କୋଣାର୍କ,୨୬।୬(ଜ୍ୟୋତିରାଜ ମହାନ୍ତି): ଅଳ୍ପ ବର୍ଷା ହେଲେ ସୂର୍ଯ୍ୟମନ୍ଦିର କୋଣାର୍କ ପାର୍ଶ୍ୱରେ ପାଣି ଜମି ରହୁଛି। ଏଥିସହ ପ୍ରଚଣ୍ଡ ଖରାରେ ସେଠାରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳୁଛି। ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଏସ୍ଆଇ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି।
ମନ୍ଦିର ଭିତରେ କୌଣସି ଆଶ୍ରୟସ୍ଥଳୀ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପର୍ଯ୍ୟଟକଙ୍କ ପାଇଁ ବରଗଛ ଆଶ୍ରୟସ୍ଥଳୀ ପାଲଟୁଛି। ରବିବାର ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ ବରଗଛ ତଳେ ପର୍ଯ୍ୟଟକ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଉତ୍ତର କୋଣରେ ପାଣି ଜମି ଥିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ବୁଡି ରହିଥିଲା। ଦୂରଦୂରାନ୍ତରରୁ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି କାରୁକାର୍ଯ୍ୟ ନ ଦେଖି ନିରାଶ ମନରେ ଫେରି ଯାଇଥିଲେ। ମନ୍ଦିରରୁ ଜଳ ନିଷ୍କାସନ ପାଇଁ ୪ ସେନସର ପମ୍ପ ଥିଲେ ମଧ୍ୟ ତାହା େବେ ଅଚଳ ହୋଇ ପଡ଼ିଛି। ବର୍ଷାଦାଉରୁ ରକ୍ଷା ପାଇବାକୁ ଏଏସ୍ଆଇ ପକ୍ଷରୁ ଶେଡର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ପାନୀୟ ଜଳର ସମସ୍ୟା ପରେ ଏବେ ବର୍ଷା ଜଳ ସମସ୍ୟା, ଏହା ଏଏସ୍ଆଇ ବିଭାଗର ପର୍ଯ୍ୟଟନ ମାରଣ ନୀତି ବୋଲି ପର୍ଯ୍ୟଟନପ୍ରେମୀ ମହଲରେ ଚର୍ଚ୍ଚା ହେଉଛି। ଏଠାରେ ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ୪୦ ଟଙ୍କା ଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୬୦୦ ଟଙ୍କା ରହିଛି। ଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି। ଏହାସତ୍ତ୍ୱେ ବି ପର୍ଯ୍ୟଟକଙ୍କ ପାଇଁ ଏଏସ୍ଆଇ ବିଭାଗ ଏସବୁ ସୁବିଧା କ’ଣ ପାଇଁ କରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଆଗାମୀ ଦିନରେ ଏହି ମୌଳିକ ସୁବିଧା ଯୋଗାଇ ନ ଦିଆଗଲେ ପର୍ଯ୍ୟଟକ ଆସିବାକୁ ଆଉ ଇଚ୍ଛା ପ୍ରକାଶ କରିବେନି। ତେଣୁ ଏଏସ୍ଆଇ ବିଭାଗ ତୁରନ୍ତ ଏସବୁ ସୁବିଧା କରିବାକୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ଏଏସ୍ଆଇ ଅଧିକାରୀ ନିରୋଜ ସିଂଙ୍କୁ ପଚାରିବାରେ, ଆମେ ଯଥାଶୀଘ୍ର ଏସବୁ ସୁବିଧା ପାଇଁ କାର୍ଯ୍ୟ ଚଳାଇଛୁ। ଖୁବ୍ କମ୍ ଦିନ ମଧ୍ୟରେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ
ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ପୂର୍ବତନ ବାୟୁସେନା ଅଧିକାରୀ ଗିରଫ
ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ରିକି କେଜ୍ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ
ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍ କଭର ଚୋରି...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
Archives


