକ୍ଷୀଙ୍କ ଉପରେ ଚାପ ପ୍ରୟୋଗ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଛି। ଜଣଙ୍କୁ ୨୦ହଜାର ଟଙ୍କା ଲେଖାଏ ସିଓରିଟି ଓ ଦୁଇଜଣ ଲେଖାଏ ଜାମିନଦାର ଜରିଆରେ ଜାମିନ ମିଳିଥିବା ଅଭିଯୁକ୍ତଙ୍କ ମାମଲା ପରିଚାଳନା କରୁଥିବା ଓକିଲ ଅମ୍ରିତ କୁମାର ଦାସ ସୂଚନା ଦେଇଛନ୍ତି। ୨୦୧୮ ନଭେମ୍ବର ୨୭ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଫୟାଜ, ସୀମାଞ୍ଚଳ ଏବଂ ସହଯୋଗୀ ଅଧିକାରୀ ଉଦିତ କୁମାର ଲିମା ଗିରଫ ହୋଇଥିଲେ। ସେମାନଙ୍କ ନାମରେ ବିଭିନ୍ନ ଦଫାରେ ସଙ୍ଗୀନ ଅଭିଯୋଗ ରହିଥିବାବେଳେ ସମସ୍ତେ ଢେଙ୍କାନାଳ ଜିଲା କାରାଗାରରେ ଥିଲେ।
ବେଲଟିକିରି ଯୌନ କେଳେଙ୍କାରୀ ମାମଲା ପଦାକୁ ଆସିବା ପରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ଫୟାଜ୍‌। ତାଙ୍କ ପରିବାର ଆମେରିକାରେ ରହୁଥିବାରୁ ଏହାର ଲିଙ୍କ୍‌ ବିଦେଶ ଯାଏ ବ୍ୟାପିଥିବା ଚର୍ଚ୍ଚା ହୋଇଥିଲା। ଫୟାଜଙ୍କ ଘର କୋଲକାତା ପାକ୍‌ଷ୍ଟ୍ରିଟ୍‌ ଥାନା-୩୦ ମେନରୋଡ ଲେନ୍‌ରେ। ସେ କଟକ ସଦର ଥାନା ଫୁଲନଖରା ଅନନ୍ତପୁରରେ ରହୁଥିଲେ। ତାଙ୍କ ପରିଚାଳନାରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସମେତ ବିଭିନ୍ନ ସ୍ଥାନରେ ୮ରୁ ଊର୍ଦ୍ଧ୍ୱ ସେଲ୍‌ଟର ହୋମ୍‌ ଥିବା ଜଣାପଡ଼ିଥିଲା। ଅନ୍ୟତମ ଅଭିଯୁକ୍ତ ସୀମାଞ୍ଚଳଙ୍କ ଘର କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଖଲିଆମୁଣ୍ଡା ଅଞ୍ଚଳରେ। ଘଟଣା ପରେ ଅନୁଷ୍ଠାନକୁ ସିଲ୍‌ କରାଯାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ଅଭିଯୋଗକ୍ରମେ ନଂ. ୫୩୭/୧୮, ଦଫା ୩୫୪ (ଏ), ୧୦ ପୋକ୍‌ସୋ ଆକ୍ଟ ଏବଂ ଶିଶୁ କଲ୍ୟାଣ କମିଟି ପକ୍ଷରୁ ନଂ. ୫୩୯ ଓ ୫୪୦/୧୮ରେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?