ବାଲିଆପାଳ, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକ ନିକଟ ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବର ପାଇ ରବିବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ଜଣେ ବାଂଲାଦେଶୀ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ଓଡିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ସେକ୍ସ ର଼୍ୟାକେଟର ଚେର ଲମ୍ବିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚୁରା କରି ଏ ସମ୍ପର୍କରେ ଅଧିକ ଖୋଳତାଡ କରୁଛି।
ଉକ୍ତ ଘରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ଗ୍ରାମବାସୀ ରବିବାର ରାତିରେ ଘେରାଉ କରି ପୋଲିସକୁ ଖବର ଦେଇଥିଲେ। ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମହିଳା ସବଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ମାଲିକ ସମ୍ପୃକ୍ତ ମହିଳାଙ୍କୁ ଧରି ଗାଡି ପାଖକୁ ଅସୁଥିବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଠେଲାପେଲା କରିଥିଲେ। ଏହି ସୁଯୋଗରେ ଘର ଭିତରେ ଥିବା ଅନ୍ୟ ଜଣେ ଯୁବକ ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଘର ମାଲିକ ବାହାରୁ ଯୁବତୀମାନଙ୍କୁ ଆଣି ସେଠାରେ ରଖୁଥିଲେ। ଉକ୍ତ ଘରକୁ ରାତିରେ ବହୁ ଅଜଣା ଯୁବକ ଯିବା ଆସିବା କରୁଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ରବିବାର ରାତିରେ ଜଣେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହିତ ଘର ଭିତରକୁ ଆସିଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଦିନସାରା ପୋଲିସ ଉକ୍ତ ମହିଳାଙ୍କୁ ଜେରା କରିଛି। ମହିଳାଙ୍କ କହିବା ଅନୁସାରେ ତାଙ୍କ ଘର ବାଂଲାଦେଶର ଢାକାରେ। ପଶ୍ଚିମବଙ୍ଗର ଜଣେ ଯୁବକ ତାଙ୍କୁ ଫସାଇ କଲିକତା ନେଇଆସିଥିଲେ। ପରେ ସେହି ଯୁବକ ତାଙ୍କୁ ଏହି ଘର ମାଲିକଙ୍କୁ ବିକ୍ରି କରିଦେଇଥିଲେ। ଘରମାଲିକ ତାଙ୍କୁ ବାଲିଆପାଳ ଆଣି ରବିବାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ତେବେ ସେ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ନିଜ ଘରକୁ ଫେରିଯିବାକୁ ପୋଲିସକୁ କହିଛନ୍ତି। କିନ୍ତୁ ନିଜର ସଠିକ ଠିକଣା ଦେଉ ନ ଥିବାରୁ ପୋଲିସ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।
୨୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ, ୨ ବରିଷ୍ଠ କୃଷି ଅଧିକାରୀଙ୍କ ସମେତ ୩ ଗିରଫ
ବାଲେଶ୍ୱର,୧୮।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସିଆର୍ଏଫ୍ଏମ୍ ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲାର ଦୁଇ…
ଚାଷୀ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଭିଜିଲାନ୍ସ ହେପାଜତରେ ୨ ଅଧିକାରୀ
ବାଲେଶ୍ୱର,୧୮ା୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସରକାରୀ ଟଙ୍କା ହେରଫେର୍ ମାମଲାରେ ବାଲେଶ୍ୱର ଜିଲା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସରୋଜ କୁମାର ଗିରି ଓ ଏନ୍ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ…
ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ
ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍ ବିଟ୍ର…
ବକ୍ରେଶ୍ୱର ମନ୍ଦିରରେ ଲୁଟେରାଙ୍କ ଆତଙ୍କ, ତାଲା ଭାଙ୍ଗି ଲୁଟିନେଲେ ଅଳଙ୍କାର
ଖଇରା, ୧୫।୧୧ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଟିପିସଗଡ଼ିଆସ୍ଥିତ ପ୍ରସିଦ୍ଧ ବକ୍ରେଶ୍ୱର ଶୈବପୀଠରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ…

